ୟୁରୋପରେ ପୁଣି ବଢ଼ୁଛି କରୋନା ସଂକ୍ରମଣ, ଏହା ହେଉଛି ଆମ ପାଇଁ ଚେତାବନୀ: ପ୍ରଧାନମନ୍ତ୍ରୀ

1 min read

ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା। ସମ୍ଭାବ୍ୟ ତୃତୀୟ ଲହର ଓ ଆଗାମୀ ରଣନୀତି ନେଇ ୬ ରଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଭର୍ଚୁଆଲ ଆଲୋଚନାରେ ଓଡ଼ିଶା ସମେକ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ସାମିଲ ଥିଲେ। ରାଜ୍ୟରେ କଣ ରହିଛି କୋଭିଡ୍ ସ୍ଥିତି, ଆଗାମ ଦିନରେ କିଭଳି ଏହାର ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି। ଏବେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ତେବେ କଟକଣାରେ କିଛିଟା କୋହଳ କରାଯାଇଥିବାରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ହାଟବଜାରରେ ଅମାନିଆଙ୍କ ଭିଡ଼ ଜମୁଛି। ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ସତର୍କ ସହ କରୋନାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ସଂକ୍ରମଣ ବଢୁଥିବା ସ୍ଥାନରେ ଅଧିକ ଫୋକସ୍ କରିବା ଆବଶ୍ୟକ। ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବା ସହ ତୃତୀୟ ଲହର ପାଇଁ ଆଗୁଆ ସଜାଗ ରହିବାକୁ ମୋଦି ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ସଙ୍କଟ ସମୟରେ ସମସ୍ତ ରାଜ୍ୟ ସରକାର ପରସ୍ପରଠାରୁ ଶିଖିବାକୁ ଚେଷ୍ଟା କରିଛନ୍ତି। ଗତ ସପ୍ତାହରେ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦ୍ୱିତୀୟ ତରଙ୍ଗ ସମୟରେ କେତେକ ରାଜ୍ୟ ଲକଡାଉନ କରିନାହାନ୍ତି। କିନ୍ତୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ସେଥିପାଇଁ ସେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ସପ୍ତାହରେ ପ୍ରାୟ ୮୦ ପ୍ରତିଶତ ମାମଲା ୬ ଟି ରାଜ୍ୟରୁ ଆସିଛି। ମହାରାଷ୍ଟ୍ର, କେରଳରେ ବୃଦ୍ଧି ପାଉଥିବା ମାମଲା ଚିନ୍ତାଜନକ, କାରଣ ଏସବୁ ହେଉଛି ଦ୍ୱିତୀୟ ତରଙ୍ଗର ପ୍ରଥମ ଲକ୍ଷଣ। ଆମକୁ ପୁଣି ଥରେ ଟେଷ୍ଟ, ଟ୍ରାକ୍ ଏବଂ ଟିକା ରଣନୀତି ସହିତ ଆଗକୁ ବଢ଼ିବାକୁ ପଡିବ। ଯେଉଁଠାରେ ଅଧିକ ସଂକ୍ରମଣ ଅଛି ସେହିଠାରେ ଟିକାକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷଣରେ RT-PCR ଟେକ୍ନୋଲୋଜିକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଆଇସିୟୁ ଶଯ୍ୟା, ସମସ୍ତ ରାଜ୍ୟରେ ପରୀକ୍ଷା କ୍ଷମତା ବୃଦ୍ଧି ପାଇଁ ପାଣ୍ଠି ଆବଣ୍ଟନ କରାଯାଉଛି। କେନ୍ଦ୍ର ୨୩ ହଜାର କୋଟି ପାଣ୍ଠି ଦେଇଛି, ଏହାକୁ ବ୍ୟବହାର କରାଯିବା ଉଚିତ୍। ମିଶନ୍ ମୋଡ୍ ଅଧୀନରେ ଅମ୍ଳଜାନ କାରଖାନା ମଧ୍ୟ ସମ୍ପୂର୍ଣ୍ଣ ହେବା ଉଚିତ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପିଲାମାନଙ୍କୁ କରୋନାରୁ ବଞ୍ଚାଇବା ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ପଡିବ। ଗତ ଦୁଇ ସପ୍ତାହ ମଧ୍ୟରେ ୟୁରୋପର ଦେଶରେ କରୋନା ବୃଦ୍ଧି ପାଉଛି, ଆମେରିକାରେ ମଧ୍ୟ ମାମଲା ବୃଦ୍ଧି ପାଉଛି। ଏହା ଆମ ପାଇଁ ଏକ ଚେତାବନୀ। ସର୍ବସାଧାରଣ ସ୍ଥାନରେ ଭିଡ଼ ବଢ଼ିବାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ ଏବଂ ଏହାକୁ ବନ୍ଦ କରିବାକୁ ନିବେଦନ କରିଥିଲେ।

ଭିଡିଓ କନଫରେନ୍ସ ଜରିଆରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୟୁ.ଏସ୍ ଜଗନମୋହନ ରେଡ୍ଡୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ଭାଇଜାନ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖଭାଇ ମାଣ୍ଡବିୟ ମଧ୍ୟ ଉପସ୍ଥିତ ଥିଲେ।

Leave a Reply