ଟୁର ଅଫ୍ ଡ୍ୟୁଟି : ୩ ବର୍ଷ ପାଇଁ ସେନାରେ ସାମିଲ ହୋଇପାରିବେ ସାଧାରଣ ଲୋକ,ପ୍ରସ୍ତାବ ଉପରେ ଚାଲିଛି ବିଚାର

ନୂଆଦିଲ୍ଲୀ: ଦେଶର ସାଧାରଣ ନାଗରିକ ମଧ୍ୟ ସେନାରେ ଯୋଦ ଦେଇ ପାରିବେ ।  ସେନା ସାଧାରଣ ଭାରତୀୟଙ୍କ ପାଇଁ ୩ବର୍ଷିଆ ‘ଟୁର୍ ଅଫ୍ ଡ୍ୟୁଟି’ର ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ଯଦି ଏହି ପ୍ରସ୍ତାବ ମଞ୍ଜୁର ହୋଇଗଲା ତେବେ ଏହା ଦେଶ ଇତିହାସର ଏକ କ୍ରାନ୍ତିକାରୀ ପଦକ୍ଷେପ ହେବ ।

ଆର୍ମିରୁ ମିଳିଥିବା ସୂଚନା ଅନୁସାରେ ଆଉ ଗୋଟିଏ ପ୍ରସ୍ତାବ ଉପରେ ମଧ୍ୟ ବିଚାର କରାଯାଉଛି । ଏହି ଟୁର ଅଫ୍ ଡ୍ୟୁଟି’ ଅନୁସାରେ ଜଣେ ସାଧାରଣ ନାଗରୀକଙ୍କୁ ଦେଶ ସେବାର  ସୁଯୋଗ ମିଳିପାରିବ । ପ୍ରସ୍ତାବ ବିଷୟରେ ଯେତେବେଳେ ଛାନଭିନ୍ କରାଗଲା ସେତେବେଳେ ଆର୍ମି ପ୍ରବକ୍ତା ଏହାକୁ ସ୍ପଷ୍ଟ କରିଥିଲେ ।

ଭାରତୀୟ ସେନା ଦେଶର ଶ୍ରେଷ୍ଠ ପ୍ରତିଭାକୁ ନିଜ ସେନାରେ ସାମିଲ କରିବାକୁ ଚାହୁଁଛି । ଏହି ପ୍ରସ୍ତାବରେ ସେନାର ଏହି ଲକ୍ଷ୍ୟ ପାଇବା ପାଇଁ ସହଜ ହେବ । ଏହି ସମୟରେ ‘ସର୍ଟ ସର୍ଭିସ କମିଶନ’ ଜରିଆରେ ସେନାରେ ଯୋଗଦେଉଥିବା ବ୍ୟକ୍ତିଙ୍କୁ ୧୦ବର୍ଷ ପର୍ଯ୍ୟନ୍ତ ଏହି ଚାକିରି କରିବାକୁ ପଡ଼ିବ । ସେନାରେ ଏହାଠାରୁ ଅଧିକ ଅବଧି ପର୍ଯ୍ୟନ୍ତ ଡ୍ୟୁଟି କରିବାର ସୁବିଧା  ନାହିଁ ।

ସୂଚନା ଅନୁସାରେ ଯୁବବର୍ଗଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ଫୋର୍ସର ବରିଷ୍ଠ ଅଧିକାରୀମାନେ ସର୍ଟ ସର୍ଭିସ କମିଶନଙ୍କ ବ୍ୟବସ୍ଥା ଉପରେ ମଧ୍ୟ ସମୀକ୍ଷା କରୁଛନ୍ତି । ଭାରତୀୟ ସେନାରେ ବର୍ଷ ବର୍ଷ ଧରି ଅଧିକାରୀଙ୍କ ଅଭାବ ରହିଆସିଛି ଏବଂ ତେଣୁ କମିଶନରେ ଶୀଘ୍ର ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ସର୍ଟ ସର୍ଭିସ କମିଶନ ସର୍ବନିମ୍ନ ୫ ବର୍ଷ ସେବା ସହିତ ଆରମ୍ଭ ହୋଇଥିଲେ, କିନ୍ତୁ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

Leave a Reply