ପାକିସ୍ତାନରେ ୧୨ ଆତଙ୍କବାଦୀ ସଂଗଠନ ସକ୍ରିୟ, ୫ଙ୍କ ନିଶାନାରେ ଭାରତ

1 min read

ପାକିସ୍ତାନ ଓ ଆତଙ୍କବାଦର ସମ୍ପର୍କ କାହାକୁ ଅଛପା । ଯେଉଁଠି ଆତଙ୍କବାଦର ନାଁ ଉଠେ ସେଠି ପାକିସ୍ତାନର ନାଁ ବି ଚର୍ଚ୍ଚାକୁ ଆସେ। ଆଉ ପାକର ଭାରତ ସହ ଶତ୍ରୁତା ବିଷୟରେ ତ ନକହିବା ଭଲ। ଜାତିସଙ୍ଘ ଭଳି ମଞ୍ଚରେ ବି ପାକ୍ ଅଧିକାରୀ ଭାରତ ବିରୁଦ୍ଧରେ ବିଷ ଓଗାଳିବାରୁ ପଛାନ୍ତି ନାହିଁ । ସବୁବେଳେ ଭାରତକୁ ଆକ୍ଷେପ କରୁଥିବା ଏବଂ ଭାରତ ବିରୋଧୀ ଷଡ଼ଯତ୍ର କରୁଥିବା ପାକର ଅସଲ ଚେହେରା ଏବେ ପଦାରେ ପଡ଼ିଛି।
ଆତଙ୍କବାଦ ଉପରେ ଆମେରିକାର ସ୍ୱତନ୍ତ୍ର କଂଗ୍ରେସନଲ ରିସର୍ଚ୍ଚ ସର୍ଭିସ (CRS) ରିପୋର୍ଟରେ ପାକିସ୍ତାନକୁ ନେଇ ବଡ ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ୧୨ ଟି ବର୍ବର ଆତଙ୍କବାଦୀ ସଂଗଠନ ଅଛି। ସେଥିରୁ ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ୫ କୁକ୍ଷାତ ଆତଙ୍କବାଦୀ ସଂଗଠନର ଟାର୍ଗେଟରେ ରହିଛି ଭାରତ। ଆମେରିକାର ଅଧିକାରୀମାନେ ପାକିସ୍ତାନକୁ ଅନେକ ସଶସ୍ତ୍ର ତଥା ଅଣ-ରାଜ୍ୟ ଆତଙ୍କବାଦୀ ସଂଗଠନ ପାଇଁ ଏକ ସୁରକ୍ଷିତ ସ୍ଥାନ ବୋଲି ଚିହ୍ନଟ କରିଛନ୍ତି ଯେଉଁଠାରୁ କି ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛନ୍ତି। ସିଆରଏସ ରିପୋର୍ଟ ଅନୁସାରେ କିଛି ଆତଙ୍କବାଦୀ ସଂଗଠନ ୧୯୮୦ ମସିହାରୁ ସକ୍ରୀୟ ଅଛନ୍ତି ।
କ୍ୱାଡ୍ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକା କଂଗ୍ରସର ଏକ ରିପୋର୍ଟ (ସିଆରଏସ)ରେ ସେଠାରେ ସକ୍ରୀୟ ଥିବା ଆତଙ୍କବାଦୀ ସଂଗଠନଙ୍କୁ ୫ ଭାଗରେ ବିଭକ୍ତ କରିଛି। ଗୋଟିଏ ଶ୍ରେଣୀର ଆତଙ୍କବାଦୀ ସଂଗଠନଙ୍କ ମଧ୍ୟରେ ସମଗ୍ର ବିଶ୍ୱକୁ ଟାର୍ଗେଟ କରୁଥିବା ସଂଗଠନ ରହିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ରହିଛନ୍ତି ଭାରତକୁ ଲକ୍ଷ୍ୟ କରି ଗଠିତ ସଂଗଠନ। ସେହିଭଳି ତୃତୀୟରେ ଆଫଗାନିସ୍ତାନ କେନ୍ଦ୍ରିତ ଆତଙ୍କବାଦୀ ସଂଗଠନ। ଚତୁର୍ଥରେ ଥିବା ଆତଙ୍କବାଦୀ ସଂଗଠନ କେବଳ ପାକିସ୍ତାନ ଭିତରେ ସକ୍ରୀୟ ଅଛନ୍ତି । ଏବଂ ପଞ୍ଚମ ଶ୍ରେଣୀରେ ଏଭଳି ସଂଗଠନ ଅଛନ୍ତି ଯେଉଁମାନଙ୍କ ନିଶାନାରେ ଅଛନ୍ତି ସିଆ ଓ ଅନ୍ୟ ମୁସଲିମ୍ ସଂଖ୍ୟାଲଘୁ। ତେବେ ଏହି ୧୨ଟି ସଂଗଠନ ଭିତରୁ ୫ଟିର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତର କ୍ଷତି କରିବା ।
ଏହି ତାଲିକାରେ ପ୍ରଥମରେ ରହିଛି…..
