spot_img

Latest Posts

ନୂଆ ଲୁକ୍‌ ଏବଂ ନୂଆ ନାଁ ସହିତ ପୁଣି ଭାରତକୁ ଫେରିବ ଟିକ୍‌ଟକ୍‌!

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡ଼ିଓ ଶେୟାରିଂ ଆପ୍‌ ଟିକ୍‌ଟକ୍‌ ଖୁବଶୀଘ୍ର ପୁଣିଥରେ ଭାରତକୁ ଫେରିପାରେ, ତାହା ମଧ୍ୟ ନୂଆ ଲୁକ୍‌ ଏବଂ ନୂଆ ନାମ ସହିତ । ରିପୋର୍ଟ ଅନୁସାରେ ଟିକଟକର ପ୍ୟାରେଣ୍ଟ କମ୍ପାନୀ ବାଇଟ୍‌ଡ୍ୟାନ୍ସ ତାହାର ଏହି ସଟ୍‌ ଭିଡ଼ିଓ ଆପର ନୂଆ ଟ୍ରେଡ୍‌ମାର୍କ ପାଇଁ କଣ୍ଟ୍ରୋଲର ଜେନେରାଲ ଅଫ୍‌ପେଟେଣ୍ଟସ, ଡିଜାଇନ୍‌ ଆଣ୍ଡ୍‌ ଟ୍ରେଡ୍‌ମାର୍କରେ ଆପ୍ଲାଇ କରିଛି ।


ସୂଚନାଯୋଗ୍ୟ ଗତବର୍ଷ ଜୁନରେ କେନ୍ଦ୍ର ସରକାର ୫୬ଟି ଚୀନ୍‌ଆପକୁ ବ୍ୟାନ୍‌କରିଥିଲେ, ଯେଉଁଥିରେ ଟିକ୍‌ଟକ୍‌ମଧ୍ୟ ସାମିଲ ଥିଲା । ଏହା ବ୍ୟାନ୍‌ହେବାପରେ ସମସ୍ତ ଆପ୍‌ଷ୍ଟୋରରୁ ଏହାକୁ ହଟାଇ ଦିଆଯାଇଥିଲା ।


ରିପୋର୍ଟ ଅନୁସାରେ ବାଇଟ୍‌ଡ୍ୟାନ୍ସ ଭାରତରେ ନିଜ ଆପ୍‌ର ପ୍ରତ୍ୟାବର୍ତ୍ତନ ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରୁଛି । ତେବେ ନୂଆ ଆଇଟି ନିୟମ ପାଳନ କରିବ ବୋଲି କମ୍ପାନୀ ସରକାରଙ୍କୁ ଭରସା ଦେଇଛି ।ସୂଚନାଯୋଗ୍ୟ ବାଇଟ୍‌ଡ୍ୟାନ୍ସ ୨୦୧୯ରେ ବ୍ୟାନ୍‌ପୂର୍ବରୁ ଭାରତରେ ନିଜ ଚିଫ୍‌ନୋଡାଲ ଅଫ୍‌ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିଥିଲା ।


ସଟ୍‌ ଭିଡ଼ିଓ ଆପ୍‌ ଟିକଟକ୍‌ ଭାରତରେ ଖୁବ୍‌ ଲୋକପ୍ରିୟତା ସାଉଣ୍ଟି ଥିଲା । ବ୍ୟାନ ହେବା ସମୟରେ ଭାରତରେ ଏହାର ପ୍ରାୟ ୨୦ କୋଟି ୟୁଜର୍ସ ଥିଲେ । ଟିକଟକ୍‌ ବ୍ୟାନ ହେବାପରେ ଫେସବୁକ, ଇଂଷ୍ଟାଗ୍ରାମ ମଧ୍ୟ ନିଜର ଏହି ଫିଚର ଲଞ୍ଚ୍‌ କରିଥିଲେ । ଖାଲି ସେତିକି ନୁହେଁ ଟିକଟକ୍‌ ଭଳି ଏକାଧିକ ଭିଡ଼ିଓ ଭାରତରେ ଲଞ୍ଚ୍‌କରିଛି । ଏବେ ଟିକଟକ୍‌ ପୁଣିଥରେ ଫେରିବାର ଅର୍ଥ ହେଉଛି କଡ଼ା ଟକ୍କରକୁ ସାମ୍ନା କରିବା ।

Latest Posts

Don't Miss