ନିର୍ବାଚନ ଲଢ଼ିବ ସଂଯୁକ୍ତ କିଷାନ ମୋର୍ଚ୍ଚା, ବଲବୀର ମୁଖ୍ୟମନ୍ତ୍ରୀ ଚେହେରା

ଚଣ୍ଡିଗଡ଼: ଆସନ୍ତା ବର୍ଷ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ । ନିର୍ବାଚନ ଯେତିକି ପାଖେଇ ଆସୁଛି ପଞ୍ଜାବ ରାଜନୀତିରେ ଉଷ୍ମତା ବଢ଼ିବାରେ ଲାଗୁଛି । ମୁଖ୍ୟମନ୍ତ୍ରୀ ଚୌକି ହାସଲ କରିବା ପାଇଁ ସବୁ ଦଳ ଆରମ୍ଭ କରିସାରିଛନ୍ତି ସେମାନଙ୍କ ସ୍ୱତନ୍ତ୍ର ରଣନୀତି । ତେବେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବ କୃଷକ ସଂଗଠନ ବଲବୀର ସିଂ ରାଜଓ୍ୱାଲ ସଂଯୁକ୍ତ କିଷାନ ମୋର୍ଚ୍ଚାର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଆମ ଆଦମୀ ପାର୍ଟି ସହ ସଂଯୁକ୍ତ କିଷାନ ମୋର୍ଚ୍ଚା ମେଣ୍ଟ କରିବା ପାଇଁ ଆଲୋଚନା ଜାରି ରଖିଛି ।

କେନ୍ଦ୍ର କୃଷି ଆଇନ ବିରୋଧରେ ହୋଇଥିବା ଆନ୍ଦୋଳନରେ ପ୍ରମୁଖ ଭୂମିକା ତୁଲାଇଥିବା ପଞ୍ଜାବର ୩୨ କୃଷକ ସଂଗଠନ ଆଜି ଚଣ୍ଡିଗଡରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ସୂଚନା ଅନୁସାରେ ୩୨ କୃଷକ ସଂଗଠନରୁ ୨୮ କୃଷକ ସଂଗଠନ ଚାହୁଁଛନ୍ତି କି ସଂଯୁକ୍ତ କିଷାନ ମୋର୍ଚ୍ଚା ପଞ୍ଜାବ ବିଧାନସଭା ନିର୍ବାଚନ ଆମ ଆଦମୀ ପାର୍ଟି ସହ ମେଣ୍ଟ କରି ଲଢ଼ିବାକୁ । ଭାରତୀୟ କୃଷକ ସଂଗଠନ ମୁଖ୍ୟ ବଲବୀର ସିଂ ରାଜଓ୍ୱାଲ ପଞ୍ଜାବ ବିଧାନସଭା ନିର୍ବାଚନରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ମୁଖ୍ୟମନ୍ତ୍ରୀ ଚେହେରା ହେବେ । ଆମେ ୩୫ରୁ ୪୦ଟି ସିଟରେ ନିର୍ବାଚନ ଲଢ଼ିବୁ କିମ୍ବା ଆମ ଆଦମୀ ପାର୍ଟି ସହ ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇବୁ ବୋଲି କହିଛନ୍ତି ପଞ୍ଜାବର ଜଣେ କୃଷକ ନେତା ।

Leave a Reply