RBI ମୁଦ୍ରାନୀତି ସମୀକ୍ଷ ବୈଠକ : ରେପୋ ରେଟ୍ ସ୍ଥିର, EMI ଉପରେ ରିହାତି ନାହିଁ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ସମୀକ୍ଷା ବୈଠକର ଫଳାଫଳ ଆସିଥି । ତିନି ଦିନ ଧରି ଚାଲିଥିବା ଏହି ବୈଠକରେ ରେପୋ ରେଟ୍ ନେଇ କୌଣସି ନିଷ୍ପତ୍ତି ନିଆ ଯାଇନାହିଁ । ରେପୋ ରେଟ୍ ଅପରିବର୍ତ୍ତନୀୟ ରହିବା ଅର୍ଥ ହେଉଛି ଆପଣଙ୍କୁ ଇଏମଆଇ କିମ୍ବା ସୁଧ ଉପରେ କୌଣସି ଆଶ୍ୱସ୍ତି ମିଳିବ ନାହିଁ ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,ରେପୋ ରେଟ୍ ପୂର୍ବଭଳି ୪ ପ୍ରତିଶତ ରହିବ । ସେହିପରି ରିଭର୍ସ ରେପୋରେଟ୍ ମଧ୍ୟ ୩.୩୫ ପ୍ରତିଶତରେ ସ୍ଥିର ରହିବ । ସେ କହିଛନ୍ତି ଯେ,ବିଶ୍ୱ ଅର୍ଥନୀତି ଏବେ ମଧ୍ୟ ଦୁର୍ବଳ ରହିଛି ତେବେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରେ ବୃଦ୍ଧି ଜାରିଥିବା ସେ ସୂଚନା ଦେଇଛନ୍ତି । ଏହାସହ ଖୁଚୁରା ମହଙ୍ଗା ଦର ମଧ୍ୟ ନିୟନ୍ତ୍ରଣରେ ରହିଛି ।

କରୋନା ମାଡରୁ ସୁଧୁରୁଛି ଅର୍ଥନୀତି

ଗଭର୍ଣ୍ଣର ଶଶିକାନ୍ତ ଦାସଙ୍କ ଅନୁସାରେ କରୋନା ମାଡରେ ବେହାଲ ହୋଇ ପଡିଥିବା ଦେଶର ଅର୍ଥନୀତି ଏବେ ଟ୍ରାକକୁ ଫେରୁଛି । କରୋନା ଲକଡାଉନ୍ କାରଣରୁ ଦେଶରେ ଉତ୍ପାଦନ ଓ ଅନ୍ୟାନ୍ୟ ସେକ୍ଟର ପ୍ରଭାବିତ ହୋଇଥିଲା । ତେବେ ଅନଲକ୍ ପରେ ଦେଶର ଅର୍ଥନୀତି ଟ୍ରାକକୁ ଫେରୁଥିବା ସେ କହିଛନ୍ତି ।

କରୋନା କାଳରେ ଏହା ତୃତୀୟ ବୈଠକ

କରୋନା କାଳରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମୁଦ୍ରା ନୀତି ସମୀକ୍ଷାର ଏହା ତୃତୀୟ ବୈଠକ ଥିଲା । ସୂଚନାଯୋଗ୍ୟ ଯେ, କରୋନା କାରଣରୁ ଆଗରୁ ଦୁଇଥର ସମୟ ପୂର୍ବରୁ ଏହି ବୈଠକ ହୋଇଥିଲା । ପ୍ରଥମ ବୈଠକ ମାର୍ଚ୍ଚ ମାସରେ ହୋଇଥିଲା । ଏହାପରେ ମେ ମାସରେ ଦ୍ୱିତୀୟ ବୈଠକ ହୋଇଥିଲା । ଏହି ଦୁଇ ବୈଠକେର ରିଜର୍ଭ ବ୍ୟାଙ୍କର ରେପୋ ରେଟରେ ମୋଟ ୧.୧୫ ହ୍ରାସ କରାଯାଇଥିଲା । ଗତ ବର୍ଷ ଅର୍ଥାତ ଫେବ୍ରୁଆରି ୨୦୧୯ ପରଠାରୁ ରେପୋ ରେଟରେ ୨.୫୦ ହ୍ରାସ ହୋଇ ସାରିଛି ।

Leave a Reply