ପ୍ରଥମ ଥର ପାଇଁ ଦେଶରେ ଭୋଟ୍ ବେଳେ ନୋଟ୍ ବାଣ୍ଟି ସାଂସଦଙ୍କୁ ହେଲା ଜେଲ୍

1 min read

ହାଇଦ୍ରାବାଦ- ତେଲେଙ୍ଗାନର ଜଣେ ଲୋକସଭା ସାଂସଦ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଅଭିଯୋଗରେ ଏକ ସ୍ଥାନୀୟ କୋର୍ଟ ୬ ମାସର ଜେଲ ସହ ୧୦ ହଜାର ଟଙ୍କା ଜରିମାନାର ଦଣ୍ଡ ଶୁଣାଇଛନ୍ତି । ଏହି ମାମଲାରେ ତେଲେଙ୍ଗାନାର ରାଷ୍ଟ୍ର ସମିତିର ସାଂସଦ କବିତା ଏବଂ ତାଙ୍କର ଜଣେ ସହଯୋଗୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରକାଶ ଥାଉକି, ବର୍ତ୍ତମାନ ଉପର ଅଦାଲତରେ ଆବେଦନ ପାଇଁ କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି। କବିତା ତେଲେଙ୍ଗାନାର ମହବୁବାବାଦ୍ ଲୋକସଭା ଆସନରୁ ଜଣେ ସାଂସଦ । ବୋଧହୁଏ ଏହା ହେଉଛି ପ୍ରଥମ ମାମଲା ଯେଉଁଠାରେ ଲୋକସଭା ସାଂସଦଙ୍କୁ କୋର୍ଟ ଏପରି ଦଣ୍ଡ ଦେଇଛନ୍ତି ।

୨୦୧୯ ଲୋକସଭା ନିର୍ବାଚନ ସହିତ ଜଡିତ ଏହି ମାମଲା-

ମାମଲା ଅନୁଯାୟୀ, ୨୦୧୯ ଲୋକସଭା ନିର୍ବାଚନ ସମୟରେ ଫ୍ଲାଇଙ୍ଗ ସ୍କ୍ୱାଡ ସାଂସଦଙ୍କ ସହଯୋଗୀ ଶୌକତ ଅଲିଙ୍କୁ ନିର୍ବାଚନ ମଧ୍ୟରେ ଟଙ୍କା ବାଣ୍ଟିବା ସମୟରେ ଧରିଥିଲେ । ସରକାରୀ ଓକିଲ କହିଛନ୍ତି ଯେ ଧରାପଡ଼ିବା ପରେ ଏହି ଲୋକମାନେ କବିତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଭୋଟରଙ୍କୁ ଟଙ୍କା ବଣ୍ଟନ କରିଥିବା ସ୍ୱୀକାର କରିଛନ୍ତି ।

IPC ଧାରା ଆଧାରରେ ଦୋଷୀ ସାବ୍ୟସ୍ତ

ଏହି ମାମଲାରେ ଶୌକତ ଅଲ୍ଲୀ ଏବଂ କବିତାଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା । ବିଚାରପତି ଦୁହିଁଙ୍କୁ ଦୋଷୀ ସାବ୍ୟସ୍ତତ କରି ଆଇପିସି ଧାରା ୧୭୧-ଇ ଆଧାରରେ ଦଣ୍ଡ ଶୁଣାଇଛନ୍ତି । ଦୁହିଁଙ୍କୁ ୬ ମାସ ପାଇଁ ଜେଲ ସହ  ୧୦ ହଜାର ଟଙ୍କା ଜରିମାନା ଦେବାର ଦଣ୍ଡ ଶୁଣାଇଛନ୍ତି ।

Leave a Reply