ମହାକାଶକୁ ଉଡ଼ିବେ ମହାରାଷ୍ଟ୍ରର ଝିଅ, ସ୍ପେସ୍‌କୁ ଯିବାକୁଥିବା ରକେଟ୍‌ରେ ହେବେ ଇଞ୍ଜିନିୟର

1 min read

ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ମହାକାଶକୁ ଯାତ୍ରା। ଏ ଯାତ୍ରା ଖାଲି ତାଙ୍କର ନୁହେଁ ଏ ଯାତ୍ରା ପୁରା ଭାରତୀୟଙ୍କ ଗର୍ବର। ମାଟିରୁ ମହାକାଶକୁ ଉଡ଼ିବେ ଭାରତୀୟ ଝିଅ।  ପ୍ରଥମେ ରେସିଂକାର ନିର୍ମାଣ ଏବଂ ତାପରେ ସିଦ୍ଧା ସ୍ପେଶକୁ କରିବେ ଯାତ୍ରା। ମହାରାଷ୍ଟ୍ରର ଏକ ଛୋଟ ସହର କଲ୍ୟାଣରୁ ଆସି ସଞ୍ଜଲ ଗାୱାଣ୍ଡେ ପ୍ରଥମେ ମର୍କେରି ମେରାଇନ୍ ରେସିଂ କାର୍ ଡିଜାଇନ୍ କରୁଥିଲେ। ଏହା ପରେ ଆମେରିକାର ସ୍ପେସ୍ ରକେଟ୍ ତିଆରି କରୁଥିବା ଦଳର ଏକ ଅଂଶ ହୋଇ ସେ କେବଳ ନିଜ ସ୍ୱପ୍ନକୁ ପୂରଣ କରିନାହାନ୍ତି, ପୁରା ଭାରତୀୟଙ୍କର ସ୍ୱପ୍ନକୁ ପୁରା କରିଛନ୍ତି ।

୨୦ ଜୁଲାଇ ୨୦୨୧ ରେ ବ୍ଲୁ ଅରିଜିନ୍ କମ୍ପାନୀର ରକେଟ୍ ମହାକାଶକୁ ଉଡ଼ିବ। ଯେଉଁଥିରେ କଲ୍ୟାଣ ସହରରେ ରହୁଥିବା ସଞ୍ଜଲ ଗାୱାଣ୍ଡେ ସିଷ୍ଟମ ଇଞ୍ଜିନିୟର ଭାବରେ ରକେଟ ଯାତ୍ରାର ଏକ ଅଂଶ ହେବେ। ସଞ୍ଜଲ ୭ ଦରିଆ ଅତିକ୍ରମ କରି କଲ୍ୟାଣର କଲସେୱାଡିରୁ ମିଚିଗାନ, ଚିକାଗୋ, କାଲିଫର୍ଣ୍ଣିଆ ଏବଂ ବର୍ତ୍ତମାନ ଆମେରିକାର ସିଆଟେଲ ରହୁଛନ୍ତି।

ସଞ୍ଜଲ ଗାୱାଣ୍ଡେ କଲ୍ୟାଣ କୋଲସେୱାଡି କମ୍ପ୍ଲେକ୍ସର ହନୁମାନନଗର ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ସେ କୋଲସେୱାଡିର ମଡେଲ ସ୍କୁଲରେ ତାଙ୍କର ପାଠପଢ଼ା ସମାପ୍ତ କରିଥିଲେ। ଏହା ପରେ ସେ ହାଇସ୍କୁଲ ଏବଂ ବିର୍ଲା କଲେଜରୁ ମଧ୍ୟବର୍ତ୍ତୀକାଳୀନ ପାଠପଢ଼ା ସମାପ୍ତ କରିଥିଲେ।  ସେ ୨୦୧୧ ରେ ସଞ୍ଜଲର ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ମେକାନିକାଲ୍ ଇଞ୍ଜିନିୟରିଂରେ ପାସ କରିଥିଲେ। ଏହି କୋର୍ସକୁ ପାସ୍ କରିବା ସହ ସେ GRE, TOEFL ପରି କଠିନ ପରୀକ୍ଷାରେ ହୋଇଥିଲେ ଉତିର୍ଣ୍ଣ। ଏହି ସମସ୍ତ ପରୀକ୍ଷାର ଅଙ୍କକୁ ଆଧାର କରି ସେ ଆମେରିକାର ମିଚିଗାନ୍ ଟେକ୍ ୟୁନିଭରସିଟିରେ ଏମ୍ଏସ୍ ପାଇଁ ଆବେଦନ କରିଥିଲେ।

