ଜେଲରେ ରହି ୮ବର୍ଷ ଭିତରେ ହାସଲ କଲେ ୩୧ଟି ଡିଗ୍ରୀ, ଜେଲରୁ ମୁକୁଳିବା ପରେ ମିଳିଲା ସରକାରୀ ଚାକିରି

1 min read
More Than 1 Lakh Inmates In India Are Illiterate While 5677 Having Technical Degrees

ଅହମ୍ମଦାବାଦ: ସାଧାରଣତଃ ଜେଲ ଯିବା ପରେ କଏଦୀମାନେ ଜୀବନରେ ନିରାଶ ହୋଇଯାଆନ୍ତି । ବହୁତ କମ୍ ଜଣ ଅଛନ୍ତି ଯେଉଁମାନେ ଜେଲ ଯିବା ପରେ ନିଜର ଭବିଷ୍ୟ ତିଆରି କରିବାକୁ ଲାଗିପଡ଼େ । ଗୁଜୁରାଟର ଭବନଗରରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଭାନୁଭାଇ ପଟେଲ ଜେଲରେ ରହି ୮ ବର୍ଷରେ ୩୧ ଡିଗ୍ରୀ ହାସଲ କରିଛନ୍ତି । ଜେଲରୁ ମୁକୁଳିବା ମାତ୍ରେ ତାଙ୍କୁ ସରକାରୀ ଚାକିରି ଅଫର ମଧ୍ୟ ମିଳିଥିଲା। ଚାକିରି ପରେ ୫ ବର୍ଷରେ ସେ ଆହୁରି ୨୩ ଡିଗ୍ରୀ ହାସଲ କରିଥିଲେ । ଯାହା ପରେ ଭାନୁଭାଇ ପଟେଲଙ୍କ ନାଁ ଲିମକା ବୁକ୍ ଅଫ୍ ରେକର୍ଡସ, ଏସିଆ ବୁକ୍ ଅଫ୍ ରେକର୍ଡସ, ୟୁନିକ୍ ୱାର୍ଲ୍ଡ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍, ୟୁନିଭର୍ସାଲ୍ ରେକର୍ଡ ଫୋରମ୍ ଏବଂ ଏପରିକି ୱାର୍ଲ୍ଡ ରେକର୍ଡ ଇଣ୍ଡିଆରେ ରେକର୍ଡ କରାଯାଇଛି ।

କାହିଁକି ହୋଇଥିଲା ଜେଲ୍ ?

୫୯ ବର୍ଷରେ ଭାନୁଭାଇ ପଟେଲ, ଭବନଗରର ମହାଭା ତହସିଲର ବାସିନ୍ଦା । ଅହମ୍ମଦାବାଦର ବିଜୁ ମେଡିକାଲ କଲେଜରୁ ଏମବିବିଏସ ଡିଗ୍ରୀ ହାସଲ କରିବା ପରେ ସେ ୧୯୯୨ରେ ଆମେରିକାରେ ଡାକ୍ତରୀ ଡିଗ୍ରୀ ପାଇଁ ଯାଇଥିଲେ । ଏଠାରେ ତାଙ୍କର ଜଣେ ବନ୍ଧୁ ଛାତ୍ର ଭିସାରେ ଆମେରିକାରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ଦରମା ଭାନୁଭାଇଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରୁଥିଲେ। ଏହି କାରଣରୁ ତାଙ୍କୁ ବୈଦେଶିକ ବିନିମୟ ନିୟମାବଳୀ (FERA) ଆଇନ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା । ୫୦ ବର୍ଷ ବୟସରେ ତାଙ୍କୁ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେଣୁ ୧୦ ବର୍ଷ ହେବ ଅହମ୍ମଦାବାଦ ଜେଲରେ ରହିଛନ୍ତି ଭାନୁଭାଇ ।

ସାଧାରଣତଃ ଜେଲକୁ ଯାଉଥିବା ବ୍ୟକ୍ତି ସରକାରୀ ଚାକିରି ପାଆନ୍ତି ନାହିଁ । ତେବେ ଜେଲରୁ ମୁକୁଳିବା ପରେ ଭାନୁଭାଇ ପଟେଲ ଆମ୍ବେଦକର ବିଶ୍ୱବିଦ୍ୟାଳୟରୁ ଚାକିରି ଅଫର ପାଇଥିଲେ । ଚାକିରି ପରେ ୫ ବର୍ଷରେ ଭାନୁଭାଇ ଆହୁରି ୨୩ ଡିଗ୍ରୀ ହାସଲ କରିଥିଲେ । ଏମିତି ଭାବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୫୪ଡିଗ୍ରୀ ନେଇଛନ୍ତି ।

ଜେଲରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା ଅଧିକ

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ର ଏକ ରିପୋର୍ଟ ଅନୁଯାୟୀ ଗୁଜୁରାଟ ଜେଲରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା ଅଶିକ୍ଷିତଙ୍କ ଅପେକ୍ଷା ଅଧିକ। ଏଥି ମଧ୍ୟରେ ସ୍ନାତକ, ଇଞ୍ଜିନିୟର, ପୋଷ୍ଟ ଗ୍ରାଜୁଏଟ୍ କଏଦୀ ଅନ୍ତର୍ଭୁକ୍ତ ରହିଛନ୍ତି । ପରିସଂଖ୍ୟାନ ଅନୁଯାୟୀ ଗୁଜୁରାଟର ଜେଲରେ ୪୪୨ ସ୍ନାତକ, ୧୫୦ ବୈଷୟିକ ଡିଗ୍ରୀ-ଡିପ୍ଲୋମା, ୨୧୩ ପୋଷ୍ଟ ସ୍ନାତକ ଅଛନ୍ତି । ହତ୍ୟା ଏବଂ ଅପହରଣ ଅପରାଧରେ ଅଧିକାଂଶ ଅଭିଯୁକ୍ତ ଦଣ୍ଡ ଭୋଗୁଛନ୍ତି ।

Leave a Reply