ତାଜା ଖବର ଭଦ୍ରକ: ଧୂଷୁରୀ ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ୧୨ ଘଣ୍ଟିଆ ଧୂଷୁରୀ ବନ୍ଦ । ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବନ୍ଦ ଡାକରା । ଧୂଷୁରୀରେ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ଅବରୋଧ । ଦୋକାନ ବଜାର ବନ୍ଦ । December 6, 2019
ତାଜା ଖବର ପୁରୀ: ପୋଲିସ କ୍ୱାର୍ଟର୍ସରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଅନ୍ୟ ଜଣେ ଅଭିଯୁକ୍ତ ରାମଚନ୍ଦ୍ର ପ୍ରଧାନଙ୍କୁ ଗିରଫ କଲା କୁମ୍ଭାରପଡ଼ା ଥାନା ପୋଲିସ । ପୂର୍ବରୁ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । December 6, 2019
ତାଜା ଖବର ହାଇଦ୍ରାବାଦ: ମହିଳା ପଶୁ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେବା ଘଟଣା । ଜେଲରୁ ଖସିଯିବା ବେଳେ ପୋଲିସ ଏନକାଉଣ୍ଟରରେ ୪ ଅଭିଯୁକ୍ତ ନିହତ December 6, 2019
ତାଜା ଖବର ଭୁବନେଶ୍ୱର: ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ସହ ଫୋନରେ କଥା ହେଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ୧୯ ଜଣ ଅଭିଯୋଗକାରୀଙ୍କ ସହ କଥା ହୋଇ ମୋ ସରକାର ଏବଂ 5T କାର୍ଯ୍ୟକାରୀତା ନେଇ ମତାମତ ସଂଗ୍ରହ କଲେ । December 6, 2019
ତାଜା ଖବର ହାଇଦ୍ରାବାଦ: ୪ ଗଣଦୁଷ୍କର୍ମକାରୀଙ୍କୁ ଗୁଳି ପରେ ପୋଲିସ ଓ ସରକାରଙ୍କୁ କୃତଜ୍ଞତା ଜଣାଇଲେ ପୀଡ଼ିତାଙ୍କ ବାପା । ଏବେ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ । December 6, 2019
ତାଜା ଖବର ଆନନ୍ଦପୁର: ଦୁର୍ଘଟଣାରେ ଶିକ୍ଷକ ମୃତ । ଘସିପୁରା ଥାନା ଖାଲପାଳ ନିକଟରେ ଦୁର୍ଘଟଣା । ୨ ବାଇକ୍ ଧକ୍କା ୨ ମୃତ, ଜଣେ ଗୁରୁତର । ମୃତକ ଖାଲପାଳ ସ୍ଲୁଲର ଶିକ୍ଷକ ସଦାଶିବ ବାରିକ ଓ ହରିଚନ୍ଦନପୁରର ଜଟ ମୁଣ୍ଡା । December 6, 2019
ତାଜା ଖବର ନବରଙ୍ଗପୁର: ଇନ୍ଦ୍ରାବତୀ ବ୍ରିଜ୍ ନିକଟରୁ ୧ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ । ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ଚିତ୍ରକୋଣ୍ଡା ଅଞ୍ଚଳରୁ କଳାହାଣ୍ଡି ଆମପାଣିକୁ ଟ୍ରାକ୍ଟରରେ ଚାଲାଣ ହେଉଥିଲା ଗଞ୍ଜେଇ । December 6, 2019
ତାଜା ଖବର ଜୟପୁର: ବୋରିଗୁମ୍ମା ଥାନା ଚାରଗାଁ ଛକରେ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ଧକ୍କାଦେଲା ଟ୍ରକ୍ । ଜଣେ ମୃତ, ୨ ଗୁରୁତର । ମୃତକ ପରିବା ବିକାଳି ରୂପାଇ ମହାବାହୁ । କ୍ଷତିପୂରଣ ଦାବିରେ ରଣ୍ଡାପାଳି ନିକଟରେ ଏନ୍ଏଚ୍-୨୬ ଅବରୋଧ । December 6, 2019
ତାଜା ଖବର ପାରାଦୀପ: ଅଠରବାଙ୍କୀ ବାଲିପ୍ଲଟର ମତ୍ସଜୀବୀ ଧରିଲେ ବିରଳ ପ୍ରଜାତିର ମାଛ । ୩ କ୍ୱିଣ୍ଟାଲର ୨ଟି ମାଛକୁ ୧୬୦୦ ଟଙ୍କା କେଜି ଦରରେ କିଣିଲେ ଦିଲ୍ଲୀର ବ୍ୟବସାୟୀ December 6, 2019
ତାଜା ଖବର ଜଗତସିଂହପୁର: ଅଭୟଚାନ୍ଦ ପୁର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଥାନାରେ ଅଭିଯୁକ୍ତକୁ ଅଟକ ରଖି ପୋଲିସର ପଚରାଉଚରା । କାଲି ଘଟଣାସ୍ଥଳ ଯାଇ ତଦନ୍ତ କରିବ ସାଇଣ୍ଟିଫିକ୍ ଟିମ୍ । December 6, 2019