କାର କିଣିବା ଲାଗି କରୁଛନ୍ତି କି ପ୍ଲାନିଂ, ଜାଣନ୍ତୁ ଭାରତର ୧୦ କାର୍ ସମ୍ପର୍କରେ

1 min read

ଯଦି ଆପଣ କାର୍ କିଣିବା ପାଇଁ ପ୍ଲାନିଂ କରୁଛନ୍ତି ତାହେଲେ ସୁରକ୍ଷା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ଅଧିକାଂଶ ସମୟରେ ଲୋକମାନେ କାର୍ କିଣିବା ବେଳେ ଏହାର ଲୁକ୍, ମାଇଲେଜ୍ ଓ ଦାମ୍ ଉପରେ ଫୋକସ୍ କରିଥିାନ୍ତି । ହେଲେ କାର୍ ତାଙ୍କ ପାଇଁ କେତେ ସୁରକ୍ଷିତ ତାହା ଉପରେ ଏତେଟା ଧ୍ୟାନ ଦେଇନଥାନ୍ତି ।

ଆସନ୍ତୁ ଜାଣିବା ସବୁଠୁ ସୁରକ୍ଷିତ ୧୦ଟି କାର୍ ସମ୍ପର୍କରେ…

କାର୍ ସେଫ୍ଟି ପ୍ରୋଗ୍ରାମ୍ ଗ୍ଲୋବାଲ୍ NCAP ପକ୍ଷରୁ ଭାରତରେ ଉତ୍ପାଦିତ ସବୁଠୁ ସୁରକ୍ଷିତ କାର୍ ଗୁଡିକର ସୂଚୀ ଜାରି କରିଛନ୍ତି । ଗ୍ଲୋବାଲ୍ NCAP ସୂଚୀରେ ଟାଟା ମୋଟର୍ସର ଦୁଇଟି କାର୍ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର କାରକୁ ଫୁଲ୍ ରେଟିଂ ମିଳିଛି । ଏହାବ୍ୟତୀତ ଗ୍ଲୋବାଲ୍ ଏନସିଏପି କ୍ରେସ୍ ଟେଷ୍ଟ ପରେ ମେଡ୍ ଇନ୍ ଇଣ୍ଡିଆର କାରକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି । କାହିଁକିନା ଏହି ଟେଷ୍ଟରେ ଖରାପ ପ୍ରଦର୍ଶନ କରାଯାଇଛି ।

ଟାଟା ଅଲ୍ଟ୍ରୋଜ-
ଟାଟାର ପ୍ରିମିୟମ୍ ହ୍ୟାଚବ୍ୟାକ୍ କାର୍ ଟାଟା ଅଲ୍ଟ୍ରୋଜକୁ ଗ୍ଲୋବାଲ୍ ଏନସିଏପି କ୍ରାସ୍ ଟେଷ୍ଟରେ ୫ ଷ୍ଟାର୍ ରେଟିଂ ମିଳିଛି । ଏହି କାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନରେ ଉପଲବ୍ଧ | ସୁରକ୍ଷା ଦୃଷ୍ଟିକୋଣରୁ ଦେଖିଲେ ଏହି କାରରେ ଡୁଆଲ୍ ଏୟାରବ୍ୟାଗ, କନରିଂ ବ୍ରେକ୍ କଣ୍ଟ୍ରୋଲ୍, ଇବିଡି ସହିତ ଏବିଏସ୍, ରିୟର ପାର୍କିଂ ସେନ୍ସର, ସ୍ପିଡ୍ ଓ୍ୱାର୍ଣ୍ଣିଂ ଆଲର୍ଟ ଷ୍ଟାଣ୍ଡାର୍ଡ ଭଳି ଫିଚର୍ସ ରହିଛି । ଏହାର ମୂଲ୍ୟ (ଏକ୍ସ-ସୋରୁମ୍) ୫.୪୪ ଲକ୍ଷ ଟଙ୍କା ରହିଛି ।

ମହିନ୍ଦ୍ରା XUV300-

ମହିନ୍ଦ୍ରାଙ୍କ XUV300କୁ ଗ୍ଲୋବାଲ୍ NCAP ଟେଷ୍ଟରେ ୫ ଷ୍ଟାର୍ ରେଟିଂ ପାଇଛି । ଏହି କମ୍ପାକ୍ଟ ଏସୟୁଭି ମଜଭୁତ ଚେସିସ୍ ଓ ସେଫ୍ଟି ଫିଚର୍ସ ସହ ଆସୁଛି । ଏହି କାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନରେ ଉପଲବ୍ଧ | ମହିନ୍ଦ୍ରାଙ୍କ XUV300ର (ଏକ୍ସ-ସୋରୁମ୍) ମୂଲ୍ୟ ୭.୯୫ ଲକ୍ଷ ଟଙ୍କା ରହିଛି ।

