ତାଜା ଖବର ଭୁବନେଶ୍ୱର : ନନ୍ଦନକାନନ ଭାଲୁ ସଫାରିରେ ଭାଲୁ ଶାବକର ଜନ୍ମ । ସଫାରିରେ ଭାଲୁ ସଂଖ୍ୟା ୧୦କୁ ବୃଦ୍ଧି, ଶାବକଟିକୁ ସିସି ଟିଭି ପୁଟେଜ ଆଧାରରେ ଅନୁଧ୍ୟାନ କରାଯାଉଛି । ଉଭୟ ମା ଓ ଶାବକ ସୁସ୍ଥ ଅଛନ୍ତି । December 4, 2019
ତାଜା ଖବର ପୁରୀ : ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଜୀତେନ୍ଦ୍ର ସେଠୀ ସମେତ ରାଜେଶ କୁମାର ସେଠୀ ମଧ୍ୟ ଗିରଫ । ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ସହ ଚାରଟି ଟିମ ଗଠନ ହୋଇଛି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କାଉନସେଲିଂ କରୁଥିବା ଡିଆଇଜିଙ୍କ ସୂଚନା । ମୁଖ୍ୟ ଅଭିଯୁକ୍ତ ପୋଲିସ ପରିଚୟପତ୍ର ରଖିଥିବାରୁ ଅନ୍ୟଏକ ମାମଲା ରୁଜୁ କରାଯାଇଛି । December 3, 2019
ତାଜା ଖବର ଭୁବନେଶ୍ୱର : ପିଲାମାନଙ୍କୁ ସହଜରେ ପାଠ ବୁଝାଇବା ଓ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ‘ମଧୁ ଆପ୍’। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ‘ମଧୁ ଆପ’କୁ ଲୋକସେବା ଭବନରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। December 3, 2019
ତାଜା ଖବର ଭୁବନେଶ୍ୱର : ଡିସେମ୍ବର ୫ ତାରିଖରୁ ଆରମ୍ଭ ହେବ ମିଶନ୍ ଶକ୍ତି ମେଳା । ପ୍ରଦର୍ଶନୀ ପଡ଼ିଆରେ ୩୦ ଜିଲ୍ଲାରୁ ୨୫୧ ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗ ଦେବେ । ଡିସେମ୍ୱର ୧୬ ପର୍ଯ୍ୟନ୍ତ ଏହା ଜାରି ରହିବ । ମିଶନ୍ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ସୂଚନା December 3, 2019
ତାଜା ଖବର ନୂଆଦିଲ୍ଲୀ: ବାତ୍ୟା ‘ବୁଲବୁଲ୍’ ସହାୟତା ଅର୍ଥ ଦେଲା କେନ୍ଦ୍ର । ଓଡ଼ିଶାକୁ ୫୫୨ କୋଟି ଓ ପଶ୍ଚିମବଙ୍ଗକୁ ୪୧୪.୯୦ କୋଟି ଟଙ୍କା ଏସଡିଆରଏଫ୍ ଫଣ୍ଡରୁ ପ୍ରଦାନ । December 3, 2019
ତାଜା ଖବର ନୂଆଦିଲ୍ଲୀ : ସ୍ୱତନ୍ତ୍ର ସୁରକ୍ଷା ବଳ ସଂଶୋଧିକ ବିଲ୍ ୨୦୧୯ ରାଜ୍ୟସଭାରେ ପାସ୍ । ଗୃହମନ୍ତ୍ରୀ ଅମିତ ଶାହା କହିଲେ, ଏସପିଜି କାହାର ଷ୍ଟାଟସ୍ ସଙ୍କେତ ନୁହେଁ । December 3, 2019
ତାଜା ଖବର ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ । ଯୋଗଦେଲେ ଭାରପ୍ରାପ୍ତ ପୋଲିସ ଡିଜି ସତ୍ୟଜିତ୍ ମହାନ୍ତି ଓ ବରିଷ୍ଠ ପୋଲିସ ଅଧିକାରୀ। ଆସନ୍ତା ୭ ଓ ୮ ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। December 3, 2019
ତାଜା ଖବର ଭୁବନେଶ୍ୱର : ୨୦୧୫ରେ କିମ୍ସ ମେଡିକାଲ କଲେଜରେ ସିଟ୍ କରାଇ ଦେବାକୁ କହି ୬୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସୌମ୍ୟକାନ୍ତ ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଡାକ୍ତର ସୁଜିତ ନାଥ ଚୌଧୁରୀଙ୍କ ଠାରୁ ୨୦୧୫ରେ ଆରଟିଜିଏସ୍ ମାଧ୍ୟମରେ ନେଇଥିଲେ ୫୧ ଲକ୍ଷ ଟଙ୍କା। ସିଟ୍ ହୋଇନପାରିବା ପରେ ଟଙ୍କା ଫେରାଇ ନଥିଲେ । December 3, 2019
ତାଜା ଖବର ଭୁବନେଶ୍ୱର : ବିଜେଡିର ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ନାଁ ଘୋଷଣା । ତାଲିକା ପ୍ରକାଶ କଲେ ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ । December 3, 2019
ତାଜା ଖବର ବାଲେଶ୍ୱର : ପୁର୍ବାଞ୍ଚଳ ପୋଲିସ ରେଞ୍ଜରେ ୧୩ ଇନସ୍ପେକ୍ଟରଙ୍କ ବଦଳି । ବାଲେଶ୍ୱର ଜିଲ୍ଲାର ୪, ଭଦ୍ରକର ୫ ଓ ମୟୂରଭଞ୍ଜ ଜିଲ୍ଲାରୁ ବଦଳିଲେ ୪ ଇନସ୍ପେକ୍ଟର । ପୂର୍ବାଞ୍ଚଳ ପୋଲିସ ଆଇଜି ଦିପ୍ତେଶ ପଟ୍ଟନାୟକଙ୍କ ସୂଚନା । December 3, 2019