ଫୋନ୍ ଚୋରି ହେବା ମାତ୍ରେ କରନ୍ତୁ ଏହି କାମ; ନଚେତ୍ ବ୍ୟାଙ୍କ ହୋଇପାରେ ଖାଲି

1 min read

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସବୁ ପର୍ସନାଲ୍ ଇନଫର୍ମେସନ୍ ସ୍ମାର୍ଟଫୋନରେ ରହିଛି । ଏଥିରେ ଅନଲାଇନ୍ ବ୍ୟାଙ୍କିଂ ଡିଟେଲସ୍ ଆଉ ମୋବାଇଲ୍ ୱାଲେଟ୍ ବି ସାମିଲ ରହିଛି। ଏଭଳି ସ୍ଥଳେ ଯଦି ଆପଣଙ୍କ ଫୋନ୍  ଚୋରି ହୋଇଯାଉଛି ତାହେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଆସେସ୍ କରିବାକୁ ଲାଗିଥାଏ ଚୋର । ଯାହା ଫଳରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବାର ଆଶଙ୍କା ରହିଛି ।

ହେଲେ କିଛି ଏଭଳି ଟିପ୍ସ ଅଛି, ଯାହାକୁ ଆପଣାଇ ଆପଣ ନିଜ ଆକାଉଣ୍ଟରେ ଥିବା ସଞ୍ଚିତ ଅର୍ଥକୁ ବଞ୍ଚାଇ ପାରିବେ। ଜାଣନ୍ତୁ…

ଟେଲିକମ୍ ଅପରେଟରକୁ କଲ କରି ସିମ୍ ବ୍ଲକ୍ କରନ୍ତୁ-

ପ୍ରଥମେ ଟେଲିକମ୍ ଅପରେଟରଙ୍କୁ କଲ କରି ନିଜର ସିମ୍ କାର୍ଡକୁ ବ୍ଲକ୍ କରନ୍ତୁ । ଫଳରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ଲିକ୍ ହେବ ନାହିଁ । ଏହା ପରେ ଆପଣ ସମାନ ମୋବାଇଲ୍ ନମ୍ବରରେ ଆଉ ଏକ ନୂଆ ସିମ୍ ନେଇପାରିବେ ।

ଇଣ୍ଟରନେଟ୍ ଏବଂ ମୋବାଇଲ୍ ବ୍ୟାଙ୍କିଂ ଆସେସ୍ ବ୍ଲକ୍ କରନ୍ତୁ

ମୋବାଇଲ୍ ଫୋନ୍ ଚୋରି ହେବା ମାତ୍ରେ ତୁରନ୍ତ ବ୍ୟାଙ୍କକୁ କଲ୍ କରି ଅନଲାଇନ୍ ବ୍ୟାଙ୍କିଂ ସେବା ବନ୍ଦ କରନ୍ତୁ । ଏହା ପରେ କେହି ଆସେସ୍ କରିପାରିବେ ନାହିଁ । କାରଣ OTP ସାହାଯ୍ୟରେ ସେମାନେ ଏହାକୁ ଆସେସ୍ କରିଥାନ୍ତେ ।

ବ୍ୟାଙ୍କ ଯାଇ ମୋବାଇଲ୍ ନମ୍ବର ବଦଳାନ୍ତୁ-

ଯଦି ଫୋନ୍ ନମ୍ବରକୁ ବ୍ଲକ୍ କରିବା ପରେ ମଧ୍ୟ ଆପଣ ଭାବୁଛନ୍ତି କିଛି ବିପଦ ଅଛି ବୋଲି ତାହେଲେ  ଆପଣ ତୁରନ୍ତ ବ୍ୟାଙ୍କକୁ ଯାଇ ନିଜ ଫୋନ୍ ନମ୍ବର ବଦଳାଇ ପାରିବେ । ଏହା ପରେ ଆପଣ ନିଜର ସମସ୍ତ ପାସୱାର୍ଡକୁ ରିସେଟ୍ କରିପାରିବେ ।

ଆଧାର ସେଣ୍ଟର ଯାଇ ମୋବାଇଲ୍ ନମ୍ବର ବଦଳାନ୍ତୁ-

ନିକଟସ୍ଥ ଆଧାର କେନ୍ଦ୍ରକୁ ଯାଇ ତୁରନ୍ତ ମୋବାଇଲ୍ ନମ୍ବର ବଦଳାଇ ଦିଅନ୍ତୁ ।

ସବୁ ଅନଲାଇନ୍ ପେମେଣ୍ଟ ଆପକୁ ବନ୍ଦ କରନ୍ତୁ-

ପ୍ରଥମେ ହେଲ୍ପ ଡେସ୍କକୁ କଲ୍ କରି ଫୋନ୍ ପେ, ଗୁଗୁଲ୍ ପେ ଏବଂ ପେଟିଏମର ମୋବାଇଲ୍ ୱାଲେଟ୍ ବନ୍ଦ କରି ଦିଅନ୍ତୁ । ଯଦି ଆପଣ ଏହାକୁ ୱେବସାଇଟ୍ କିମ୍ବା ଅନ୍ୟ ଫୋନରୁ କରିବାକୁ ଚେଷ୍ଟା କରନ୍ତୁ ତାହେଲେ ଆପଣଙ୍କୁ OTP ଦେବାକୁ ପଡିବ । ସେଥିପାଇଁ ସବୁବେଳେ ହେଲ୍ପ ଡେସ୍କର ସାହାଯ୍ୟ ନିଅନ୍ତୁ ।

ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରନ୍ତୁ-

ଯଦି କେହି ସୋସିଆଲ ମିଡିଆ ଆକାଉଣ୍ଟର ଆସେସ୍ ପାଇଯାଏ ତାହେଲେ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଯଦି ଆପଣ ସୋସିଆଲ ମିଡିଆ ଆକାଉଣ୍ଟଗୁଡିକର ପାସୱାର୍ଡ ଜାଣିଛନ୍ତି ତେବେ ଏହାକୁ ତୁରନ୍ତ ବନ୍ଦ କରିଦିଅନ୍ତୁ । ଫଳରେ କେହି ଆଉ ଅପବ୍ୟବହାର କରିପାରିବେ ନାହିଁ ।

Leave a Reply