ଦେଢ଼ ବର୍ଷରେ ୧୬୦ଟି ଷ୍ଟ୍ରିଟ୍‌ ଲାଇଟ୍‌ ଚୋରି, କେହି ଜାଣି ପାରୁନଥିଲେ କି ପୋଲିସ୍‌ ଧରୁନଥିଲା…

160 Street Light Theft In Bolangir Odisha

ବଲାଙ୍ଗିର: ବଲାଙ୍ଗିର ସହରରେ ଷ୍ଟ୍ରିଟ୍‌ଲାଇଟ ଚୋରି ମାମଲାରେ ଦୁଇ ଜଣ ଗିରଫ ହେବା ପରେ ଖୋଲିବାକୁ ଯାଉଛି ଗୁମର । ଲାଇଟ୍‌ ଚୋରି ଓ ବିକ୍ରି ପଛରେ କିଛି ପୌର କର୍ମଚାରୀ ଓ ଟେଣ୍ଟ ହାଉସ୍‌ ମାଲିକଙ୍କ ସମ୍ପୃକ୍ତି ଥିବା ଦୁଇ ଅଭିଯୁକ୍ତ ପୋଲିସକୁ ସୂଚନା ଦେଇଛନ୍ତି । ବର୍ଷବର୍ଷ ଧରି ଲକ୍ଷଲକ୍ଷ ଟଙ୍କାର ଲାଇଟ୍‌ ଚୋରି ପରେ ବି ପ୍ରଶାସନ ଚେତୁନଥିଲା । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ ପାଇଛି ।

Street Light Chori

ବଲାଙ୍ଗିର ସହରରେ ଗତ ଦେଢ଼ବର୍ଷ ଭିତରେ ୧୬୦ଟି ଷ୍ଟ୍ରିଟ୍‌ ଲାଇଟ୍ ଚୋରି ହୋଇଛି । ପୂର୍ବରୁ ମଧ୍ୟ ଚୋରି ହେଉଥିଲା । ତେବେ ନନ୍ଦିଘୋଷ ଟିଭିରେ ଚୋରି ସମୟର ଦୃଶ୍ୟ ପ୍ରସାରଣ ପରେ ପୋଲିସ ହାତରେ ଦୁଇ ଜଣ ଧରା ପଡ଼ିଛନ୍ତି । ଏ ଦୁଇ ଜଣ ହେଲେ ରାଧେଶ୍ୟାମ ନାଗ ଓ ଦୀପକ ନାଗ । ଷ୍ଟ୍ରିଟ୍‌ ଲାଇଟ୍‌ ମରାମତି ନାଁରେ ଏମାନେ ଚୋରି କରୁଥିଲେ ।

Street Light Chori

ଚୋରି ଓ ବିକ୍ରି ପଛରେ କିଛି ଟେଣ୍ଟ ହାଉସ୍‌ ମାଲିକ ଓ ପୌର କର୍ମଚାରୀଙ୍କ ହାତ ଥିବା ଦୁଇ ଅଭିଯୁକ୍ତ ସୂଚନା ଦେଇଥିବା ଜଣାପଡ଼ିଛି । ଏବେ ପୋଲିସ ସ୍କାନର୍‌ରେ ପୌର କର୍ମଚାରୀ ଓ ଟେଣ୍ଟ ହାଉସ୍‌ ମାଲିକ ।

୨୦୧୮ରେ ବଲାଙ୍ଗୀର ସହରରେ ୫ହଜାର ୭୧୯ଟି ଏଲ୍‌ଇଡି ଲାଇଟ୍ ଲଗାଯାଇଥିଲା । ଦେଢ଼ ବର୍ଷ ଭିତରେ ୧୬୦ଟି ଲାଇଟ ଚୋରି ହୋଇଥିବା ପୌରପାଳିକା ତଥ୍ୟ ଦେଇଛି । ଏନେଇ ଟାଉନ୍‌ ଥାନାରେ ୧୬ଥର ଅଭିଯୋଗ ପରେ ବି କେହି ଚେତି ନଥିଲେ ।

Street Light Choriନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ତତ୍ପରତା ଦେଖିବାକୁ ମିଳିଛି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି । ତେବେ ପୌରପାଳିକା ଓ ପୋଲିସ୍‌ର ଅବହେଳାକୁ ଦାୟୀ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଦେଖିବାର କଥା ବଲାଙ୍ଗିରରେ ଷ୍ଟ୍ରିଟ୍‌ଲାଇଟ୍‌ ଚୋରି ପଛର ଅସଲ ଲୋକ ଧରାପଡୁଛନ୍ତି କି ନାହିଁ ।

Leave a Reply