ଲସ୍କର ଏ ତୋଇବା
୧୯୮୦ ଦଶକରେ ଲସ୍କର ଏ ତୋଇବାର ଗଠନ ହୋଇଥିଲା । ୨୦୦୧ରେ ଏହାକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଭାବେ ଚିହ୍ନଟ କରାଯାଇଥିଲା । ମୁମ୍ବାଇ ଆକ୍ରମଣର ଭଳି ଭାରତରେ ବହୁ ବଡ଼ ବଡ଼ ହାଇପ୍ରୋଫାଇଲ ଆତଙ୍କବାଦୀ ହମଲା ପାଇଁ ନିଜକୁ ଦାୟୀ କରିଛି ଏହି ସଂଗଠନ ।
ଜୈଶ-ଏ-ମହମ୍ମଦ
ରିପୋର୍ଟ ଅନୁଯାୟୀ ଜୈଶ-ଏ-ମହମ୍ମଦର ଗଠନ ୨୦୦୦ ମସିହାରେ ଗଠନ କାଶ୍ମୀର ଆତଙ୍କବାଦୀ ନେତା ମାସୁଦ ଅଜହରଙ୍କ ଦ୍ୱାରା ହୋଇଥିଲା । ଏବଂ ୨୦୦୧ ରେ ଏହାକୁ ମଧ୍ୟ ବିଦେଶୀ ଆତଙ୍କୀ ସଂଗଠନ ଭାବେ ଚିହ୍ନଟ କରାଯାଇଥିଲା।  ୨୦୦୧ରେ ଭାରତୀୟ ସଂସଦ ଉପରେ ହୋଇଥିବା ଆକ୍ରମଣରେ ଏହି ସଂଗଠନ ସାମିଲ ଥିଲା ।
ହରକତ-ଉଲ-ଜିହାଦ ଇସ୍ଲାମୀ
ଆଫଗାନିସ୍ତାନରେ ସୋଭିଏତ୍ ସଂଘ ବିରୁଦ୍ଧରେ ଲଢିବା ପାଇଁ ୧୯୮୦ ଦଶକରେ ଜନ୍ମ ନେଇଥିଲା ଏହି ସଂଗଠନ। କିନ୍ତୁ ସୋଭିଏତ ସେନାର ଆଫଗାନିସ୍ତାନରୁ ପ୍ରସ୍ଥାନ ପରେ ଏହା କାଶ୍ମୀରରେ ନିଜକୁ ସକ୍ରୀୟ କରିଥିଲା । ୧୯୮୯ରୁ ଏହା ଭାରତ ବିରୋଧରେ ଜିହାଦ ଲଢୁଛି । ୨୦୧୦ରେ ଏହାକୁ ମଧ୍ଯ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଭାବେ ଚିହ୍ନଟ କରାଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ, କୌଣସି ଅଜ୍ଞାତ ଶକ୍ତି ସାହାଯ୍ୟରେ ଏହା ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ସକ୍ରୀୟ ଅଛି। କାଶ୍ମୀରକୁ ପାକିସ୍ତାନରେ ମିଶାଇବା ହେଉଛି ଏହାର ମୂଳ ଲକ୍ଷ୍ୟ ।
ହିଜବୁଲ ମୁଜାହିଦ୍ଦିନ
୧୯୮୯ରେ ପାକିସ୍ତାନରେ ଆଇଏସଆଇ ଦ୍ୱାରା ଗଠିନ ହୋଇଥିଲା ଏହି ସଂଗଠନ। କଥିତ ରୂପେ ଏହା ହେଉଛି ପାକିସ୍ତାନର ସବୁଠାରୁ ବଡ଼ ରାଜନୈତିକ ଦଳ ଇସଲାମିକ୍ ପାର୍ଟିର ଆତଙ୍କବାଦୀ ଶାଖା । ୨୦୧୭ରେ ଏହାକୁ ଏଫଟିଓ ସୂଚୀରେ ସାମିଲ କରାଯାଇଥିଲା । ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଏହା ହେଉଛି ସବୁଠାରୁ ବଡ଼ ଓ ପୁରୁଣା ସଂଗଠନ ।
