ଅସୁସ୍ଥ ପୂର୍ବତନ କର୍ମଚାରୀଙ୍କୁ ଭେଟିବା ପାଇଁ ପୁଣେ ପହଞ୍ଚିଲେ ରତନ ଟାଟା, ସମସ୍ତେ ଚକିତ

ପୁଣେ: ୮୩ ବର୍ଷ ବୟସ୍କ ଜଣାଶୁଣା ଶିଳ୍ପପତି ରତନ ଟାଟାଙ୍କୁ କିଏବା ନଜାଣେ । ସେ ଜଣେ ସଫଳ ବ୍ୟବସାୟୀ ହେବା ସହ ଅନେକ ସମୟରେ ମାନବିକତା ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର ଜଣେ ପୂର୍ବତନ କର୍ମଚାରୀ ଅସୁସ୍ଥ ଥିବା ଖବର ପାଇବା ପରେ ତାଙ୍କୁ ଦେଖିବା ଲାଗି ପୁଣେରେ ପହଞ୍ଚିଯାଇଥିଲେ ରତନ ।

ନିକଟ ଅତୀତରେ ସେ ପୁଣେ ଯାଇ ସେହି କର୍ମଚାରୀଙ୍କୁ ଘରେ ଭେଟିଥିଲେ । ଅଚାନକ ରତନ ଟାଟାଙ୍କୁ ଘରେ ଦେଖି ଚକିତ ହୋଇ ପଡିଥିଲେ ସମ୍ପୃକ୍ତ କର୍ମଚାରୀ । ଯାହା ପରେ ତାଙ୍କ ଆଖିରୁ ଧାର ଧାର ଲୁହ ବୋହିବାରେ ଲାଗିଥିଲା ।

ରତନ ଏହି ପୂର୍ବତନ କର୍ମଚାରୀଙ୍କ ଘରେ ପହଞ୍ଚି ତାଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ସେ  ଜାଣିବାକୁ ପାଇଥିଲେ ଯେ କର୍ମଚାରୀ ଜଣକ ବିଗତ ୨ ବର୍ଷ ହେବ ରୋଗରେ ପିଡିତ ।

ସୂଚନା ଅନୁଯାୟୀ ଗତ ରବିବାର ୩ଟା ସମୟରେ ରତନ ଟାଟା କୋଥରୁଡର ଗାନ୍ଧୀ ଭବନ ନିକଟସ୍ଥ ବୁଡଲେଣ୍ଡ ସୋସାଇଟିରେବିନା କୌଣସି ସୁରକ୍ଷାରେ ପହଞ୍ଚିଥିଲେ । ସେଠାରେ ସେ ପାଖାପାଖି ଅଧଘଣ୍ଟା ଯାଏଁ  ରହିବା ସହ ଇମାନଦାର ଙ୍କ ସହ ଆଲୋଚନା କରିଥିଲେ । ଏପରିକି ସେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।

ଏଭଳି ଘଟଣା ଦେଖି ସୋସାଇଟିର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇପଡିଥିଲେ । ସୋସାଇଟିର ଜଣେ ବାସିନ୍ଦା ଅଞ୍ଜଳି ପାର୍ଡିକର୍ କହିଛନ୍ତି ଯେ ରତନ ଟାଟା ଏତେ ସାଧାରଣ ଦେଖାଯାଉଥିଲେ ଯେ ତାଙ୍କୁ ଦେଖି ହଠାତ୍ କେହି ଭାବି ପାରିବେନି ଯେ ସେ ଏତେ ବଡ ଶିଳ୍ପପତି ବୋଲି । ତାଙ୍କ ଭିତରେ ଅହଙ୍କାର ଥିବା ଭଳି ଜମା ଲାଗୁନଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୋସାଇଟି ମଧ୍ୟକୁପ୍ରଥମେ ଦୁଇଟି ଗାଡି ଆସି ପହଞ୍ଚିଲା । ଗୋଟିଏ ଗାଡିରୁ ରତନ ଟାଟା ଓହ୍ଲାଇଥିଲେ । ପରେ ସେ ଲିଫ୍ଟକୁ ଚାଲି ଯାଇଥିଲେ ।

ରତନ ଟାଟାଙ୍କ ଏଭଳି ଅପ୍ରତ୍ୟାଶିତ ଆଗମନରେ ଆମକୁ  ଲାଗିଲା ଯେ ଆମେ ଯେମିତି ଭଗବାନଙ୍କୁ ସାକ୍ଷାତ କରିଲୁ । ଏଭଳି କହିଛନ୍ତି ସମ୍ପୃକ୍ତ କର୍ମଚାରୀଙ୍କ ପୁଅ । ଏପରିକି ସେ ବିନା କୗେଣସି ସଙ୍କୋଚରେ ଆମ ସହ କଥାବାର୍ତ୍ତା ହୋଇଥିଲେ ବୋଲି ପ୍ରକାଶ କରିଛନ୍ତି ।

 

Leave a Reply