କ୍ୟାନସର ଆକ୍ରାନ୍ତଙ୍କ ପାଇଁ କେଶ ଦାନ କଲେ ଶ୍ରୁତି ସ୍ୱପ୍ନା

Baripda Girl Shruti Swapna Donated His Hair To Cancer Patient

ବାରିପଦା: କେଶ ଝିଅଙ୍କ ସୁନ୍ଦରତାର ପ୍ରମୁଖ ଅଙ୍ଗ । ଲମ୍ବା ଓ ଗହନ କେଶ ଝିଅଙ୍କ ଚେହେରାକୁ ଅଧିକ ଆକର୍ଷଣୀୟ କରିଥାଏ । ଅନେକ ସମୟରେ ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି କେଶକୁ ନେଇ ଝିଅ କରନ୍ତି ଅନେକ ଏକ୍ସପେରିମେଣ୍ଟ । ପାର୍ଟି ହେଉ କି ଫଙ୍କସନ୍ ଡ୍ରେସିଂ ଷ୍ଟାଇଲ୍ ଅନୁସାରେ ଝିଅ କେଶ ସଜାଇଥାନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ କେଶକୁ ନେଇ ବେଶ୍ ସିରିୟସ୍ ଥାନ୍ତି ଝିଅ ।

Baripda Girl Shruti Swapna Donated His Hair To Cancer Patient

ଆମେ ଆପଣଙ୍କୁ ଏମିତି ଜଣେ ଝିଅଙ୍କ ବିଷୟରେ କହୁଛି ଯିଏ କେଶଠୁ ଅଧିକ ସିରିୟସ୍ କ୍ୟାନସର ଆକ୍ରାନ୍ତ ଲାଗି । ବାରିପଦା ପୌରପରିଷଦର ୨୩ ନମ୍ବର ୱାର୍ଡର ତୁଳସୀ ଚଉରାରେ ରୁହନ୍ତି ଶ୍ରୁତି ସ୍ୱପ୍ନା । ଯୁକ୍ତ ତିନି ଶେଷବର୍ଷରେ ପଢ଼ୁଥିବା ଶ୍ରୁତି ଅନ୍ୟମାନଙ୍କ ଲାଗି ପାଲଟିଛନ୍ତି ପ୍ରେରଣା । ସେ ନିଜର ଘନ ଗହନ କେଶକୁ କ୍ୟାନସର ଆକ୍ରାନ୍ତଙ୍କ ଲାଗି ଓଡ଼ିଶା ହେୟାର୍ ଡୋନେସନକୁ ଦାନ କରିଛନ୍ତି । କେଶ ଦେବା ପରେ ଶ୍ରୁତିଙ୍କ ମୁଣ୍ଡରେ କେଶ ନାହିଁ ସତ । କିନ୍ତୁ, କ୍ୟାନସର ଆକ୍ରାନ୍ତଙ୍କ ଲାଗି ତାଙ୍କର ଏ କାର୍ଯ୍ୟ ତାଙ୍କୁ ଆହୁରି ଅଧିକ ସୁନ୍ଦର କରି ଦେଇଛି । ଆଗାମୀ ଦିନରେ ସେ ଏଭଳି କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।

Leave a Reply