କଠିନ ପରିଶ୍ରମ ଏବଂ ସଫ୍ଟୱେର୍ ହାର୍ଡୱେର୍ କୌଶଳରେ ଅଧିକ ଜ୍ଞାନ ରଖୁଥିବା ସଞ୍ଜଲଙ୍କୁ ନୂଆ ଶେପାର୍ଡ ମିଶନ୍ ପାଇଁ ବ୍ଲୁ ଅରିଜିନ୍ ବାଛିଥିଲା। ତାଙ୍କ ମା ସୁରେଖା ଗାୱାଣ୍ଡେ କହିଛନ୍ତି ଯେ ୨୦ ଜୁଲାଇ ୨୦୨୧ରେ ଆରମ୍ଭ ହେବାକୁ ଥିବା ନ୍ୟୁ ଶେପାର୍ଡ ଦଳରେ ମନୋନୀତ ହେବା ପରେ ସଞ୍ଜଲଙ୍କ ପିଲାଦିନର ସ୍ୱପ୍ନ ସାକାର ହୋଇଛି।

ସେ କାଲିଫର୍ନିଆକୁ ଯିବାର ସ୍ୱପ୍ନ ଦେଖିଥିଲେ। ଆଉ ତାପରେ କାଲିଫର୍ଣ୍ଣିଆର ପ୍ରତିଷ୍ଠିତ କମ୍ପାନୀ ଟୟୋଟା ରେସିଂ ଡେଭଲପମେଣ୍ଟରୁ ତାଙ୍କ ପାଖକୁ କଲ ଆସିଥିଲା। ଏହା ଥିଲା ସଞ୍ଜନାଙ୍କ ଟନିଂ ପଏଣ୍ଟ। ସଞ୍ଜଲା ଏହିଠାରୁ ଡିଜାଇନ ଇଞ୍ଜିନିୟର ଭାବରେ କାମ କରିବା ଆରମ୍ଭ କରିନେଇଥିଲେ। ସେ ରେସିଂ କାର୍ ପାଇଁ ଇଞ୍ଜିନ୍ ଡିଜାଇନ୍ କରୁଥିଲେ। ବହୁ ପରିଶ୍ରମ ସହିତ ସଞ୍ଜଲ ଶେଷରେ ୨୦୧୮ରେ ପାଇଥିଲେ ବ୍ୟବସାୟିକ ପାଇଲଟ୍ ଲାଇସେନ୍ସ।

ସଞ୍ଜଲଙ୍କ ପିତା ଅଶୋକ ଗାୱାଣ୍ଡେ କଲ୍ୟାଣ ଡୋମ୍ବିଭଲି ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ଯିଏ ବର୍ତ୍ତମାନ ଅବସରପ୍ରାପ୍ତ ଏବଂ ମାତା ସୁରେଖା ଗାୱାଣ୍ଡେ MTNL ରେ କାମ କରୁଥିଲେ। ସଞ୍ଜଲ ହେଉଛନ୍ତି ପିତାମାତାଙ୍କ ଏକମାତ୍ର ସନ୍ତାନ ।

ସଞ୍ଜଲଙ୍କ ସଫଳତାରେ ତାଙ୍କ ପିତାମାତା ବହୁତ ଖୁସି ଅଛନ୍ତି। ସଞ୍ଜଲଙ୍କ ମା କହିଛନ୍ତି ଯେ ଯେତେବେଳେ ସଞ୍ଜଲ ମେକାନିକାଲ ଇଞ୍ଜିନିୟରିଂ କଲେଜରେ ଆଡମିଶନ ନେବାକୁ ଯାଇଥିଲେ, ସମ୍ପର୍କୀୟମାନେ କହିଥିଲେ ଯେ ତୁମେ ଝିଅକୁ ମେକାନିକାଲ ଇଞ୍ଜିନିୟରିଂ ପଢ଼ାଇବାକୁ କାହିଁକି ନେଉଛ? କିନ୍ତୁ ଆମେ ତାଙ୍କ କଥାକୁ ଧ୍ୟାନ ଦେଇ ନାହୁଁ ଏବଂ ପ୍ରତ୍ୟେକ ନିଷ୍ପତ୍ତିରେ ତାଙ୍କୁ ସମର୍ଥନ କରିଛୁ। ତାଙ୍କର କଠିନ ପରିଶ୍ରମ ଫଳପ୍ରାପ୍ତ ହେଲା ଏବଂ ଆଜି ତାଙ୍କର ସ୍ୱପ୍ନ ସାକାର ହୋଇଛି।

Leave a Reply