କେତେ ଭୟଙ୍କର ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର, ଯାହା ନେଲା ଇରଫାନ୍‌ଙ୍କ ଜୀବନ..

ବଲିଉଡ୍‌ର ଲୋକପ୍ରିୟ ଓ ଅଭିଜ୍ଞ ଅଭିନେତା ଇରଫାନ୍‌ ଖାନ୍‌ଙ୍କର ୫୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୁମ୍ବାଇ ସ୍ଥିତ କୋକିଲାବେନ୍‌ ହସ୍ପିଟାଲରେ ବୁଧବାର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୂ ହୋଇଛି । ସେ ଅନେକ ଦିନ ଧରି କ୍ୟାନ୍ସର ରୋଗରେ ପିଡ଼ୀତ ଥିଲେ । ମଙ୍ଗଳବାର ହଠାତ୍‌ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା, ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

କେଉଁ ରୋଗରେ ପିଡ଼ୀତ ଥିଲେ ଇର୍‌ଫାନ୍‌

ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର ନାମକ ଏକ ଗମ୍ଭୀର ରୋଗରେ ପିଡ଼ୀତ ଥିଲେ ଇର୍‌ଫାନ୍‌ । ଏହି ଟ୍ୟୁମର ଶରୀରର ବିଭିନ୍ନ ଅଙ୍ଗକୁ ଟାର୍ଗେଟ୍‌ କରିଥାଏ । ଏହି ରୋଗର ଚିକିତ୍ସା ପାଇଁ ସେ ୨୦୧୭ରେ ବିଦେଶ ମଧ୍ୟ ଯାଇଥିଲେ ।

ଏହି ରୋଗ ପ୍ରଥମେ ଶରୀରର କୌଣସି ବି ଅଙ୍ଗରେ ଟ୍ୟୁମର ହେବା ପରେ ଆରମ୍ଭ ହୋଇଥାଏ । ଯେତେବେଳେ ସୁସ୍ଥ ଡିଏନ୍‌ଏର କୋଷିକା ଗୁଡ଼ିକ ଦୁର୍ବଳ ହୋଇଥାଏ, ସେତିକି ବେଳେ ଶାରୀରରେ ଟ୍ୟୁମର ଜନ୍ମ ହେବା ଆରମ୍ଭ ହୋଇଥାଏ । ଏହା ମଧ୍ୟରେ କୋଷିକାର ଆକାର ବଢ଼ିବାକୁ ଆରମ୍ଭ କରିଥାଏ ଏବଂ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥାଏ । ଟ୍ୟୁମର ସବୁବେଳେ କ୍ୟାନ୍ସର ଯୁକ୍ତ ହୋଇନଥାଏ । ଟ୍ୟୁମର ଧିରେଧିରେ ବଢ଼ିଥାଏ ପରେ ଶରୀରର ଅନ୍ୟ ଅଂଶ ଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ । ଯଦି ଏହାର ଚିକିତ୍ସା ଆରମ୍ଭରୁ ନକରାଯାଏ ତେବେ ଏହା କ୍ୟାନ୍ସରରେ ପରିଣତ ହୋଇପାରେ । ଯେଉଁ ଟ୍ୟୁମର କ୍ୟାନ୍ସର ଯୁକ୍ତ ହୋଇନଥାଏ, ତାକୁ ବିନା କୌଣସି କ୍ଷତିରେ ସହଜରେ କଢ଼ାଯାଇପାରେ ।

IRFANKHAN

ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର କ’ଣ ?

