ଜେଲ୍ ବଦଳରେ ଘରେ ରହି ଦିନ କାଟୁଛି ହାଫିଜ୍ ସଇଦ !

1 min read

ଇସଲାମବାଦ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦକୁ ପାକିସ୍ତାନ କୋର୍ଟ ୧୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲା । ତଥାପି ଲସ୍କର-ଏ-ତୋଏବାର ସଂସ୍ଥାପକ ହାଫିଜ୍ ଘରେ ରହି ଆରାମରେ ସମୟ କାଟୁଥିବା ନେଇ ସୂଚନା ମିଳିଛି ।

ମିଡିଆ ରିପୋର୍ଟ ମୁତାବକ ହାଫିଜ୍ ଲାହୋର ସ୍ଥିତ ଜୋହର ଟାଉନରେ ଥିବା ଘରେ ରହୁଛି । ଘରେ ରହି ସେ ଆତଙ୍କବାଦୀଙ୍କୁ ପରିଚାଳନା କରୁଥିବା ଜଣାପଡିଛି ।

ଅପରପକ୍ଷରେ ହାଫିଜକୁ ୨୦୧୯ ମସିହା ଜୁଲାଇ ମାସରେ ଆଧିକାରିକ ଭାବେ ଗିରଫ କରାଯାଇଥିଲା । ହେଲେ ଚଳିତ ବର୍ଷ ଫେବୃଆରୀରେ ଟେରର ଫାଇନାସିଂ ମାମଲାରେ ତାକୁ ୧୦ ବର୍ଷ ୬ ମାସ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା । ଯାହାକୁ ଆମେରିକା ଏକ କଡା ପଦକ୍ଷପ ବୋଲି କହିଥିଲା ।

ଗତ ଗୁରୁବାର ଦିନ ଆତଙ୍କବାଦୀଙ୍କୁ ଫଣ୍ଡିଂ ଯୋଗାଉଥିବା ସମ୍ବନ୍ଧିତ ମାମଲାରେ ରୋଧି ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଥିଲା ।

ଆହୁରି ମଧ୍ୟ ମିଡିଆ ରିପୋର୍ଟ ମୁତାବକ, ହାଫିଜ ସଇଦ ଲାହୋରର କୋଟ ଲଖପତ ଜେଲରେ ନାହିଁ । ଜଣେ ଅଧିକାରୀଙ୍କ ମତରେ ‘ସେ ଅଧିକାଂଶ ସମୟ ଘରେ ରୁହେ । ସେ ଏମିତି କଷ୍ଟାେଡିରେ ରହିଛି ଯେ ଘରକୁ ଆସୁଥିବା ଅତିଥି ମାନେ ମଧ୍ୟ ତା’ ସହ ସାକ୍ଷାତ କରିପାରିବେ‘।

Leave a Reply