ଶାଶୁକୁ ଘୋଷାଡ଼ି ମାରୁଛି ବୋହୂ, ମୋବାଇଲେରେ ଘୁରି ବୁଲୁଛି ଭିଡ଼ିଓ

ବଲାଙ୍ଗୀର: ବରପାଲିପଡ଼ାରେ ଅଭାବନୀୟ ଘଟଣା । ଘରବାଡ଼ି ଘଟଣାକୁ କେନ୍ଦ୍ରକରି ଶାଶୁକୁ ମାଡ଼ ମାରିଲା ବୋହୁ । ଦାଣ୍ଡରେ ବୃଦ୍ଧା ଶାଶୁକୁ ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ  । ପାଖରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଅଛନ୍ତି । ଆଉ ଏହି ଭିଡ଼ିଓ ଭାଇରଲ ହୋଇଛି । ଶାଶୁକୁ ବୋହୂ ନିର୍ଦ୍ଧୁମ ମାଡ଼ ମାରୁଥିବା ନେଇ ସୋସିଆଲ ମିଡିଆରେ ଭାିରାଲ ହେବାରେ ଲାଗିଛି ଏହି  ଭିଡ଼ିଓ  ।

ସୂଚନା ମୁତାବକ ଅତ୍ୟାଚାରର ଶିକାର ହୋଇଥିବା ମହିଳାଜଣଙ୍କୁ ମାଡ ମାରୁଥିବା ମହିଳା ଜଣଙ୍କ ତାଙ୍କ ବୋହୁ  । କିଛି ଦିନ ତଳେ ପୁଇର ମୃତ୍ୟୁ ଘଟିଥିଲା  ।  ପୁଅର ମୃତ୍ୟୁ ପରେ ବୋହୁ ବାରମ୍ବାର ନିର୍ଯାତନା ଦେଉଥିବା ଶାଶୁ ଅଭିଯୋଗ କରିଛନ୍ତି । ପୁର୍ବରୁ ଏହି ବିବାଦ ବଲାଙ୍ଗୀର ଟାଉନ ଥାନାରେ ଥିଲେ ବି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଜଣାପଡ଼ିଛି  ।

ପୂର୍ବରୁ ଅନେକ ଥର ବୋହୂ ଜଣଙ୍କ ଶାଶୁଙ୍କୁ ମାଡ଼ ମାରିଥିବା କହିଛନ୍ତି ଅଭିଯୋଗକାରୀ  । ଆଜି ପୁନର୍ବାର ସଂପୃକ୍ତ ମହିଳାଙ୍କୁ ତାଙ୍କ ବୋହୂ ମାଡ଼ ମାରିଥିବା ଜଣା ପଡିଛି  । ଭିଡ଼ିଓରେ ସ୍ପଷ୍ଟ ଦୃଶ୍ୟମାନ ପାଖରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଉପସ୍ଥିତ ରହିଛନ୍ତି  । ଆଜି ଭିଡିଓଟି ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏନେଇ ପିଡୀତା ବୃଦ୍ଧା ଜଣକ ନିଜ ସାନ ପୁଅ ସହ ନ୍ୟାୟ ଦାବିରେ ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

Leave a Reply