ରାତିରେ ଦେଖାଯିବ ଓମିକ୍ରନର ଲକ୍ଷଣ

XE Variant Not Detected In Mumbai Say Health Ministry

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଛି । କରୋନାର ଡେଲାଟା ଭାରିଆଣ୍ଟ ଭାରତ ସହ ବିଶ୍ବର ଅନେକ ରାଷ୍ଟ୍ରରେ ଆତଙ୍କ ଖେଳାଇଥିଲା । ଡେଲଟା ଭାରିଆଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ବେଶ୍ ବଢ଼ିଯାଇଥିଲା । ଡେଲଟା ଭାରିଆଣ୍ଟରେ ଲୋକ ଗୁରୁତର ଭାବରେ ସଂକ୍ରମିତ ହେଉଥିଲେ । ଏହି ଭାରିଆଣ୍ଟରେ ଆକ୍ରାନ୍ତ ହେବା ପରେ ଲୋକମାନଙ୍କ ମଧ୍ୟରେ ଭୀଷଣ ଜ୍ୱର, ଲଗାତର କାଶ, ନିଶ୍ୱାସ ନେବାରେ କଷ୍ଟ, ଛାତିରେ କଷ୍ଟ ଅନୁଭବ ଏବଂ ଅକ୍ସିଜେନ କମ୍ ହେବା ଆଦି ସମସ୍ୟା ଦେଖାଯାଉଥିଲା ।

ଡେଲଟା ପରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିଶ୍ୱରେ ଭୟର ବାତାବରଣ ଖେଳାଇ ଦେଇଛି । ଓମିକ୍ରନକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି କି ଯେଉଁମାନେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ମଧ୍ୟ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇପାରିବେ । ଏଥିସହ କରୋନାର ଦୁଇଟି ଡୋଜ ଟିକା ନେଇଥିଲେ ମଧ୍ୟ ଓମିକ୍ରନରେ ସୁରକ୍ଷିତ ନୁହଁନ୍ତି । ଆଗାମୀ କିଛି ଦିନରେ ଜଣାପଡ଼ିବ କି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ କେତେ ଭୟଙ୍କର ।

ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ବିଭାଗର ସାଧାରଣ ଚିକିତ୍ସକ ଡକ୍ଟର ଉନ୍ବେନ୍ ପିଲ୍ଲେ କହିଛନ୍ତି ଯେ ଓମିକ୍ରନ୍ ସଂକ୍ରମିତ ରୋଗୀମାନଙ୍କର ରାତିର ପ୍ରବଳ ଝାଳ ବୋହିପାରେ । ଏତେ ଅଧିକ ଝାଳ ବାହାରିବ ଯେ ରୋଗୀଙ୍କର ପୋଷାକ ସହ ଶେଯ ଓଦା ହୋଇପାରେ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ରୋଗୀଙ୍କ ଶରୀରରେ କଷ୍ଟ ଅନୁଭବ ହେବ । ଡକ୍ଟର ଉନ୍ବେନ୍ ପିଲ୍ଲେ କହିଛନ୍ତି ଯେ ଓମିକ୍ରନରେ ସଂକ୍ରମିତ ଲୋକଙ୍କ ପାଖରେ ଶୁଖିଲା କାଶର ଲକ୍ଷଣ ମଧ୍ୟ ଦେଖାଯାଉଛି । ଏହା ବ୍ୟତୀତ ଜ୍ୱର ଓ ମାଂସପେଶୀରେ କଷ୍ଟ ମଧ୍ୟ ଏହି ଭାରିଆଣ୍ଟରେ ଦେଖାଯାଉଛି ।

 

Leave a Reply