ଆଜି ପୁଣି ଦକ୍ଷିଣ ଓଡ଼ିଶାରେ ନବୀନଙ୍କ ହାଇପ୍ରୋଫାଇଲ କ୍ଯାମ୍ପେନ

ଭୁବନେଶ୍ବର: ନବୀନଙ୍କ ଦକ୍ଷିଣ ବିଜୟ ଅଭିଯାନ । ଆଜି ପୁଣି ଦକ୍ଷିଣ ଓଡ଼ିଶାରେ ନବୀନଙ୍କ ହାଇପ୍ରୋଫାଇଲ କ୍ଯାମ୍ପେନ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିନ ୧୧ଟା ୫ରେ କଳାହାଣ୍ଡି ଭବ ଶ୍ରୀକୃଷ୍ଣନଗରରେ ପହଞ୍ଚିବେ ମୁଖ୍ଯମନ୍ତ୍ରୀ । ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

ଏହି ସମୟରେ କଳାହାଣ୍ଡି ଲୋକସଭା କ୍ଷେତ୍ରର ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ଏହାପରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳରେ ବିଶାଳ ଜନସଭାକୁ ଉଦବୋଧନ ଦେବେ ନବୀନ । ୧୨ଟା ୧୦ରେ ଖଡ଼ିଆଳରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ନବୀନଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ଥିବା ବେଳେ ଲୋକଙ୍କ ମଧ୍ଯରେ ଉତ୍କଣ୍ଠା ଭରିରହିଛି । ରାଜ୍ଯରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩ ତାରିଖରେ କଳାହାଣ୍ଡି ସହ ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ।