ମ୍ୟାଚ ପୂର୍ବରୁ ଶ୍ରୀଲଙ୍କାର ଜାତୀୟ ସଂଗୀତ ଗାଇଲେ ପାଣ୍ଡ୍ୟା, ଭାଇରାଲ ହେଲା ଭିଡିଓ

1 min read

କଲମ୍ୱୋ: ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି -୨୦ ଜିତିନେଇଛି ଭାରତାୟ କ୍ରିକେଟ ଦଳ । ରବିବାର ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ୩୮ ରନରେ ବିଜୟ ହାସଲ କରିଛି । ଏହି ଦଳ ଖେଳ ସହିତ ଭାରତୀୟ କ୍ରୀଡା ପ୍ରଶଂସକଙ୍କ ହୃଦୟ ମଧ୍ୟ ଜିତିଛନ୍ତି । ଖାସି କରି ଅଲରାଣ୍ଡରଙ୍କ ଏପରି କାମକୁ ନେଇ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ମିଳୁଛି ।

ତେବେ ମ୍ୟାଚ୍ ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏପରି କିଛି କରିଥିଲେ ଯାହା ଶ୍ରୀଲଙ୍କା ପ୍ରଶଂସକଙ୍କୁ ମଧ୍ୟ ଖୁସି କରିଦେଇଥିଲା । ମ୍ୟାଚ୍ ଆରମ୍ଭ ପୂର୍ବରୁ ଗ୍ରାଉଣ୍ଡରେ ଉଭୟ ଦଳର ଜାତୀୟ ସଂଗୀତ ଗାନ କରାଯାଇଥିଲା । ପଡ଼ିଆରେ ସବୁ ଖେଳାଳି ନିଜ ନିଜ ଦେଶର ଜାତୀୟ ସଂଗୀତ ଗାନ କରିଥିଲେ । ହେଲେ କେବଳ ପାଣ୍ଡ୍ୟା ଜଣେ ଖେଳାଳି ଯିଏ କି, ଭାରତର ଜାତୀୟ ସଂଗୀତ ଗାଇବା ପରେ ଶ୍ରୀଲଙ୍କାର ଜାତୀୟ ସଂଗୀତ ବି ଗାନ କରିଥିଲେ ।

ଆଉ ଏହି ଦୃଶ୍ୟଟି କ୍ୟାମେରରାରେ କଏଦ ହୋଇଯାଇଥିଲା । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆଉ ପାଣ୍ଡ୍ୟାଙ୍କ ଏମିତି କାର୍ଯ୍ୟ ପାଇଁ ବହୁତ ପ୍ରଶଂସା ବି ମିଳୁଛି । ପାଣ୍ଡ୍ୟାଙ୍କ ଏହି ଉଦ୍ୟମକୁ ଉଭୟ ଦେଶର ଲୋକେ ଖୁବ୍ ତାରିଫ କରିଛନ୍ତି ।

Leave a Reply