ଦଳିତ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସିଧା ଆକାଉଣ୍ଟକୁ ଯିବ…

1 min read

ହାଇଦ୍ରାବାଦ: ଦଳିତ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୯୦୦ ଜଣଙ୍କୁ ଏଥିପାଇଁ ଚୟନ କରାଯାଇଛି । ୧୧୯ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତ୍ୟେକ ଆସନରୁ ୧୦୦-୧୦୦ ପରିବାରକୁ  ଏଥିପାଇଁ ଚୟନ କରାଯାଇଛି ।

ସୂଚନା ଅନୁସାରେ ରାୟଶୁ ବନ୍ଧୁ ଯୋଜନା ଭଳି ଏଥିରେ ମଧ୍ୟ ଅର୍ଥ ରାଶି ସିଧାସଳଖ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ରବିବାର ଦିନ ହୋଇଥିବା ‘ମୁଖ୍ୟମନ୍ତ୍ରୀ ଦଳିତ ଅଧିକାରୀ କାର୍ଯ୍ୟକ୍ରମ’ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଏଥିରେ ପାର୍ଟିର ସବୁ ସଦସ୍ୟ ସାମିଲ ହୋଇଥିଲେ । ଏହି ସ୍କିମ୍ ଦଳିତ ମାନଙ୍କ ସ୍ଥିତିରେ ସୁଧାର ଆଣିବ ବୋଲି ଶାସକ ଦଳ ଟିଆରଏସ୍ ପକ୍ଷରୁ ଦାବି କରାଯାଇଛି ।

ତେବେ ଏହା ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ୟାଦ୍ରାଦିରେ ନିର୍ମିତ ହୋଇଥିବା ଶ୍ରୀ ଲକ୍ଷ୍ମୀ ନରସିହ୍ମା ସ୍ୱାମୀ ମନ୍ଦିରର ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ କାମ ଶୀଘ୍ର ସାରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହି ମନ୍ଦିରର ନିର୍ମାଣ ଓ ସହରର ବିକାଶ ଲାଗି ସରକାରଙ୍କ ପକ୍ଷରୁ ୧୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ସ୍ଥାନ ହାଇଦ୍ରାବାଦରୁ ୮୦ କିମି. ଦୂରରେ ରହିଛି ।

ଏହି ମନ୍ଦିର ନିର୍ମାଣ କାମ ୨୦୧୬ ମସିହାରେ ଆରମ୍ଭ ହୋଇଥିବା ବେଳେ ଏଯାବତ୍ ପ୍ରାୟ ୧୪ ଥର ମୁଖ୍ୟମନ୍ତ୍ରୀ ଗସ୍ତ କରିଛନ୍ତି । କରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଥିବା ବେଳେ ମନ୍ଦିର କାମ ଜୋର୍ କରିବାକୁ ପଡିବ । ସବୁ କାମ ଦୁଇରୁ ଅଢେଇ ମାସ ମଧ୍ୟରେ ଶେଷ କରାଯିବା ଉଚିତ୍ । ଯଦି କେଉଁ ସ୍ଥାନରେ କାମ ଧିମେଇ ଯାଇଛି, ସେଠାକାର ଠିକାଦାରଙ୍କୁ ବଦଳାଇବାକୁ ପରାମର୍ଶ ଦିଆଯାଇଛି ।

Leave a Reply