ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ଗିରଫ ହୋଇଥିବା ୪ ଛାତ୍ରଙ୍କୁ ମିଳିଲା ଜାମିନ, ସେମାନଙ୍କର ନାହିଁ ଆତଙ୍କବାଦୀ ଲିଙ୍କ୍‌

Gavel And Scales Of Justice and National flag of India

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ସମ୍ମୁଖରେ ହୋଇଥିବା ବିସ୍ଫୋରଣ ମାମଲା। କାରଗିଲର ୪ ଅଭିଯୁକ୍ତ ଛାତ୍ରଙ୍କୁ ଜାମିନ। ଗତ ଜାନୁଆରୀ ୨୯ ତାରିଖରେ ଦୂତାବାସ ସମ୍ମୁଖରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏହି ୪ ଛାତ୍ରଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ସେଲ୍। ସେମାନଙ୍କ ବିରୋଧରେ ସେପରି କୌଣସି ପ୍ରମାଣ ନ ଥିବା ଆଧାରରେ ଜାମିନ ମଞ୍ଜୁର କରିଛନ୍ତି ମେଟ୍ରୋପଲିଟାନ ମାଜେଷ୍ଟ୍ରେଟ। ଜାମିନ ପାଇଥିବା ଏହି ୪ ଛାତ୍ର ହେଲେ ନାଜିର ହୁସେନ, ଜୁଲଫିକର ଅଲ୍ଲୀ, ଆଜାଜ ହୁସେନ ଓ ମୁଜାମିଲ ହୁସେନ। ସେମାନେ କୌଣସି ଏକ ଆତଙ୍କବାଦୀ ସଂଗଠନ ସହ ଜଡିତ ବୋଲି ସେମାନଙ୍କ ନାଁରେ ଅଭିଯୋଗ ହୋଇଥିଲା। ୨୦ ବର୍ଷରୁ କମ ବୟସ୍କ ଏହି ୪ ଛାତ୍ରଙ୍କ ବୟସ, ଘଟଣାକ୍ରମ ଆଦିକୁ ବିଚାରକୁ ନେଇ ମାଜିଷ୍ଟ୍ରେଟ ଡଃ ପଙ୍କଜ ଶର୍ମା ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ବିସ୍ଫୋରଣ ମାମଲାର ତଦନ୍ତ କରୁଥିଲେ ଜାତୀୟ ତଦନ୍ତକାରୀ ସଂସ୍ଥା। ବିସ୍ଫୋରଣ ଅଭିଯୋଗରେ ଏହି ୪ ଛାତ୍ରଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ସେମାନଙ୍କୁ ଜୁନ ୨୩ରେ ଗିରଫ କରିଥିଲା। ସେମାନଙ୍କୁ ଚିହ୍ନଟ ସକାଶେ ଏନଆଇଏ ପ୍ରତି ପିଲା ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

Leave a Reply