ଭାରତ-ପାକ୍ ଅନ୍ତର୍ଜାତୀୟ ବର୍ଡରରେ ୧୫୦ ମିଟର ଲମ୍ବାର ସୁଡ଼ଙ୍ଗ

1 min read
150 Meter Long Tunnel Found On Indo PAK International Border

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାର ଭାରତ-ପାକିସ୍ତାନ ବର୍ଡରରେ ଏକ ସୁଡ଼ଙ୍ଗ ଠାବ ହୋଇଛି । ସୂଚନା, ଅନୁଯାୟୀ ଏହି ସୁଡ଼ଙ୍ଗର ଲମ୍ବ ପ୍ରାୟ ୧୫୦ ମିଟର ଅଟେ । ଏହି ସୁଡ଼ଙ୍ଗ ଦେଇ ନଗରୋଟାରେ ଆତଙ୍କବାଦୀ ପ୍ରବେଶ କରିଥିଲେ । ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାବଳ ଏହି ସୁରଙ୍ଗ ଠାବ କରିଛନ୍ତି । ବାଲି ବସ୍ତା ଓ ବାଡ଼ି ସାହାଯ୍ୟରେ ସୁଡ଼ଙ୍ଗଟିକୁ ବନ୍ଦ କରାଯାଇଥିଲା । ବାଲି ବସ୍ତାରେ ପାକିସ୍ତାନର ଠିକଣା ରହିଛି । ସୁଡ଼ଙ୍ଗକୁ ଯିବା ଆସିବା ଲାଗି ପାହଚ ବି ରହିଛି । ଏହା ପୂର୍ବରୁ ତଦନ୍ତକାରୀ ସଂସ୍ଥା ମଧ୍ୟ ପାକିସ୍ତାନରୁ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବା ଲାହି ସୁଡ଼ଙ୍ଗର ବ୍ୟବହାର କରିଥିବା ଆଶଙ୍କା ପ୍ରକାଶ କରିଥିଲେ ।

150 Meter Long Tunnel Found On Indo PAK International Border

ଜମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂହ କହିଛନ୍ତି- ସୁରକ୍ଷାବଳ ଓ ଜମ୍ମୁ-କାଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି । ଏହି ସୁଡ଼ଙ୍ଗ ଦେଇ ୧୮ ତାରିଖ ରାତିରେ ଆତଙ୍କବାଦୀ ଆସିଥିଲେ । ପାକିସ୍ତାନର ଚେହେରା ସମ୍ପୂର୍ଣ୍ଣ ଭାବେ ଧରା ପଡ଼ିଯାଇଛି । ଆଜି ଦିନ ପ୍ରାୟ ୧୨ଟା ବେଳେ ସୁରକ୍ଷାକର୍ମୀ ସୁଡ଼ଙ୍ଗ ଠାବ କରିଛନ୍ତି । ସୁଡ଼ଙ୍ଗ ମୁହଁରୁ ପାକିସ୍ତାନର ବସ୍ତା ମିଳିଛି । ଡିଜିପି କହିଛନ୍ତି ଏହି ସୁଡ଼ଙ୍ଗଟି ପ୍ରାୟ ୧୫୦ ମିଟର ଲମ୍ବା ଓ ୧୫ରୁ ୨୦ ଫୁଟ୍ ଗଭୀର । ପାକିସ୍ତାନରେ ଏହି ସୁଡ଼ଙ୍ଗର ପ୍ରବେଶ ପଥ ରହିଛି ।

150 Meter Long Tunnel Found On Indo PAK International Border

୧୯ ନଭେମ୍ବରରେ ଜମ୍ମୁ-କାଶ୍ମୀର ନଗରୋଟାରେ ସୁରକ୍ଷାବଳ ଏନକାଉଣ୍ଟରରେ ୪ ଜଣ ଜୈଶ୍ ଆତଙ୍କବାଦୀଙ୍କୁ ସେଓ ଟ୍ରକରେ ଛପିଥିବା ବେଳେ ନିହତ କରିଥିଲେ । ଏହି ଆତଙ୍କବାଦୀ ଜମ୍ମୁର ସାମ୍ବା ଅଞ୍ଚଳକୁ ପାକିସ୍ତାନର ଶକରଗଢ଼ରୁ ଅନୁପ୍ରବେଶ କରି ଆସିଥିଲେ । ଏନକାଉଣ୍ଟର ପରେ ସେମାନଙ୍କ ଠାରୁ ମୋବାଇଲ୍ ଫୋନ୍, ଜିପିଏସ୍. ୱାୟାରଲେସ୍ ସେଟ୍ ଜବତ ହୋଇଛି ।

150 Meter Long Tunnel Found On Indo PAK International Border

ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ବିଏସଏଫ ମଧ୍ୟ ସାମ୍ବା ଜିଲ୍ଲାରେ ଗୋଟିଏ ସୁଡ଼ଙ୍ଗ ଠାବ କରିଥିଲା । ଯେଉଁ ସୁଡ଼ଙ୍ଗର ଲମ୍ବ ପ୍ରାୟ ୧୨ ଫୁଟ୍ ଥିବା ବେଳେ ଚଉଡ଼ା ୪ ଫୁଟ୍ ରହିଥିଲା । ସୁଡ଼ଙ୍ଗକୁ ଲୁଚାଇ ରଖିବା ଲାଗି ପାକିସ୍ତାନ ବାଲି ବସ୍ତା ରଖାଯାଇଥିଲା । ଯେଉଁ ବସ୍ତା ଉପରେ ଶକରଗଢ଼/କରାଚୀ ଲେଖାଥିଲା ।

Leave a Reply