ଟାଟା ନେକ୍ସନ୍- ଟାଟାର ଅନ୍ୟ ଏକ କାରକୁ କ୍ରାସ୍ ଟେଷ୍ଟରେ ୫ ଷ୍ଟାର୍ ରେଟିଂ ମିଳିଛି । ଟାଟାର କମ୍ପାକ୍ଟ ଏସୟୁଭି ନେକ୍ସନକୁ ଗ୍ଲୋବାଲ୍ ଏନସିଏପି ଟେଷ୍ଟରେ ୫ ଷ୍ଟାର୍ ରେଟିଂ ପାଇଛି | କାରଟି ୧.୨ ଲିଟର ଟର୍ବୋ ପେଟ୍ରୋଲ ଏବଂ ୧.୫ ଲିଟର ଟର୍ବୋ ଡିଜେଲ ଇଞ୍ଜିନ ଅପ୍ସନରେ ଉପଲବ୍ଧ । ଏହି କାରରେ ଡୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗ, ଏବିଏସ୍, ଇବିଡି, ଇଏସପି, ଟ୍ରାକ୍ସନ୍ କଣ୍ଟ୍ରୋଲ୍ ଏବଂ ହିଲ୍-ହୋଲ୍ଡ ଆସିଷ୍ଟ ଭଳି ଫିଚର୍ସ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୬.୯୯ ଲକ୍ଷ ।

ମାରୁତି ସୁଜୁକି ଭିତାରା ବ୍ରେଜ୍-
ମାରୁତି ସୁଜୁକିର ଅଧିକ ବିକ୍ରି ହେଉଥିବା କାର ମଧ୍ୟରୁ ଗୋଟିଏ ହେଉଛି ଭିତାରା ବ୍ରେଜ୍ । ଏହି କାର୍ ଗ୍ଲୋବାଲ୍ NCAP ଟେଷ୍ଟରେ ୪ ଷ୍ଟାର୍ ରେଟିଂ ପାଇଛି । ବୟସ୍କଙ୍କ ସୁରକ୍ଷା ସୁବିଧା ପାଇଁ ବ୍ରେଜ୍ ୪ଟି ଓ ଶିଶୁ ସୁରକ୍ଷା ପାଇଁ ୨ଟି ଷ୍ଟାର୍ ରେଟିଂ ହାତେଇଛି । ଦିଲ୍ଲୀରେ ବ୍ରେଜର ଏକ୍ସ-ଶୋ’ରୁମ୍ ମୂଲ୍ୟ ୭.୩୪ ଲକ୍ଷ ଟଙ୍କା ରହିଛି ।

ମହିନ୍ଦ୍ରା ମାରାଜୋ- ଗ୍ଲୋବାଲ ଏନସିଏପି ରେଟିଂ ଅନୁଯାୟୀ ମହିନ୍ଦ୍ରା ମାରାଜୋକୁ ଆଡଲ୍ଟ ପ୍ରୋଟେକସନ ଏବଂ ଚାଇଲ୍ଡ ଅକ୍ୟୁପାଣ୍ଟ ପ୍ରୋଟେକ୍ସନ ଲାଗି ୪ଟି ଷ୍ଟାର୍ ମିଳିଛି । ସୁରକ୍ଷା ଦୃଷ୍ଟିକୋଣରୁ ଏହି କାରରେ ଡ୍ରାଇଭର ସିଟ୍ ବେଲ୍ଟ ପ୍ରିଟେନ୍ସର, ଡ୍ରାଇଭର ଏବଂ ଯାତ୍ରୀ ଫ୍ରଣ୍ଟାଲ ଏୟାରବ୍ୟାଗ, ଏସବିଆର, ଆଇଏସଓ ଫିକ୍ସ ଆଙ୍କୋରେଜ୍ ଏବଂ ଚାରି ଚ୍ୟାନେଲ ABS ରହିଛି । ମହିନ୍ଦ୍ରାର ଏହି କାରର ଏକ୍ସ-ଶୋ’ରୁମ୍ ମୂଲ୍ୟ ୯.୯୯-୧୪.୬୮ ଲକ୍ଷ ଟଙ୍କା ମଧ୍ୟରେ ରହିଛି ।

ଭୋଲକସଓ୍ୱାଗେନ ପୋଲୋ-
ଗ୍ଲୋବାଲ୍ ଏନସିଏପି ରେଟିଂ ଅନୁଯାୟୀ ଭୋଲକସଓ୍ୱାଗେନ ପୋଲୋ ଷ୍ଟାରକୁ ଆଡଲ୍ଟ ପ୍ରୋଟେକସନରେ ୪ ଷ୍ଟାର ରେଟିଂ ଏବଂ ଚାଇଲ୍ଡ ଅକ୍ୟୁପାଣ୍ଟ ପ୍ରୋଟେକସନରେ ୩ ଷ୍ଟାର ରେଟିଂ ମିଳିଛି । ସୁରକ୍ଷା କଥା କହିବାକୁ ଗଲେ ଏହି କାରରେ କେବଳ ଡ୍ରାଇଭର ଏବଂ ପାସେଞ୍ଜର ଫ୍ରଣ୍ଟାଲ ଏୟାରବ୍ୟାଗ ନଜର ଆସିବ ।

