ଦୁଇ ରାଜ୍ୟ ମଧ୍ୟରେ ବାଲ୍ଟି ପାଇଁ ଲଢେଇ, ଗଡ଼ିଥିଲା ୨ହଜାର ମୁଣ୍ଡ

1 min read

ଆପଣମାନେ ଜାଣିଥିବେ ସମଗ୍ର ବିଶ୍ୱରେ ଗୋଟିଏରୁ ଗୋଟିଏ ବିପଦଜନକ ଯୁଦ୍ଧ ହୋଇଛି, ଯେଉଁଥିରେ ହଜାର ହଜାର ଲୋକଙ୍କ ଜୀବନ ମଧ୍ୟ ଯାଇଛି । କିନ୍ତୁ ଏହି ଯୁଦ୍ଧଗୁଡିକର ଉଦ୍ଦେଶ୍ୟ ଥିଲା ସେହି ଅନ୍ୟ ରାଜ୍ୟକୁ ଦଖଲ କରିବା ଅର୍ଥାତ୍ ସେମାନଙ୍କର ଶକ୍ତି ବିସ୍ତାର କରିବା । କିନ୍ତୁ ପ୍ରାୟ ୬୯୫ ବର୍ଷ ପୂର୍ବେ କେବଳ ଗୋଟିଏ ବାଲ୍ଟି ପାଇଁ ଯୁଦ୍ଧ ହୋଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଭୟଙ୍କର ଯୁଦ୍ଧରେ ୨ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ସାମାନ୍ୟ ବାଲ୍ଚି ପାଇଁ ଦୁଇ ରାଜ୍ୟ ଭିତରେ ଭିଷଣ ଯୁଦ୍ଧ । ଆଉ ଏହି ଯୁଦ୍ଧରେ ୨୦୦୦ ଲୋକ ପ୍ରାଣ ମଧ୍ୟ ହରାଇଥିଲେ । କଥାଟା ମିଛି ଭିଳି ଲାଗୁଥିବ ନିଶ୍ଚୟ କିନ୍ତୁ ଏହା ନିରାଟ ସତ । ଏହି ଐତିହାସିକ ଘଟଣା ୧୩୨୫ ମସିହାର ହୋଇଥିଲା । ପ୍ରକୃତରେ, ସେହି ସମୟରେ ଇଟାଲୀରେ ଧାର୍ମିକ ଉତ୍ତେଜନା ଯଥେଷ୍ଟ ବୃଦ୍ଧି ପାଇଥିଲା ।

ଏଠାର ଦୁଇ ରାଜ୍ୟ ବୋଲଗ୍ନା ଏବଂ ମୋଡେନା ମଧ୍ୟରେ ସବୁବେଳେ ଯୁଦ୍ଧ ହେଉଥିଲା । କାରଣ ବୋଲଗନାକୁ ଇସାଇ ଧର୍ମଗୁରୁ ପୋପର ସମର୍ଥନ ମିଳିଥିଲା ଯେତେବେଳେ କି ମୋଡେନାକୁ ରୋମନ ସମ୍ରାଟଙ୍କର ସମର୍ଥନ ମିଳିଥିଲା  । ପ୍ରକୃତରେ ବୋଲଗ୍ନାର ଲୋକେ ପୋପଙ୍କୁ ଇସାଇ ଧର୍ମର ପ୍ରକୃତ ଗୁରୁ ବୋଲି ଭାବୁଥିଲେ । ଯେବେ କି ମୋଡେନାର ଲୋକେ ରୋମନ ସମ୍ରାଟଙ୍କୁ ତାଙ୍କ ପ୍ରକୃତ ଗୁରୁ ମାନୁଥିଲେ ।

