ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ଶହ ଡେଇଁଛି । ଗତ ୫ଦିନ ଭିତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଶହ ପାର ହୋଇଛି ।  ଗତ ୨୪ ଘଣ୍ଟାରେ ନୂଆ ୧୪୩ ଜଣଙ୍କ ଠାରେ କରୋନା ଭୂତାଣୁ ମିଳିଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି ।

https://twitter.com/HFWOdisha/status/1268075422987755521

ଗତକାଲି ୧୪୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୪୩  ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଅନ୍ୟପଟେ ୨୪ଘଣ୍ଟାରେ ୮୦ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୨ଶହ ପାର

ସମୁଦାୟ ନୂଆ ସଂକ୍ରିମତ ୧୪୩ମଧ୍ୟରୁ ୧୩୨ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଏବଂ ଅନ୍ୟ ୧୧ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସମୁଦାୟ ୨୩୮୮ଜଣ ସଂକ୍ରମିତ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୧୩୨୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ସ୍ଥିର ରହିଥିବାବେଳେ ରାଜ୍ୟରେ ୧୦୫୪ କରୋନା ସଂକ୍ରମିତ ସକ୍ରିୟ ଅଛନ୍ତି  ।

Leave a Reply