ଟାଟା ଟିଗୋର୍ ଏବଂ ଟିଆଗୋ –
ଟାଟା ମୋଟର୍ସର ଏଣ୍ଟ୍ରି ଲେଭଲ୍ କାର୍ ଟିଆଗୋ ଗ୍ଲୋବାଲ୍ ଏନସିଏପି କ୍ରାସ୍ ଟେଷ୍ଟରେ ୪ ଷ୍ଟାର୍ ରେଟିଂ ପାଇଛି । ସେହିପରି ଟାଟା ଟିଗୋରକୁ ମଧ୍ୟ ୪ ଷ୍ଟାର୍ ମିଳିଛି । ବୟସ୍କ ସୁରକ୍ଷା ସୁବିଧାରେ ୪ ଷ୍ଟାର ରେଟିଂ ଏବଂ ଚାଇଲ୍ଡ ପ୍ରୋଟେକସନରେ ୩ ଷ୍ଟାର ରେଟିଂ ମିଳିଛି । ଟାଟା ଟିଆଗୋର ପ୍ରାରମ୍ଭିକ ମୂଲ୍ୟ ୪,୬୦,୦୦୦ରୁ ଆରମ୍ଭ ହୋଇଥିବାବେଳେ ଟିଗୋର୍ ୫୭୫,୦୦୦ରୁ ଆରମ୍ଭ ହେଉଛି।

ମହିନ୍ଦ୍ରା ଥର-
ମହିନ୍ଦ୍ରାର ନୂଆ ଥରକୁ କ୍ରାସ୍ ଟେଷ୍ଟରେ ଗ୍ଲୋବାଲ୍ NCAP ତରଫରୁ ଶାନଦାର ରେଟିଂ ମିଳିଛି । ସୁରକ୍ଷା ଦୃଷ୍ଟିରୁ ଏହା ଭଲ ବୋଲି ସୂଚନା ମିଳିଛି । ଏନସିଏପି ରିପୋର୍ଟ ଅନୁଯାୟୀ, କ୍ରାସ୍ ଟେଷ୍ଟରେ ଡ୍ରାଇଭର ଏବଂ ଯାତ୍ରୀଙ୍କ ମୁଣ୍ଡ ତଥା ବେକ ପାଖରେ ଭଲ ସୁରକ୍ଷା ଦିଆଯାଇଛି । ଉଭୟ ଡ୍ରାଇଭର ଏବଂ ଯାତ୍ରୀଙ୍କ ଛାତି ପାଖରେ ପର୍ଯ୍ୟାପ୍ତ ସୁରକ୍ଷା ଦିଆଯାଇଥିବା ବେଳେ ଏହି କାରର ପ୍ରାରମ୍ଭିକ ମୂଲ୍ୟ ୧୧.୯୦ ଲକ୍ଷ ଟଙ୍କା ରହିଛି ।

ମାରୁତି ଆର୍ଟିଗୋ- 

ମାରୁତିର ଏହି କାର୍  NCAPର କ୍ରାସ୍ ଟେଷ୍ଟରେ ୩ ଷ୍ଟାର ରେଟିଂ ହାତେଇଛି । ଫ୍ରଣ୍ଟଲ୍ ଅଫସେଟ୍ ଇମ୍ପାକ୍ଟ, ସାଇଡ୍ ଇମ୍ପାକ୍ଟ ଓ ପେଡେଷ୍ଟି୍ୟନ୍ ପ୍ରୋଟେକ୍ସନ୍ ଇମ୍ପାକ୍ଟ ଟେଷ୍ଟରେ ଏହି କାର୍ ଭଲ ପ୍ରଦର୍ଶନ କରିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୭.୫୯ ଲକ୍ଷ ଟଙ୍କା ରହିଛି ।

NCAP ପରୀକ୍ଷା କ’ଣ?
ଆପଣଙ୍କ କାରଟି କେତେ ସୁରକ୍ଷିତ? ଏହା ଦୁର୍ଘଟଣା ସମୟରେ କିପରି ପ୍ରଭାବ ପକାଇବ ତାହାର ଯାଞ୍ଚ ପାଇଁ ଗ୍ଲୋବାଲ୍ NCAP ପରୀକ୍ଷା କରାଯାଇଥାଏ । ଏଥିରେ ଘଣ୍ଟା ପ୍ରତି ୬୪ କିଲୋମିଟର ବେଗରେ ଗାଡି ଚଳାଇବା ସହ ଦୁର୍ଘଟଣା କରାଯାଇଥାଏ । ଯାହା ଦ୍ୱାରା ଜଣାପଡେ ଯେ କାରଟି କେତେ ସୁରକ୍ଷିତ ।

 

Leave a Reply