୧୩୨୫ ପୂର୍ବରୁ ୧୨୯୬ରେ ବୋଲଗ୍ନା ଏବଂ ମୋଡେନା ମଧ୍ୟରେ ଯୁଦ୍ଧ ହୋଇସାରିଥିଲା । ସେବେଠାରୁ ଦୁଇ ରାଜ୍ୟ ମଧ୍ୟରେ ସବୁବେଳେ ତିକ୍ତତା ଲାଗି ରହିଥିଲା। କୁହାଯାଏ କି ରିନାଲ୍ଡୋ ବୋନାକୋଲ୍ସିଙ୍କ ଶାସନ କାଳରେ ମୋଡେନା ଅଧିକ ଆକ୍ରମଣାତ୍ମକ ହୋଇ ବୋଲଗ୍ନା ଉପରେ ବାରମ୍ବାର ଆକ୍ରମଣ କରୁଥିଲା। ଦୁଇ ରାଜ୍ୟ ମଧ୍ୟରେ ଏହି ତିକ୍ତତା ଏକ ପ୍ରମୁଖ ଯୁଦ୍ଧରେ ପରିଣତ ହୋଇଥିଲା ଯେତେବେଳେ ୧୩୨୫ ମସିହାରେ ମୋଡେନାର କିଛି ସେନା ଲୁଚିଛପି ବୋଲଗନାର ଏକ ଦୁର୍ଗରେ ପଶି ସେଠାରୁ ଏକ କାଠ ବାଲ୍ଟି ଚୋରି କରିଥିଲେ ।

କୁହାଯାଏ ଯେ ବାଲ୍ଟି ହୀରା ଏବଂ ଅଳଙ୍କାରରେ ଭରି ରହିଥିଲା। ଯେତେବେଳେ ବୋଲଗ୍ନାଙ୍କ ସନ୍ୟ ବହୁମୂଲ୍ୟ ରତ୍ନରେ ପରିପୂର୍ଣ୍ଣ ବାଲ୍ଟି ଚୋରି ବିଷୟରେ ଜାଣିଲେ, ସେମାନେ ମୋଡେନାଙ୍କୁ ଏହାକୁ ଫେରାଇବାକୁ କହିଥିଲେ, କିନ୍ତୁ ମୋଡେନା ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲା । ଏହାପରେ ବୋଲଗ୍ନା ମୋଡେନା ବିରୁଧରେ ଯୁଦ୍ଧ ଘୋଷଣା କରିଥିଲେ।

ବୋଲଗ୍ନାର ସେତେବେଳେ ୩୨ ହଜାର ସୈନ୍ୟ ଥିବାବେଳେ ମୋଡେନାର ମାତ୍ର ସାତ ହଜାର ସୈନ୍ୟ ଥିଲେ । ଦୁଇ ରାଜ୍ୟ ମଧ୍ୟରେ ଯୁଦ୍ଧ ପ୍ରତ୍ୟୁଷରୁ ଆରମ୍ଭ ହୋଇ ମଧ୍ୟରାତ୍ରି ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ମୋଡେନା ଏହି ଯୁଦ୍ଧରେ କମ୍ ସୈନ୍ୟ ଥିବା ସତ୍ତ୍ୱେ ଜିତିଥିଲା । ଏହି ଯୁଦ୍ଧରେ ଦୁଇ ହଜାରରୁ ଅଧିକ ସୈନ୍ୟ ନିହତ ମଧ୍ୟ ହୋଇଥିଲେ ।

ବୋଲଗ୍ନା ଏବଂ ମୋଡେନା ମଧ୍ୟରେ ଏହି ଯୁଦ୍ଧକୁ ‘War of the bucket’ ତଥା ବାଲ୍ଟି ଯୁଦ୍ଧ କୁହାଯାଇଥାଏ । ତେବେ ଯେଉଁ ବାଲ୍ଟି ପାଇଁ ୨ହଜାର ଲୋକଙ୍କ ଜୀବନ ଯାଇଥିଲା ସେହି ବାଲ୍ଟିକୁ  ଆଜି ବି ସଂଗ୍ରହାଳୟରେ ରଖାଯାଇଛି ।

Leave a Reply