ଚାକିରି କରାଇ ଦେବା ଆଳରେ ଡକ୍ୟୁମେଣ୍ଟ ନେଇ ଖୋଲିଥିଲେ ଫେକ୍ କମ୍ପାନୀ, ଫାଙ୍କୁଥିଲେ GST

State GST Enforecement Department Arrested Two In 115 Crore GST Cheating

ରାଉରକେଲା: ପୁଣି ବଡ଼ ଧରଣର ଜିଏସଟି ଠକେଇର ଖୁଲାସା ହୋଇଛି । ୬୪୧ କୋଟି ଟଙ୍କାର ଜାଲ ବିଲ୍ ମାଧ୍ୟମରେ ୧୧୫.୧୦ କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବା ଜଣାପଡ଼ିଛି । ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ଟିମ ୨ ଜଣ ମାଷ୍ଟରମାଇଣ୍ଡକୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ୨ ମାଷ୍ଟରମାଇଣ୍ଡ ୧୬ଟି ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ସୃଷ୍ଟି କରି ୧୧୫.୧୦ କୋଟି ଟଙ୍କାର ଟିକସ ଠକେଇ କରିଥିବା ତଦନ୍ତରୁ ଜଣାପଡ଼ିଛି ।

State GST Enforecement Department Arrested Two In 115 Crore GST Cheating

ରାଉରକେଲା ସହରର ୨ ଜଣ ଜିଏସଟି ଠକ ଗିରଫ ହୋଇଛନ୍ତି । ଗିରଫ ୨ ଅଭିଯୁକ୍ତ ହେଲେ ଗୁରଦୀତ ଡାଙ୍ଗ ଓ ସୂର୍ଯ୍ୟ ମୈତ୍ର । ଉଭୟ ଅଭିଯୁକ୍ତ ରାଉରକେଲା ସହରର । ଓଡ଼ିଶା ଜିଏସଟି କମିଶନର ସୁଶୀଲ ଲୋହାନି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ୨ ଅଭିଯୁକ୍ତ ଅନ୍ୟମାନଙ୍କ ସହ ମିଶି ୧୬ଟି ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ସୃଷ୍ଟି କରିଥିଲେ । ଷ୍ଟିଲ୍ ଆଇରନ୍ ଓ ଷ୍ଟିଲ ସାମଗ୍ରୀ କିଣୁଥିଲେ । ୬୪୧ କୋଟି ଟଙ୍କାର ଜାଲ ବିଲ୍ ଓ ଇନପୁଟ ଟିକସ କ୍ରେଡିଟ ମାଧ୍ୟମରେ ୧୧୫ କୋଟି ୧୦ ଲକ୍ଷ ଟଙ୍କା ହାତେଇବାରେ ସକ୍ଷମ ହୋଇଥିଲେ । ଗୁରଦୀତଙ୍କୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳେ ସୂର୍ଯ୍ୟ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ।

State GST Enforecement Department Arrested Two In 115 Crore GST Cheating

ଫେକ ଆଇଟିସି ହାତେଇବା ପାଇଁ ଏହି ସୁସଙ୍ଗଠିତ ରାକେଟ ଗଠିତ ହୋଇଥିଲା । ଜାଲ ପ୍ରତିଷ୍ଠାନ ଗୁଡ଼ିକ ରାଜ୍ୟର ଅନୁଗୁଳ, ରାଉରକେଲା, ବଣାଇ, ଏରସମା, ତିର୍ତ୍ତୋଲ, ରିଆମାଳ, ସୁନ୍ଦରଗଡ଼ରେ ରହିଥିବା ରେକର୍ଡ ଦର୍ଶାଇ ଠକେଇ କରିଥିବା ତଦନ୍ତରୁ ଜଣାପଡ଼ିଛି । ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଆଜି ସୁଦ୍ଧା ୨୦ ଜଣ ଠକଙ୍କୁ ଗିରଫ କରିଥିବା ବେଳେ ୨୫ ହଜାର ୪୦୦ ଜଣ ବ୍ୟବସାୟୀଙ୍କ ପଞ୍ଜିକରଣକୁ ରଦ୍ଦ କରିଛି । ରାଜ୍ୟ ଜିଏସଟି ବିଭାଗ ଜୁଲାଇ ୧୬ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଦୁଇମାସ ବ୍ୟାପୀ ଜାଲ ପଞ୍ଜିକରଣକୁ ରଦ୍ଦ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ବିଭିନ୍ନ ସାମଗ୍ରୀର ପରିବହନ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ିରେ ହୋଇଥିବା ୨ ଠକ ଦର୍ଶାଇଥିଲେ । ଚାଷୀ, ଶ୍ରମିକ ଓ ନିରୀହ ଲୋକଙ୍କ ନାଁରେ ଜାଲି ବ୍ୟବସାୟୀ ପ୍ରତିଷ୍ଠାନ ଖୋଲି ଜିଏସଟି ଠକେଇ କରୁଥିଲେ ।

Leave a Reply