ମୋବାଇଲ ଆପର ଶିକାର ହୋଇ ମୁମ୍ବାଇରୁ ଗୋଆ ପହଁଚିଲା ୧୩ ବର୍ଷର ନାବାଳକ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ମାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେବ  । ଜଣେ ୧୩ ବର୍ଷର ବାଳକ ନିଜ ଘର ମୁମ୍ବାଇରୁ ଲୁଚି ପଳାଇ ଗୋଆରେ ପହଁଞ୍ଚିଥିଲା  । ଠାଣେ ଜିଲ୍ଲାର ବଦଲାପୁରରେ ରହୁଥିବା ୧୩ ବର୍ଷର ଏହି ବାଳକ ମୋବାଇଲ ଆପର ଭୁଲ୍ ଶିକାର ହୋଇ ଏଭଳି କାର୍ଯ୍ୟ କରିଥିବା ଜଣାପଡ଼ିଛି  । ସେ ଅନ୍ୟ କୈାଣସି କାରଣରୁ ଘରୁ ବାହାରିଥିବା ବେଳେ ଏହି ମୋବାଇଲ ଆପ ଯୋଗୁଁ ଗୋଆ ପହଁଞ୍ଚିଥିବା ଜଣାପଡ଼ିଛି  ।

ବଦଲାପୁର ଥାନାରେ ମାମଲା ରୁଜ୍ଜୁ ହେବା ପରେ ସାଇବର ସେଲର ସହଯୋଗରେ ପୋଲିସର ବିଶେଷ ଟିମ୍ ବାଳକଟିକୁ ସୁରକ୍ଷିତ ଭାବେ ତା’ ପରିବାର ନିକଟରେ ପହଁଞ୍ଚାଇଥିଲା  । ଏହି ସବୁ ଘଟଣାରୁ ଏହା ଜଣାପଡ଼ୁଛିଯେ ପ୍ରତ୍ୟେକ ମୋବାଇଲ ଆପ୍ ଉପକାରରେ ଆସୁନଥିବା ବେଳେ ଅନେକ ଆପ୍ ନାବାଳକମାନଙ୍କୁ କ୍ଷତି ପହଁଞ୍ଚାଇବା ସହ ଜୀବନ ପ୍ରତି ବିପଦ ସୃଷ୍ଚି କରେ  । ବଦଲାପୁରର ଏହି ୧୩ ବର୍ଷର ବାଳକ ୩୧ ଅକ୍ଟୋବର ‘ଡିସ୍କାର୍ଡ’ ଆପର ଏକ ଗ୍ରୁପ୍ ଚର୍ଚ୍ଚାର ଶିକାର ହେବାରୁ ଏହି ଆପ୍ ତାକୁ ଗୋଆ ଯିବାକୁ ପ୍ରେରିତ କରିଥିଲା ।

ପରିବାର ଲୋକେ କହିଲେ ଏ ସବୁ ଥଟ୍ଟାମଜା ବୋଲି ଭାବିଲୁ :

ଗୋଆ ଯିବା ପୂର୍ବରୁ ସେ ନିଜ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲା  । ମାତ୍ର ଏତେ କମ୍ ବୟସ ପିଲା ସମସ୍ତଙ୍କ ସାଙ୍ଗେ ଥଟ୍ଟାମଜା କରୁଛି ବୋଲି ପରିବାର ସଦସ୍ୟ ଭାବିଥିଲେ  । ଏଭଳି କାରନାମା ସେ କରିପାରେ ବୋଲି ସେମାନେ ବିଶ୍ୱାସ କରୁନଥିଲେ । ତେଣୁ ସେମାନେ ପିଲାଟିର କଥାକୁ ଏତେ ଗୁରୁତ୍ୱ ଦେଇନଥିଲେ  । ପରେ ଯେତେବେଳେ ବିଳମ୍ବ ରାତି ଯାଏ ସେ ଆସିନଥିଲା ସେତେବେଳେ ପରିବାର ଲୋକେ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ  । ପୋଲିସ ତଦନ୍ତ ବେଳେ ଅନଲାଇନ ଆପ୍ ‘ଡିସ୍କାର୍ଡ’ କଥା ଜାଣିବାକୁ ପାଇଥିଲା  । ପୋଲିସ ଟିମ୍ ଖୋଜାଖୋଜି କରି ପିଲାକୁ ଗୋଆର କଲଂଗୁଟଠାରେ ପାଇଥିଲେ  ।

ଘଟଣାର ତଦନ୍ତ ବେଳେ ପୋଲସି ମଧ୍ୟ ଆଶ୍ଚର୍ଯ୍ୟ :

ଗୋଆ ପୋଲିସ କାରଣରୁ ପିଲାଟିକୁ ଖୋଜି ପାଇବା ସହଜ ହୋଇଥିଲା  । କାରଣ ଗୋଆ ପୋଲିସ ଠାଣେ ପୋଲିସ ପିଲାଟିର ଠିକଣା ପାଇପାରିଥିଲା  । ଗୋଆ ପୋଲିସ ପିଲାଟିକୁ ପାଇବା ପରେ ସୁରକ୍ଷିତ ଭାବେ ମୁମ୍ବାଇ ଠାଣେକୁ ପଠାଇଥିଲା  । ମୋବାଇଲରେ ଏହିଭଳି ଆପର ଶିକାର ନ ହେବା ପାଇଁ ୧୩ ବର୍ଷର ବାଳକ ସମସ୍ତଙ୍କୁ ନିବେଦନ କରିବା ସହ ଯଦି କେହି ଏଭଳି ଆପର ଶିକାର ହୁଅନ୍ତି ତେବେ ପୋଲିସର ନିଶ୍ଚୟ ସହାୟତା ନିଅନ୍ତୁ ବୋଲି କହିଛି  ।

 

Leave a Reply