ଭିଏତନାମରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଆବିଷ୍କାର କଲା ୧୧୦୦ ବର୍ଷ ପୁରୁଣା ଶିବଲିଙ୍ଗ

1 min read

ଭିଏତନାମ: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ASI) ଏକ ସଂରକ୍ଷଣ ପ୍ରକଳ୍ପର ଖନନ ସମୟରେ ୯ମ ଶତାବ୍ଦୀର ଶିବଲିଙ୍ଗ ଉଦ୍ଧାର କରାଯାଇଛି । ଏହି ଶିବଲିଙ୍ଗ ଉଦ୍ଧାରର ସୂଚନା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ଟ୍ୱିଟ କରି ଦେଇଛନ୍ତି ।

ଖନନରୁ ମିଳିଥିବା ବାଲୁକା ପଥରରୁ ନିର୍ମିତ ଏହି ଶିବଲିଙ୍ଗ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଛି । ଏହାର କୌଣସି ପ୍ରକାରର କ୍ଷତି ହୋଇନାହିଁ । ଭିଏତନାମର ମାଇ-ସନ୍ ମନ୍ଦିର ପରିସରରୁ ଖନନ ସମୟରେ ଏହି ଶିବଲିଙ୍ଗା ASIକୁ ମିଳିଥିଲା ​ ।

ଏହି ଐତିହାସିକ ଶିବଲିଙ୍ଗକୁ ଉଦ୍ଧାର ପରେ ASI କୁ ପ୍ରଶଂସା କରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, ଭିଏତନାମର ‘ମାଇ-ସନ୍’ ମନ୍ଦିର ପରିସରରେ ଚାଲିଥିବା ସଂରକ୍ଷଣ ପରିଯୋଜନାରେ ୯ମ ତମ ଶତାବ୍ଦୀର ଅଖଣ୍ଡ ବାଲୁକା ପଥର ଶିବଲିଙ୍ଗକୁ ଉଦ୍ଧାର କରାଯାଇଛି । ଏଥିପାଇଁ ମୁଁ ASIର ଟିମକୁ ଅଭିନନ୍ଦନ ଜଣାଉଛି ।

ଏହା ସହିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଖନନ ସମୟରେ ପାଇଥିବା ଶିବଲିଙ୍ଗର ଫଟୋ ଟୁଇଟ୍ କରି ୨୦୧୧ରେ ଏହି ଅଭୟାରଣ୍ୟର ଯାତ୍ରା ବିଷୟରେ ଉଲ୍ଲେଖ କରିଛନ୍ତି । ଅନ୍ୟ ଏକ ଟ୍ୱିଟରେ ସେ ଏହି ଆବିଷ୍କାରକୁ ଭାରତର ବିକାଶ ସହଭାଗୀତାର ଏକ ମହାନ ସାଂସ୍କୃତିକ ଉଦାହରଣ ବୋଲି ବର୍ଣ୍ଣନା କରିଛନ୍ତି।

ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଏହି ଶିବଲିଙ୍ଗ ହିନ୍ଦୁ ମନ୍ଦିରଗୁଡ଼ିକର ଏକ ଜଟିଳ ଅଂଶ । ଏହି ଶିବଲିଙ୍ଗର ନିର୍ମାଣ ଶକ୍ତିଶାଳୀ ଚମ୍ପା ସାମ୍ରାଜ୍ୟ ଦ୍ୱାରା ୪ର୍ଥ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ମାଇ ସନ୍ ରେ ନିର୍ମାଣ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ମାଇ- ସନ୍ ହେଉଛି ୟୁନେସ୍କୋର ଏକ ବିଶ୍ୱ ଐତିହ୍ୟ କେନ୍ଦ୍ର, ଯାହା ୧୦ମ ଶତାବ୍ଦୀ ମଧ୍ୟରେ ନିର୍ମିତ ବିଭିନ୍ନ ହିନ୍ଦୁ ମନ୍ଦିର ଗୁଡିକର ଘର ଥିବା ମାନ୍ୟତା ରହିଛି । ଏହା  ଚାମ୍ ଲୋକଙ୍କ ଉନ୍ନତ ବୈଷୟିକ ସଭ୍ୟତାର ଏହା ଏକ ଅଦ୍ଭୁତ ଉଦାହରଣ ଅଟେ ।

Leave a Reply