ଏହି ଟ୍ୟୁମର ଯୋଗୁଁ ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ମୃତ୍ୟୁ ହୋଇଛି । ଏହାକୁ ଏନ୍‌ଇଟି ମଧ୍ୟ କୁହାଯାଏ । ଖାସ୍‌ କିସମର କିଛି କୋଷିକାରେ ଏହାର ଜନ୍ମ ହୋଇଥାଏ । ଏହା ଦ୍ୱାରା ହର୍ମୋନ ସୃଷ୍ଟି କରୁଥିବା ଏଣ୍ଡୋକ୍ରାଇନ୍‌ କୋଷିକା ଓ ନର୍ଭ କୋଷିକାକୁ ବିଶେଷ କ୍ଷତି ପହଞ୍ଚାଇଥାଏ । ଏହା ଶରୀରର ଦୁଇ ମୁଖ୍ୟ କୋଷିକା ହୋଇଥାଏ । ଶାରୀରର ଅନେକ ଗତିବିଧିକୁ ଏହା ନିୟନ୍ତ୍ରଣ କରିଥାଏ । ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର ସୃଷ୍ଟି ହେବା ଦିନଠାରୁ ଏହାକୁ କ୍ୟାନ୍ସର ଯୁକ୍ତ ବୋଲି କୁହାଯାଇଥାଏ ।

ଏହି ଏନ୍‌ଇଟି ବା ନ୍ୟୁରୋ ଏଣ୍ଡୋକ୍ରାଇନ୍‌କୁ ବଢ଼ିବା ପାଇଁ ବର୍ଷ ବର୍ଷ ଲାଗିଥାଏ । କିନ୍ତୁ ଏମିତି ବି କିଛି ଏନ୍‌ଇଟି ରହିଛି ଯାହାକୁ ବଢ଼ିବାକୁ ଖୁବ୍‌ କମ୍‌ ସମୟ ଲାଗିଥାଏ ।

IRFANKHAN

ଶରୀରରେ ହର୍ମୋନ୍‌ ସୃଷ୍ଟି ହେଉଥିବା ସ୍ଥାନରେ ହିଁ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟମର ସୃଷ୍ଟି ହୋଇଥାଏ । ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଗ୍ଲୈଣ୍ଡ ବଡିରେ ହର୍ମୋନ୍‌ ରିଲିଜ୍‌ କରିଥାଏ । ଯେତେବେଳେ ଏହା ଅଧିକ ହରମୋନ୍‌ ରିଲିଜ୍‌ କରିଥାଏ ସେତେବେଳେ ଟ୍ୟୁମର ସୃଷ୍ଟି ହେବା ଆରମ୍ଭ ହୋଇଥାଏ ।

ଅଧିକାଂଶ କେସ୍‌ରେ ଏନ୍‌ଇଟି ଫୁସ୍‌ଫୁସ୍‌କୁ ଟାର୍ଗେଟ୍‌ କରିଥାଏ । ୩୦ ପ୍ରତିଶତ ଏନ୍‌ଇଟି ସ୍ୱାସନଳୀରେ ଘର କରି ରହିଥାଏ । ଏହି ସ୍ୱାସନଳୀ ମାଧ୍ୟମରେ ଫୁସ୍‌ଫୁସ୍‌କୁ ଅମ୍ଳଜାନ ମିଳିଥାଏ । ହେଲେ ଏହି ଏନ୍‌ଇଟି ପାଇଁ ଫୁସ୍‌ଫୁସ୍‌ରେ ଇନ୍‌ଫେକ୍ସନ ବଢ଼ିଥାଏ । ଏନ୍‌ଇଟି ଆରମ୍ଭରୁ ବାହାରକୁ ଜଣାପଡ଼ିନଥାଏ ।

Irfan

ଏହି ଟ୍ୟୁମରକୁ ଡାକ୍ତରମାନେ ଅଧିକ କ୍ଷତିକାରକ କହୁଛନ୍ତି କାରଣ, ଏଥିରେ ଜୀବନ ଚାଲିଯିବାର ଅଧିକ ସମ୍ଭାବନା ରହିଛି । ଏହାର କୌଣସି ସ୍ପଷ୍ଟ ଲକ୍ଷଣ ଜଣାପଡ଼ୁନଥିବାରୁ ଏହା ଅଧିକ ଭୟଙ୍କର ବୋଲି ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି । ସାଧାରଣତଃ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଶରୀରରେ ଏହା ବହୁତ ସହଜରେ ଦେଖାଦେଇଥାଏ । କିନ୍ତୁ ଇରଫାନ୍‌ ଖାନ୍‌ ୫୦ ବର୍ଷ ବୟସରେ ହିଁ ଏହି ରୋଗର ଶିକାର ହୋଇଥିଲେ ।

Leave a Reply