କାବୁଲ ମେଡିକାଲରେ ଆତଙ୍କବାଦୀ ଆକ୍ରମଣ; ୧୪ ମୃତ, ୫୫ ଗୁରୁତର

ନୂଆଦିଲ୍ଲୀ: ମଙ୍ଗଳବାର ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଡାକ୍ତରଖାନା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଦୁଇ ଜଣ ନବଜାତ ଶିଶୁ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମହିଳା ଏବଂ କିଛି ନର୍ସଙ୍କ ସମେତ ଏବେ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ଘଟିଛି ।

ଆତଙ୍କବାଦୀଙ୍କୁ ରୋକିବା ପାଇଁ ସ୍ଥାନୀୟ ପୋଲିସ ଗୁଳି ଚଳାଇଥିଲା କିନ୍ତୁ କୌଣସି ଆତଙ୍କବାଦୀଙ୍କର ମୃତ୍ୟୁ ହୋଇନଥିଲା । ଗୁଳି ବିନିମୟରେ ସମୟରେ ଆଫଗାନିସ୍ତାନ ସୁରକ୍ଷା ବଳ ରୋଗୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଡାକ୍ତରଖାନାରୁ ସୁରକ୍ଷିତ ବାହାର କରୁଥିବା ଦେଖାଯାଇଥିଲା । ବହୁ ସଂଘର୍ଷ ପରେ ଶିଶୁ ଏବଂ ମହିଳାଙ୍କୁ ମେଡିକାଲରୁ ଉଦ୍ଧାର କରାଯାଇଛି ।

କାବୁଲ ବ୍ୟତୀତ ଆଫଗାନିସ୍ତାନର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ହିଂସାକାଣ୍ଡ ଘଟିଛି । ମଙ୍ଗଳବାର ନଙ୍ଗରହର ପ୍ରଦେଶରେ ଏକ ଶୋକ ସଭାରେ ବିସ୍ଫୋରଣକାରୀ ନିଜ ଆତ୍ମଘାତୀ ବିସ୍ଫୋରଣ କରିଥିଲା । ଏହି ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି କ୍ଷେତ୍ର ଇସଲାମିକ୍ ଷ୍ଟେଟ୍‌ର ଗଡ଼ ବୋଲି ବିବେଚନା କରାଯାଏ । ଅନ୍ୟପକ୍ଷରେ ଖୋଷ୍ଟ ଅଞ୍ଚଳରେ ଏକ ବୋମା ବିସ୍ଫୋରଣରେ ୧୦ ଜଣ ଆହତ ହୋଇଛନ୍ତି  ।

ଅନ୍ୟପକ୍ଷରେ ନାଙ୍ଗରହାରରେ ହୋଇଥିବା ଆକ୍ରମଣରେ ତାଲିବାନର କୌଣସି ଭୂମିକା ନଥିବା ସେ ନିଜେ କହିଛି । ତାଲିବାନ୍ ଏକ ଟୁଇଟ୍ ଜରିଆରେ କହିଛି ଯେ, ନାଙ୍ଗରହାରର ଖେୱା ଜିଲ୍ଲା ଶୋକ ସଭାରେ ହୋଇଥିବା ଆକ୍ରମଣରେ ଇସଲାମିକ୍ ଏମିରେଟ୍‌ସର କୌଣସି ଭୂମିକା ନାହିଁ । ଏହି ଆକ୍ରମଣକୁ ଇସଲାମିକ୍ ଏମିରେଟ୍ ଦୃଢ଼ ନିନ୍ଦା କରୁଛି ବୋଲି ଟ୍ୱିଟ୍‌ରେ ଦର୍ଶାଇଛି ।

Leave a Reply