ଆଜିଠୁ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜୋ ବାଇଡେନ୍ ଓ କମଳା ହାରିସଙ୍କ ସହ ହେବ ଭେଟ

1 min read

ନୂଆଦିଲ୍ଲୀ: ଆଜି ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିବେ ମୋଦି । ସେହିଭଳି କ୍ୱାଡ ଦେଶର ସମ୍ମିଳନୀରେ ମଧ୍ୟ ସାମିଲ ହେବେ । ପ୍ରଥମ ଥର ପାଇଁ ଫେସ୍ ଟୁ ଫେସ୍ ଆଲୋଚନା କରିବେ ମୋଦି-ବାଇଡେନ୍ ।

ଏହି ଅବସରରେ ଉଠିବ ଆତଙ୍କବାଦ, ଜଳବାୟୁ ଓ ବାଣିଜ୍ୟ କାରବାର ପ୍ରସଙ୍ଗ । ସେହିଭଳି ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ସେପ୍ଟେମ୍ବର ୨୪ରେ ୱାଶିଂଟନରେ ବାଇଡେନଙ୍କୁ ଭେଟିବେ ମୋଦି । ଏହା ପୂର୍ବରୁ ୨୩ ତାରିଖରେ ଜାପାନ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ସେହି ଦିନ ଆମେରିକାର ଉପରାଷ୍ଟ୍ରପତି କମଲା ହାରିଶଙ୍କୁ ମଧ୍ୟ ଭେଟିବେ ।

୨୫ ତାରିଖରେ ୱାଶିଂଟନ୍‌ରେ କିଛି କାର୍ଯ୍ୟକ୍ରମରେ ସାମିଲ ହେବେ । ପରେ ନ୍ୟୁୟର୍କ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଆମେରିକାରେ ଆୟୋଜିତ ହେବାକୁ ଥିବା କ୍ୱାଡ ସମ୍ମିଳନୀରେ ଭାରତ ସହ ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ସାମିଲ ହେବେ । ଏଣୁ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି ।

Leave a Reply