ଏସବୁ ବ୍ୟତୀତ ସିଆରଏସ ଅନୁଯାୟୀ ପାକିସ୍ତାନରୁ ନିଜର କାର୍ଯ୍ୟକଳାପ କରୁଥିବା ଅନ୍ୟ ଆତଙ୍କବାଦୀ ସଂଗଠନ ମଧ୍ୟରେ ଅଲ-କାଏଦା ମଧ୍ୟ ସାମିଲ ଅଛି ଯାହା ମୁଖ୍ୟାତଃ କରାଚୀ ଓ ଆଫଗାନିସ୍ତାନରେ କାର୍ଯ୍ୟ କରେ।
ଆତଙ୍କବାଦୀଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଛି ପାକିସ୍ତାନ:
ସିଆରଏସ ରିପୋର୍ଟ ‘କଣ୍ଟ୍ରି ରିପୋର୍ଟ ଅନ୍ ଟେରୋରିଜମ୍ ୨୦୧୯’ ଅନୁଯାୟୀ ପାକିସ୍ତାନ କିଛି ଆତଙ୍କବାଦୀ ସଂଗଠନଙ୍କ ପାଇଁ ପାକିସ୍ତାନ ଆଶ୍ରୟସ୍ଥଳୀ ପାଲଟିଛି। ବିଶେ । ବିଶେଷ କରି ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନଙ୍କୁ ପାକିସ୍ତାନରେ ଅଧିକ ପ୍ରାଥମିକତା ଦିଆଯାଏ । ରିପୋର୍ଟରେ ଏହା ମଧ୍ଯ ଦାବି କରାଯାଇଛି ଯେ ୨୦୧୯ରେ ଭାରତ ଭିତରେ ହୋଇଥିବା ଆତାଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଲୋକଦେଖାଣିଆ ଭାବେ ମାମୁଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ପାକିସ୍ତାନରେ ସକ୍ରୀୟ ଅଛନ୍ତି ଏହି ସଂଗଠନ:
ସିଆରଏସ ରିପୋର୍ଟ ଅନୁୟାୟୀ ପାକିସ୍ତାନ ଭିତରେ ସକ୍ରୀୟ ଥିବା ଅନ୍ୟ ଆତଙ୍କବାଦୀ ସଂଗଠନ ଗୁଡ଼ିକ ମଧ୍ୟରେ ଅଲକାଏଦା ଇନ୍ ଦି ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍,ଇସଲାମିକ୍ ଷ୍ଟେଟ୍ ଖୁରସାନ୍ ପ୍ରୋଭିନ୍ସ, ଆଫଗାନ ତାଲିବାନ,ହକ୍କାନୀ ନେଟୱର୍କ,ତହରିକ-ଏ-ତାଲିବାନ,ବେଲୁଚିସ୍ତାନ ଲିବରେସନ୍ ଆର୍ମି,ଜୁନ୍ଦାଲା (ଜୈଶ-ଅଲ୍-ଅଦଲ)ସିପାହ-ଏ-ସାହେବ ପାକିସ୍ତାନ ଓ ଲସ୍କର-ଏ-ଝଙ୍ଗଭି ପ୍ରଭୃତି ରହିଛନ୍ତି।
 
 

Leave a Reply