ଲାଲୁଙ୍କ ବିରୋଧରେ ଏଫଆଇଆର; ବଙ୍ଗଳା ଛାଡି ଗଲେ ହସ୍ପିଟାଲ

1 min read
Lalu Prasad Switches Off TV After Seeing NDA’s Lead Goes Out To Soak Up The Sun

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି । ଜେଲ୍ ଭିତରୁ ବିଜେପି ବିଧାୟକ ଲଲନ୍ ପାସଓ୍ୱାନଙ୍କୁ ଫୋନ୍ କରି ପ୍ରଲୋଭନ କରିବା ଅଭିଯୋଗରେ ତାଙ୍କ ବିରାେଧରେ ପାଟନାରେ ଏଫଆଇଆର କରାଯାଇଛି ।

ଲଲନ ତାଙ୍କ ବିରୋଧରେ ଏଫଆଇଆର କରିଥିବା ବେଳେ ଭ୍ରଷ୍ଟାଚାର ଆରୋପ ଲଗାଇଛନ୍ତି । ଯାହା ପରେ ଲାଲୁଙ୍କୁ ରିମ୍ସର ପ୍ରାଇଭେଟ୍ ଓ୍ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଏହା ପୂର୍ବରୁ ସେ ୧ କେଲି ବଙ୍ଗଳାରେ ରହୁଥିଲେ ।

କିନ୍ତୁ ଲାଲୁ ଜେଲ ଭଳି ସଜା ନୁହେଁ ବରଂ ବଙ୍ଗଳାରେ ଆରାମରେ ଜୀବନ ଅତିବାହିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା ।

ସୂଚନା ଅନୁଯାୟୀ, ନିକଟ ଅତୀତରେ ଜେଲ୍ ଭିତରେ ରହି ଲାଲୁ ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ଲଲନ ପାସଓ୍ୱାନଙ୍କୁ ଫୋନ୍ କରି ତାଙ୍କ ଆଡକୁ ଯିବା ପାଇଁ ପ୍ରଲୋଭନ ଦେଉଥିବା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ଅଭିଯୋଗ କରିଛନ୍ତି ।

ସୁଶିଲ ଏକ ଅଡିଓ ଟେପ୍ ଜାରି କରି ଏହି ଦାବି କରିଛନ୍ତି । ତାଙ୍କ ଦାବି ଅନୁଯାୟୀ ଲାଲୁ ଜେଲ୍ ଭିତରେ ରହି ଭାରତୀୟ ଜନତା ପାର୍ଟିର ବିଧାୟକ ଲଲନ ପାସଓ୍ୱାନଙ୍କୁ ଫୋନ୍ କରିଥିଲେ । ଏଥିସହିତ ମନ୍ତ୍ରୀ ପଦ ଯାଚିବା ସହ ତାଙ୍କ ଆଡକୁ ଯିବାପାଇଁ କହିଛନ୍ତି ।

ତେବେ ବିହାରର ପିରେପନ୍ତୀ ବିଧାନସଭା ଆସନର ବିଧାୟକ ହେଉଛନ୍ତି ଲଲନ ପାସଓ୍ୱାନ ।

ଅଡିଓରେ କ’ଣ ଥିଲା?

ସୁଶିଲ ମୋଦି ଜାରି କରିଥିବା ଅଡିଓ ଅନୁଯାୟୀ ଲାଲୁ ବିଜେପିର ବିଧାୟକଙ୍କୁ କହୁଛନ୍ତି ଯେ ବାଚସ୍ପତି ନିର୍ବାଚନ ବେଳେ ଗୃହରେ ଅନୁପସ୍ଥିତ ରହିବା ପାଇଁ । ଯାହାର ଜବାବରେ ବିଧାୟକ ଜଣକ କହୁଛନ୍ତି ‘‘ମୁଁ ଦଳରେ ଅଛି, ଏମିତି କଲେ ଅସୁବିଧା ହେବ’’ ।

Leave a Reply