ଶିମିଳିପାଳ ଅଭୟାରଣ୍ୟରେ କୁଟୁରା ଶିକାର, ୨ କନେଷ୍ଟବଳ ଗିରଫ

2 Constable Of Balasore Police Arrested By Forest Department For Hunting  

ବାରିପଦା: ପୋଲିସର ପଶୁ ଶିକାର । ଜଙ୍ଗଲି ଜନ୍ତୁ ଶିକାର ବେଆଇନ୍ । ଏଭଳି ବେଆଇନ୍ କାମକୁ ରୋକିବା ବନ ବିଭାଗ ଓ ପୋଲିସର କାମ । ଯଦି ପୋଲିସ୍ ନିଜେ ବନ୍ୟ ଜନ୍ତୁଙ୍କୁ ଶିକାର କରେ ତ ଆପଣ କଣ କହିବେ ? ହଁ ବାଡ଼ ଫସଲ ଖାଇଲା ଭଳି ଏହି ଘଟଣା । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ କୁଟୁରା ଶିକାର କରି ୨ ଜଣ ପୋଲିସ କନେଷ୍ଟବଳ ଗିରଫ ହୋଇଛନ୍ତି ।

2 Constable Of Balasore Police Arrested By Forest Department For Hunting  

ଅଭୟାରଣ୍ୟ ମଧ୍ୟରେ ପଶି ରକ୍ଷକ ସାଜିଛନ୍ତି ଭକ୍ଷକ । କରିଛନ୍ତି କୁଟୁରା ଶିକାର । ମାଈ କୁଟୁରା ଶିକାର କରୁଥିବା ବେଳେ ଶିମିଳିପାଳ ବନ ଅଧିକାରୀଙ୍କ ଦ୍ୱାରା ୨ ଜଣ କନେଷ୍ଟବଳ ଗିରଫ ହୋଇଛନ୍ତି । ଗିରଫ ୨ କନେଷ୍ଟବଳ ବାଲେଶ୍ୱର ଜିଲ୍ଲା ସହଦେଵ ଖୁଣ୍ଟା ପୋଲିସ ଥାନାରେ କାର୍ଯ୍ୟରତ । କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ମଢେଇ ଓ ହେମନ୍ତ କୁମାର ମହାନ୍ତିଙ୍କୁ ଗିରଫ କରାଯାଇଛି । ଏନେଇ ଶିମିଳିପାଳ ଟାଇଗର ରିଜର୍ଭ ଅଧିକାରୀ ସୂଚନା ଦେଇଛନ୍ତି ।

2 Constable Of Balasore Police Arrested By Forest Department For Hunting  

ପୋଲିସ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟରତ ୨ ଜଣ ବାଲେଶ୍ୱରରୁ ଆସି ଶିମିଳିପାଳ ଅଭାୟରଣ୍ୟର ନଅ ଅଣା ରେଞ୍ଜରେ କୁଟୁରା ଶିକାର କରୁଥିଲେ । ବନ ବିଭାଗ ଉଭୟଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ମୃତ କୁଟୁରା, ଏକ ଦେଶୀ ବନ୍ଧୁକ ସହ ମାରଣାସ୍ତ୍ର ଜବତ ହୋଇଛି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ ।

Leave a Reply