ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୫,୫୮୯ କୋଟି ଟଙ୍କା ଋଣ କରିବେ । ସେହିପରି ୧୪ ହଜାର ଏକ କୋଟି ୩୧ ଲକ୍ଷ ଟଙ୍କା ଋଣ ପରିଶୋଧ କରିବା ପାଇଁ ବଜେଟ୍ରେ ବ୍ୟବସ୍ଥା କରାଯାଇସାରିଛି । ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ଭାର ୯୭ ହଜାର ୨ଶହ କୋଟି ଲକ୍ଷ ଟଙ୍କା ଥିଲା । ଏହି ସମୟରେ ମୁଣ୍ଡ ପିଛା ଋଣର ପରିମାଣ ୨୨,୦୪୨ ଟଙ୍କା ରହିଥିଲା ।

ଅପରପକ୍ଷରେ ଗତ ସେପ୍ଟେମ୍ବର ସୁଦ୍ଧା ଋଣ ପରିମାଣ ନେଇ ଅର୍ଥ ବିଭାଗ ପକ୍ଷରୁ ତଥ୍ୟ ରଖାଯାଇଛି । ଏହି ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଠାରୁ ୧୮୩୪୭.୮୨ କୋଟି ଟଙ୍କା, ଏନଏସଏସଏଫ ୬୨୪୨.୯୭ କୋଟି, ଖୋଲା ବଜାରରୁ ୨୫୫୫୮.୦୭ କୋଟି ଟଙ୍କା, ନାବାର୍ଡ ୧୬୪୩୧.୫୨ କୋଟି ଟଙ୍କା, ଜିଆଇସିରୁ .୨୮ କୋଟି ଏବଂ ଏସସିଡିଏଫରୁ ୧୫୦ କୋଟି ଟଙ୍କା ଋଣ ଗ୍ରହଣ କରାଯାଇଛି ।

ଅନୁରୂପ ଭାବେ ଆରଇସି ଅନ୍ୟାନ୍ୟ ସୂତ୍ରରୁ ୨୭୧.୯୧ କୋଟି ଏବଂ ଜିପିଏଫରୁ ୨୩୪୪୭.୪୪ କୋଟି ଟଙ୍କା ଋଣ କରାଯାଇଛି। ଏହିପରି ଭାବେ ମୋଟ ଋଣର ପରିମାଣ ମୋଟ ୯୦,୪୫୧.୫୧ କୋଟି ଟଙ୍କା । ଉପରୋକ୍ତ ପରିସଂଖ୍ୟନରୁ ଗତ ଆର୍ଥିକ ବର୍ଷ ଅପେକ୍ଷା ସାମ୍ପ୍ରତିକ ସ୍ଥିତିରେ ଋଣ ହ୍ରାସ ପାଇଛି ।  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଲିଖିତ ଭାବେ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ।

ବରିଷ୍ଠ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ପଚରାଯାଇଥିବା ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ତଥ୍ୟ ରଖିଛନ୍ତି । ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୯୪,୨୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ ଲକ୍ଷ୍ୟ ରଖାଯାଇଥିଲା। ଗତ ସେପ୍ଟେମ୍ବର ସୁଦ୍ଧା ୪୨,୬୩୧ କୋଟି ଟଙ୍କା ଆଦାୟ ହୋଇସାରିଛି। ଯାହା ଧାର୍ଯ୍ୟ ଲକ୍ଷ୍ୟର ୪୫.% ନିଜସ୍ୱ ରାଜସ୍ୱ ସଂଗ୍ରହର ପରିମାଣ ଗତ ସେପ୍ଟେମ୍ବର ସୁଦ୍ଧା ୨୦,୯୧୮ କୋଟି ଟଙ୍କା ।