ବର୍ଷିଲା ବିଜେଡ଼ି; ଚାଷୀଙ୍କ ପାଖରେ ଚଳିବ ନାହିଁ ଦଲାଲଗିରି, ଟୋକନକୁ କାହିଁକି ବିରୋଧ କରୁଛି ବିଜେପି ?

1 min read

ଭୁବନେଶ୍ୱର: ଧାନକିଣା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କେନ୍ଦ୍ର ଉପରେ ବର୍ଷିଛନ୍ତି । ଧାନ କିଣାକୁ ନେଇ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି । ଚାଷୀଙ୍କ ସହିତ ବିଜେଡି ସବୁବେଳେ ଠିଆ ହୋଇଛି । ଟୋକନ ବ୍ୟବସ୍ଥାରେ ଧାନ କିଣାରେ ଚାଷୀ ଲାଭବାନ ହେଉଛନ୍ତି । ଚାଷୀଙ୍କୁ 24ରୁ 48 ଘଣ୍ଟାରେ ଧାନକିଣା ଟଙ୍କା ଦିଆଯାଉଛି । ମାତ୍ର ଏହି ବ୍ୟବସ୍ଥାକୁ ବିଜେପି ବିରୋଧ କରୁଛି । ଚାଷୀ ବିରୋଧୀ ବିଜେପି ଏବେ ଭୟଭୀତ ଅବସ୍ଥାରେ ଅଛି । ସ୍ନେହାଙ୍ଗିନୀ କହିଛନ୍ତ, କୃଷି ଆଉ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଟୋକନ ପାଇଥିବା ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଛି ।

ସେମାନେ ସୁରୁଖୁରୁରେ ମଣ୍ଡିରେ ଧାନ ବିକୁଛନ୍ତି । ଟୋକନ ବ୍ୟବସ୍ଥାକୁ ବିଜେପି କାହିଁକି ବିରୋଧ କରୁଛି ବୋଲି ବିଜେଡି ପ୍ରଶ୍ନ କରିଛି । ଦଲାଲ୍ ଓ ଅସାଧୁ ବ୍ୟବସାୟୀଙ୍କୁ ହଟାଇବା ପାଇଁ ଟୋକନ ବ୍ୟବସ୍ଥା ହୋଇଛି । ଚାଷୀଙ୍କ ନିକଟରେ ଦଲାଲଗିରି ଭାଇଗିରି ଚଳିବ ନାହିଁ । ଧାନକିଣା ପ୍ରକ୍ରିୟାକୁ କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି । କେନ୍ଦ୍ରର ନୀତି ଅନୁସାରେ ରାଜ୍ୟ ସରକାର ଧାନ କିଣୁଛନ୍ତି । ଆଗରୁ ଓଡ଼ିଶାକୁ ଭୋକର ଭୂଖଣ୍ଡ ବୋଲି ବାହାର ଲୋକ ଜାଣୁଥିଲେ । ଏବେ ଓଡ଼ିଶାର ଚାଷୀ ସମ୍ମାନର ସହିତ ସ୍ବାବଲମ୍ବୀ ହୋଇଛନ୍ତି । ରାଜ୍ୟ ସରକାରଙ୍କ ମଡେଲ୍ ଉତ୍ତରପ୍ରଦେଶ ଆପଣାଇବାକୁ ଚିନ୍ତା କରୁଛି । ରାଜନୀତି ନକରି ଚାଷୀଙ୍କ ପାଖରେ ବିଜେପି ଠିଆ ହେଉବୋଲି ବିଜେଡି କହିଛି ।

ରାଜ୍ୟରେ 20ଲକ୍ଷ ମେଟ୍ରିକ ଟନରୁ 7ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏବେବି ଅଛି । 7ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କେନ୍ଦ୍ର ସରକାର କେବେ ନେବେ ବୋଲି କେନ୍ଦ୍ର ସ୍ପଷ୍ଟ କରୁ । 2011 ମସିହା ଠାରୁ ଓଡିଶା ଚାଉଳରେ ବଳକା ରାଜ୍ୟ ହୋଇପାରିଛି । କୃଷି ନୀତି, ଆଧୁନିକ ଯନ୍ତ୍ରପାତି, ଅମଳ କ୍ଷମ ବିହନ ଏହି ସବୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଧାନକିଣା ପ୍ରକ୍ରିୟା 2003-2004ରୁ ଓଡିଶା ସରକାର ସୁରୁଖୁରୁରେ ଚଳାଇ ଆସିଛନ୍ତି । ଡିଜିଟାଇଜେସନ, ମଣ୍ଡି, ଡିବିଟି ବ୍ୟବସ୍ଥା ହୋଇଛି । ଓଡିଶା ସରକାର ଋଣ ଆଣି ଧାନ କିଣନ୍ତି ଓ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଅର୍ଥ ଦିଅନ୍ତି । ଧାନ କିଣା ସରିବା ପରେ ଗତ ବର୍ଷର 6 ହଜାର 570 କୋଟି ଟଙ୍କା କେନ୍ଦ୍ର ସରକାର ଦେଇନାହାନ୍ତି ।

ରାଜ୍ୟ ସରକାର ଋଣ କରି ଚାଷୀଙ୍କୁ ପୈଠ କରିଛନ୍ତି। ତୁରନ୍ତ ରାଜ୍ୟର ବଳକା ଥିବା 6 ହଜାର 570 କୋଟି କେନ୍ଦ୍ର ଦେଉବୋଲି ଦାବି କରିଛି ବିଜେଡି । ଏହା ସହିତ 7 ହଜାର କୁଇଣ୍ଟାଲ ଚାଉଳ ଶୀଘ୍ର ଉଠାନ୍ତୁ । ଦାବି ନଶୁଣିଲେ ଆସନ୍ତା 20 ତାରିଖରେ ସମସ୍ତ ଏଫସିଆଇ ଗୋଦାମ ସମ୍ମୁଖରେ ବିଜେଡିର ଆନ୍ଦୋଳନ କରିବ ବୋଲି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଚେତାବନୀ ଦେଇଛନ୍ତି ।

Leave a Reply