୪ ବର୍ଷରେ ଦ୍ୱିତୀୟ ଥର ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

RI Arrested For Second Time In 4 Years For Taking Bribe

ବୌଦ୍ଧ: ତୁଟୁନି ଟଙ୍କା ମୋହ । ପୁଣି ଥରେ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି ଦହ୍ୟା ଆର୍.ଆଇ ଗଜେନ୍ଦ୍ର ଦିଗାଲ । ଭିଜିଲାନ୍ସ ଗଜେନ୍ଦ୍ରଙ୍କ ଠାରୁ ୧୫ ହଜାର ଟଙ୍କା ଜବତ କରିଛି । ବାଉଁଶୁଣି ଥାନା ଅନ୍ତର୍ଗନ୍ତ ପୁଡୁଗପଥର ଗାଁର ସୁଶାନ୍ତ ଥାଟିଙ୍କ ଘରବାରୀ ଡିମାର୍କେସନ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଗଜେନ୍ଦ୍ର । ସୁଶାନ୍ତ ଗରିବ ହୋଇଥିବାକୁ ଲାଞ୍ଚ ଟଙ୍କା ଦେଇପାରି ନଥିଲେ । ଫଳରେ ୨୦୧୯ ମସିହାରୁ ସୁଶାନ୍ତଙ୍କ ଘରବାରୀ ଡିମାର୍କେସନ କାମ ସେମିତି ଅଟକି ରହିଥିଲା । ଏନେଇ ସୁଶାନ୍ତ ଭିଜିଲାନ୍ସକୁ ଅବଗତ କରିଥିଲେ ।

 RI Arrested For Second Time In 4 Years For Taking Bribe

ଯୋଜନା ମୁତାବକ ବୌଦ୍ଧ ଭିଜିଲାନ୍ସ ଗଜେନ୍ଦ୍ରଙ୍କୁ ଜଗି ରହିଥିଲା । ଆଜି ଲାଞ୍ଚ ନେବାବେଳେ ଭିଜିଲାନ୍ସ ଗଜେନ୍ଦ୍ରଙ୍କୁ ଟଙ୍କା ସହ ଧରିଛି । ପୂର୍ବରୁ ୨୦୧୭ ମସିହାରେ ବଘିଆପଡ଼ା ଆର୍. ଆଇ ଥିବା ସମୟରେ ଜଣକ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଗଜେନ୍ଦ୍ର ଧରା ପଡ଼ିଥିଲେ । ସେହି ମାମଲାଟି ବର୍ତ୍ତମାନ ଅଣ୍ଡର ଟ୍ରାଏଲରେ ରହିଛି । ଏବେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ପୁଣି ଧରାପଡ଼ିଛନ୍ତି ଗଜେନ୍ଦ୍ର ।

Leave a Reply