ତାମିଲ ଅଭିନେତ୍ରୀ ୟାଶିକା ଆନନ୍ଦଙ୍କ କାର୍ ଦୁର୍ଘଟଣାଗ୍ରସ୍ତ: ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି

ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ୟାଶିକା ଆନନ୍ଦ ଗୁରୁତର ।  ସେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହା ଦ୍ୱାରା ସେ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତାମିଲନାଡ଼ୁର ମହାବଳିପୁରମର ଇଷ୍ଟକୋଷ୍ଟରେ ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ତେବେ ମିଳିଥିବା ଖବର ମୁତାବକ ୟାଶିକାଙ୍କ ବ୍ୟତିତ ୩ ଜଣ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି ।

ତେବେ ତାଙ୍କ ବନ୍ଧୁ ଏବଂ ୟାଶିକାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ୟାଶିକାଙ୍କ ବାପା ଦିଲ୍ଲୀଠାରୁ ଚେନ୍ନାଇ ଆସିଯାଇଛନ୍ତି । ମହାବଲିପୁରମ୍ ଏ ନେଇ ଏକ ମାମଲା ରୁଜୁ କରିବା ସହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।  ଯେଉଁକାର୍‌ର ୟାଶିକା ଉପସ୍ଥିତ ଥିଲେ ତାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଦୁର୍ଘଟଣାଗ୍ରସ୍ତ କାର୍ ଦେଖି ଦୁର୍ଘଟଣାର ଗମ୍ଭୀରତାକୁ ଆକଳନ କରିହେଉଛି । ୟାଶିକା ନିଜର ବୋଲ୍ଡ ଅନ୍ଦାଜ ଲାଗି ଖୁବ୍ କମ୍ ସମୟ ମଧ୍ୟରେ ବହୁତ ଭଲ ନାମ କମାଇପାରିଥିଲେ । ୟାଶିକା ନିଜ ଅଭିନୟ ଠାରୁ ବୋଲ୍ଡ ଅନ୍ଦାଜ ପାଇଁ ବେଶ୍ ଲୋକପ୍ରିୟ । ଇନ୍‌ଷ୍ଟାଗ୍ରାମରେ ଏହି ଅଭିନେତ୍ରୀଙ୍କ ୨୫ ଲକ୍ଷଠାରୁ ଅଧିକ ଫଲୋର୍ସ ରହିଛନ୍ତି । ତାଙ୍କ ବୋଲ୍ଡ ଫଟୋ ସମସ୍ତଙ୍କୁ ଫ୍ୟାନ୍ କରିଦେଇଛି । ୟାଶିକା ୨୦୧୬ ଠାରୁ ଆକ୍ଟିଂ କ୍ୟାରିଆର ଆରମ୍ଭ କରିଥିଲେ । କିନ୍ତୁ ତାଙ୍କୁ ୨୦୧୮ ମସିହାରେ ବଡ଼ ସଫଳତା ମିଳିଥିଲା । ବିଗ୍ ବସ୍ ତାମିଲର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଯୋଗୀଭାବେ ନଜର ଆସିଥିଲେ ।

Leave a Reply