ଦିଲ୍ଲୀରେ କରୋନା ହାହାକାର: ଶ୍ମଶାନରେ ଜାଗାର ଅଭାବ, ପାର୍କରେ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ଆତଙ୍କ ଜାରି ରହିଛି । ପ୍ରତିଦିନ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ସହିତ କରୋନା କବଳରେ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି । ପରିସ୍ଥିତି ଏତେ ବିଗିଡ଼ିଲାଣି ଯେ, ଶବକୁ ଜାଳିବା ପାଇଁ ଶ୍ମଶାନରେ ଲମ୍ବା ଲାଇନ ଲାଗିଛି । ଦିଲ୍ଲୀର ସରାଇ କାଲେ ଖାନରେ ପରିସ୍ଥିତି ଏପରି ଅଛି ଯେ ମୃତ ଶରୀରଗୁଡ଼ିକର ପାର୍କରେ ଅନ୍ତିମ ସଂସ୍କାର କରାଯାଉଛି ।

ଦିଲ୍ଲୀର ସରାୟ କାଲେ ଖାନରେ ଶ୍ମଣାନ ଅଛି, କିନ୍ତୁ ପ୍ରତିଦିନ କରୋନାରେ ଏତେ ସଂଖ୍ୟାରେ ମୃତ୍ୟୁ ହେଉଛି ଯେ ସେଠାରେ ସମସ୍ତଙ୍କ ଶବ ସଂସ୍କାର କରିବା ସମ୍ଭବପର ହେଉନାହିଁ । ସେଥିପାଇଁ ସରାୟ କାଲେ ଖାନରେ ଥିବା ଏକ ସବୁଜୀମା ପାର୍କରେ ଯେଉଁଠାକୁ ଲୋକମାନେ ବୁଲିବା ପାଇଁ ଆସନ୍ତି, ସେଠାରେ ମୃତକଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ବ୍ୟବସ୍ଥା କରାଯାଉଛି ।

ସରାୟ କାଲେ ଖାନରେ ଥିବା ପାର୍କରେ ଶବ ସଂସ୍କାର ପାଇଁ ନୂଆ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ସେଠାରେ ୨୦ଟି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି । ପାର୍କର ଅନ୍ୟ ପାଶ୍ୱରେ ୫୦ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି । ପ୍ଲାଟଫର୍ମ ପ୍ରସ୍ତୁତ କରୁଥିବା ଠିକାଦାରଙ୍କ କହିବା ଅନୁଯାୟୀ, ଏତେ ମାତ୍ରାରେ ଶବ ଆସୁଛି ଯେ, ଶ୍ମଶାନ ଘାଟରେ ତାଙ୍କୁ ସଂସ୍କାର କରିବାକୁ ଜାଗାର ଅଭାବ ରହୁଛି । ସେଥିପାଇଁ ପାର୍କରେ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି । ଏପରିକି ଶବ ସଂସ୍କାର କରିବା ପାଇଁ ପ୍ଲାଟଫର୍ମ ସହ ଏହାକୁ ଜାଳିବା ପାଇଁ କାଠର ମଧ୍ୟ ଘୋର ଅଭାବ ଥିବା ଠିକାଦାର ଜଣଙ୍କ କହିଛନ୍ତି ।

Leave a Reply