ପୁଣି ୧୦ ଜଣଙ୍କ ଜୀବନ ନେଲା କରୋନା, ଗଞ୍ଜାମରୁ ସର୍ବାଧିକ

2 min read
Corona Died

ଭୁବନେଶ୍ୱର: ଗୁରୁବାର ପୁଣି ୧୦ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କରୋନା ଜନିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଚିନ୍ତାର ବିଷୟ ପାଲଟିଛି ।

ତେବେ ଗୁରୁବାର ୧୦ ଜଣ ମୃତକଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୫୨ ବର୍ଷୀୟ ଜଣେ ପୁରୁଷ ରହିଛନ୍ତି, ଯିଏକି ଡାଇବେଟିସ୍‌ ଓ ହାଇପର ଟେନ୍‌ସନ୍‌ରେ ପୂର୍ବରୁ ପୀଡ଼ିତ ଥିଲେ । ସେହିଭଳି ଆଉ ଜଣେ ମୃତକ ହେଉଛନ୍ତି ୪୦ ବର୍ଷୀୟ ପୁରୁଷ । ଆଉ ଜଣେ ମୃତକ ହେଉଛନ୍ତି ୫୫ ବର୍ଷୀୟ ପୁରୁଷ । ଯିଏ କି ରେଲାପ୍‌ସଡ୍‌ ଓ ଟ୍ୟୁବର କୁଲୋସିସ୍‌ ରୋଗରେ ପୀଡ଼ିତ ଥିଲେ ।

ଅନ୍ୟ ମୃତକଙ୍କ ମଧ୍ୟରେ ନବରଙ୍ଗପୁରର ଜଣେ ପୁରୁଷ ରହିଥିବା ବେଳେ ସେ ପୁଲମୋନାରୀ ଟ୍ୟୁବର୍‌କୁଲୋସିସ୍‌ ରୋଗରେ ଆକ୍ରାନ୍ତ ଥିଲେ । ସୁନ୍ଦରଗଡ଼ର ଜଣେ ୨୮ ବର୍ଷୀୟ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ନୟାଗଡ଼ରୁ ମଧ୍ୟ ଜଣେ ୩୯ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ରୁ ୫୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଡାଇବେଟିସ୍‌ ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୋଲି ଜଣାପଡ଼ିଛି ।

ସେହିଭଳି ଭଦ୍ରକ ଜିଲ୍ଲାରୁ ମଧ୍ୟ ଜଣେ ୫୩ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ଡାଇବେଟିସ୍‌ ଓ ହାଇପରଟେନ୍‌ସନ୍‌ ରୋଗରେ ପୀଡ଼ିତ ଥିଲେ । କନ୍ଧମାଳ ଜିଲ୍ଲାର ୬୧ ବର୍ଷୀୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ଡାଇବେଟିସ୍‌ ଓ ହାଇପରଟେନ୍‌ସନ୍‌ ରୋଗରେ ପୀଡ଼ିତ ଥିଲେ । ସେହିଭଳି କେନ୍ଦୁଝରର ଜଣେ ୫୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ଡାଇବେଟିସ୍‌ ଓ ହାଇପରଟେନ୍‌ସନ୍ ରୋଗରେ ପୀଡ଼ିତ ଥିବା ସହ କ୍ରୋନିକ୍‌ କିଡ୍‌ନୀ ରୋଗରେ ମଧ୍ୟ ପୀଡ଼ିତ ଥିଲେ ।

Leave a Reply