ତାଜା ଖବର ଭୁବନେଶ୍ୱର : ଡିସେମ୍ବର ୧୪ରେ ଦିଲ୍ଲୀରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୂଳପତିଙ୍କ ସମ୍ମିଳନୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ଯୋଗଦେବେ । ୪୬ଟି ବିଶ୍ୱବିଦ୍ୟାଳୟର କୂଳପତି ଓ ନିର୍ଦ୍ଦେଶକ ଏଥିରେ ସାମିଲ ହେବେ । December 12, 2019
ତାଜା ଖବର ଢ଼ାକା : ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ୍ ମୋମେନ୍ ତାଙ୍କର ଭାରତ ଗସ୍ତ ବାତିଲ୍ କରିଥିବା ସୂଚନା । ଡିସେମ୍ବର ୧୨ରୁ ୧୪ ଯାଏଁ ଭାରତ ଗସ୍ତରେ ଆସିଥାନ୍ତେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ । December 12, 2019
ତାଜା ଖବର ସୁବର୍ଣ୍ଣପୁର : ସଦର ଥାନା ମଲ୍ଲିକମୁଣ୍ଡା ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ପଡ଼ି ୨ ଶିଶୁକନ୍ୟା ମୃତ। ସକାଳ ୧୧ ଟାରୁ ଗାଁର ନୃପ ଲୁହାଙ୍କ ଝିଅ ରାକ୍ଷୀ ଓ ଉଗ୍ରସେନ ମହାନନ୍ଦଙ୍କ ଝିଅ ପିଙ୍କି ନିଖୋଜ ଥିଲେ । ବହୁ ଖୋଜା ଖୋଜି ପରେ ଶିଶୁକନ୍ୟାଙ୍କ ମୃତଦେହ ପୋଖରୀରୁ ମିଳିଥିଲା। December 12, 2019
ତାଜା ଖବର ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ୟାକେଜ ଘୋଷଣା । ୬୬ ଏକର ପରିବ୍ୟାପ୍ତ ଅଞ୍ଚଳ ପାଇଁ ସରକାରଙ୍କ ଏକାମ୍ର କ୍ଷେତ୍ର ଯୋଜନା। ଲିଙ୍ଗରାଜ ମନ୍ଦିର ସାମ୍ନାରେ ଉଦ୍ୟାନ ସହ ଏହାର ସୌନ୍ଦର୍ଯ୍ୟକରଣ ହେବ। ଉଠା ଦୋକାନୀଙ୍କୁ ଦୁଇଟି କିସ୍ତିରେ ଦିଆଯିବ ୩୦ ହଜାର ଟଙ୍କା । December 12, 2019
ତାଜା ଖବର ଜଳେଶ୍ୱର: ୩୧୦ ଗ୍ରାମ୍ ବ୍ରାଉନସୁଗର ଜବତ, ଜଣେ ମହିଳା ଗିରଫ । ଶାସନବାଡ଼ ଗାଁରୁ ଧରିଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ବାଲେଶ୍ୱର ପୋଲିସ ଓ ଜଳେଶ୍ୱର ଅବକାରୀ ବିଭାଗ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା । December 11, 2019
ତାଜା ଖବର ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନବନିଯୁକ୍ତ ଡିଜିପି ଅଭୟ । ଲୋକ କୈନ୍ଦ୍ରିକ ସେବା ପ୍ରଦାନକୁ ପ୍ରାଥମିକତା, ମୋ ସରକାର ଏବଂ 5Tକୁ ନେଇ କାର୍ଯ୍ୟ କରିବାକୁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । December 11, 2019
ତାଜା ଖବର ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଓ ନବନିଯୁକ୍ତ ଶିକ୍ଷକ ମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ । December 11, 2019
ତାଜା ଖବର ଜଳେଶ୍ୱର: ୩୧୦ ଗ୍ରାମ୍ ବ୍ରାଉନସୁଗର ଜବତ, ଜଣେ ମହିଳା ଗିରଫ । ଶାସନବାଡ଼ ଗାଁରୁ ଧରିଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ବାଲେଶ୍ୱର ପୋଲିସ ଓ ଜଳେଶ୍ୱର ଅବକାରୀ ବିଭାଗ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା । December 11, 2019
ତାଜା ଖବର ନୂଆଦିଲ୍ଲୀ: ରାଜ୍ୟସଭାରେ ନାଗରିକ ସଂଶୋଧନ ବିଲ୍ ଆଗତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇଛି । December 11, 2019
ତାଜା ଖବର ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପଟୁ ଜବରଦଖଲ ଉଛେଦ ପ୍ରସଙ୍ଗ । ବିଏମସି କମିଶନର ସହ ମନ୍ଦିର ବ୍ରାହ୍ମଣ ନିଯୋଗ ସମିତି, ବ୍ୟବସାୟୀ ସଙ୍ଗଠନ, ବିଧାୟକ ସୁର ରାଉତରାୟ, ବିଜେପି ନେତାଙ୍କ ବୈଠକ । ଉଛେଦ ଜାରି ରହିବ ବୋଲି ସ୍ପଷ୍ଟ କଲେ ବିଏମସି କମିଶନର । ବିସ୍ଥାପିତଙ୍କୁ ଥଇଥାନ ନେଇ ବ୍ଲୁ ପ୍ରିଣ୍ଟ ଘୋଷଣା ହେବ । December 11, 2019