ଛାଡପତ୍ର ପରେ ରକ୍ଷଣାବେକ୍ଷଣା ଭତ୍ତା ଏତେ ଅଧିକ ନ ହେଉ ଯେ, ସ୍ୱାମୀ କାଙ୍ଗାଳ ହୋଇଯିବ: ସୁପ୍ରିମକୋର୍ଟ

1 min read
Abusive Content Supreme Court Issues Notice To Centre And Twitter

ନୂଆଦିଲ୍ଲୀ: ବିବାହ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ନୂଆ ନିଷ୍ପତ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଛାଡପତ୍ର ପରେ ରକ୍ଷଣାବେକ୍ଷଣାର ନିଷ୍ପତ୍ତି ନେବାବେଳେ କ୍ଷତିପୂରଣ ଯଥାର୍ଥ ଅଟେ । କିନ୍ତୁ ପରିମାଣ ଏତେ ଅଧିକ ହେବା ଉଚିତ୍ ନୁହେଁ ଯେ ସ୍ୱାମୀ ପକ୍ଷେ ତାହା ଦେବା ଅସମ୍ଭବ ହୋଇପଡ଼ୁ । ବିବାହର ବିଫଳତା ପରେ ତାହା ସ୍ୱାମୀ ଉପରେ ଦଣ୍ଡ ଭଳି ହେବା ଉଚିତ୍ ନୁହେଁ । ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା ଏବଂ ସୁଭାଷ ରେଡ୍ଡୀଙ୍କ ମିଳିତ ବେଞ୍ଚରେ ଏହି ନିଷ୍ପତ୍ତି ଦିଆଯାଇଛି । କ୍ଷତିପୂରଣ ଏବଂ ରକ୍ଷଣାବେକ୍ଷଣା ରାଶି ଅଧିକ ହେବ ନାହିଁ । ତେବେ ଏନେଇ କୋର୍ଟ କହିଛନ୍ତି ଯେ, ଏହା ଦେଖାଯାଇଛି ଯେ ପତ୍ନୀ ତାଙ୍କ ଖର୍ଚ୍ଚ ଏବଂ କ୍ଷତିପୂରଣ ପାଇଁ ଆବଶ୍ୟକତାକୁ ଅତ୍ୟଧିକ ମାତ୍ରାରେ ରାଶି ଦାବି କରିଥାନ୍ତି ।

ବାର୍ ଏବଂ ବେଞ୍ଚର ୱେବସାଇଟ୍ ଅନୁଯାୟୀ ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ୱାମୀ ମଧ୍ୟ ତାଙ୍କ ଆୟକୁ ଗୁପ୍ତରେ କହିଥାନ୍ତି, ଯେଉଁଥିରେ ତାଙ୍କୁ କମରୁ ଅତି କମ ରାଶି ଦେବାକୁ ପଡିବ । ସେଥି ପାଇଁ ସବୁଠୁ ଭଲ ହେଉଛି ଉଭୟ ସ୍ୱାମୀ-ସ୍ତ୍ରୀଙ୍କଠାରୁ ଏକ ଆଫିଡେଭିଟ୍ ନେବା । ଏଥିରେ, ସେମାନଙ୍କର ଆୟ, ସମ୍ପତ୍ତି ଏବଂ ଦାୟିତ୍ୱଗୁଡିକର ବିବରଣୀ ରଖାଯିବା ଉଚିତ୍ । ଏହା ଅଦାଲତ ପାଇଁ ଭତ୍ତା ସ୍ଥିର କରିବାରେ ସହଜ ହେବ ଏବଂ ପ୍ରକୃତ ଭତ୍ତା ସ୍ଥିର ହୋଇପାରିବ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ରକ୍ଷଣାବେକ୍ଷଣା ଭତ୍ତା ପାଇଁ କୋର୍ଟରେ ଆବେଦନ ଦାଖଲ ତାରିଖରୁ ହିଁ ରକ୍ଷଣାବେକ୍ଷଣା ଭତ୍ତା ସ୍ଥିର କରାଯିବ ।  ରକ୍ଷଣାବେକ୍ଷଣ ଭତ୍ତା ପାଇଁ ଆବେଦନ କିପରି କରାଯିବ ଏବଂ କ୍ଷତିପୂରଣ ରାଶି କିପରି ପ୍ରଦାନ କରାଯିବ ସେନେଇ ସୁପ୍ରିମକୋର୍ଟ ସାରା ଦେଶରେ ଜିଲ୍ଲା କୋର୍ଟ, ପରିବାର କୋର୍ଟ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ସୁପ୍ରିମକୋର୍ଟର ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା ଏବଂ ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀଙ୍କ ଏକ ବେଞ୍ଚ ଧାରା -୧୪୨ର ବିଶେଷ ଅଧିକାର ଅନୁଯାୟୀ ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ବର୍ତ୍ତମାନର ମାମଲା ଦର୍ଶାଇଛି ଯେ ସିଆରପିସି CrPC ର ଧାରା -୧୨୫ ଅନୁଯାୟୀ ରକ୍ଷଣାବେକ୍ଷଣ ଭତ୍ତା ଭଳି ମାମଲା ସାତ ବର୍ଷ ହେବ ବିଚାରାଧୀନ ରହିଛି । ତେଣୁ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରାଯିବା ଉଚିତ୍ ହେବ । ଏହା ଅଧୀନରେ ରକ୍ଷଣାବେକ୍ଷଣ ଭତ୍ତା କେବେଠାରୁ ମିଳିବ, ଏହା କିପରି ଗ୍ରହଣ କରାଯାଏ ଏବଂ ମାନଦଣ୍ଡ କ’ଣ ରହିବ ତାହା ସ୍ଥିର କରିବା ଆବଶ୍ୟକ ହେବ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଭଳି ପ୍ରତିବାଦକୁ ଦୂର କରିବା ପାଇଁ ଆମେ ନିର୍ଦ୍ଦେଶ ଦେଉଛୁ ଯେ, ଯେତେବେଳେ ବି ଏହି ମାମଲାରେ ରକ୍ଷଣାବେକ୍ଷଣା ପାଇଁ ଆବେଦନ କରାଯାଏ, ସେତେବେଳେ ପ୍ରଥମେ ପୂର୍ବ ପ୍ରକ୍ରିୟା ଗୁଡ଼ିକୁ କରାଯାଉ । ଏହା ପରେ କୋର୍ଟ ପୂର୍ବ ରୋଜଗାର କିମ୍ବା ଆଦେଶକୁ ଦେଖି ନିଜ ନିଷ୍ପତ୍ତି ଉପରେ ବିଚାର କରିବ ।

Leave a Reply