ଯୋଗୀ କହୁଛନ୍ତି ଅମ୍ଲଜାନ ଅଛି କିନ୍ତୁ ଗ୍ରାଉଣ୍ଡ ଜିରୋରେ ଅବସ୍ଥା ଏମିତି

1 min read

ଲକ୍ଷ୍ନୌ: ଦୃତ ଗତିରେ ବଢ଼ୁଥିବା କରୋନା ଏବଂ ଅକ୍ସିଜେନ ସିଲିଣ୍ଡରର ଅଭାବ କାରଣରୁ ଉତ୍ତର ପ୍ରଦେଶର ଅବସ୍ଥା ଖୁବ ଦୟନୀୟ ହୋଇପଡ଼ିଛି । ଅକ୍ସିଜେନ ଏକ୍ସପ୍ରେସ ପହଞ୍ଚିବା ସତ୍ତ୍ୱେ ଅବସ୍ଥାରେ କିଛି ଖାସ ସୁଧାର ଦେଖିବାକୁ ମିଳିନି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କିଛି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢ଼ାଉଥିବାବେଳେ ଆଉ କେହି କେହି ଅସହାୟଙ୍କୁ ଠକିବାରେ ପଛଘୁଞ୍ଚା ଦେଉନାହାନ୍ତି । ରାଜଧାନୀ ଲକ୍ଷ୍ନୌରେ ଅକ୍ସିଜେନ ଗ୍ୟାସ ଏଜେନ୍ସିର ଲାଇସେନ୍ସ ଏକ୍ସପାୟାର ହୋଇଯାଇଥିବା ସତ୍ତ୍ୱେ ଜଣେ ବ୍ୟବସାୟୀ ଏହାର ସପ୍ଲାଇ କରିଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ କୋଭିଡ ଭୟାବହତାର ଭାଇଦା ଉଠାଇବାକୁ ଯାଇ ଅକ୍ସିଜେନ ସିଲିଣ୍ଡରର ସିଫିଲିଙ୍ଗ୍ କରି ଚଢ଼ା ଦରରେ ବିକ୍ରି କରିଥିଲା । କୃଷ୍ଣା ନଗର ପୋଲିସ ଅଭିଯୁକ୍ତକୁ ଗିରଫ କରି ତା ପାଖରୁ ୫୪ ଅକ୍ସିଜେନ ସିଲିଣ୍ଡର ଏବଂ ରିଫିଲିଙ୍ଗ୍ କରୁଥିବା ଉପକରଣକୁ ଜବତ କରିଛି ।

ଜବତ ହେଲା ୫୪ ଅକ୍ସିଜେନ ସିଲିଣ୍ଡର

କୃଷ୍ଣାନଗର ପୋଲିସ ସୂଚନା ପାଇଥିଲା ଯେ ପାକରି ଅଞ୍ଚଳରେ ଥିବା ମାରୁତି ମେଡିକାଲର ମାଲିକ କୌଶଲ କଟିୟାର ଅକ୍ସିଜେନର ବ୍ଲାକ -ମାର୍କେଟିଂ କରୁଛି । ପୋଲିସ ଟିମ୍ ସେଠାରେ ଚଢ଼ାଉ କରି କୌଶଲଙ୍କୁ କାବୁ କରିଥିଲା । ପୋଲିସ ଘଟଣାସ୍ଥଳରୁ ୫୪ ଅମ୍ଳଜାନ ସିଲିଣ୍ଡର ଜବତ କରିଛି । ପଚରାଉଚରା ବେଳେ ଅଭିଯୁକ୍ତ କହିଛନ୍ତି ଯେ, ୨୦୧୯ ମସିହାରେ ତାର ଅମ୍ଳଜାନ ଗ୍ୟାସ ଏଜେନ୍ସିରୁ ଲାଇସେନ୍ସ ଥିଲା। ସେ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ସ୍ଥାନକୁ ଅମ୍ଳଜାନ ସିଲିଣ୍ଡର ଯୋଗାଉଥିଲା | ସମ୍ପ୍ରତି ତାଙ୍କର ଲାଇସେନ୍ସ ଏକ୍ସପାୟର ହୋଇଯାଇଛି । ଏହାକୁ ଗୋପନ ରଖିସେ ଡାକ୍ତରଖାନା ଏବଂ ନର୍ସିଂହୋମରେ ଅମ୍ଳଜାନ ସିଲିଣ୍ଡର ଯୋଗାଉଥିବା କହିଛି ।

ମହଙ୍ଗା ଦରରେ କଳା ମାର୍କେଟିଂ

ଅଭିଯୁକ୍ତ ଜଣଙ୍କ ପୋଲିସକୁ କହିଛି ଯେ, ସେ ଦରୋଗାଖେଡାର ପରେହାଟ ଅମ୍ଳଜାନ ଫିଲ୍ଂ କେନ୍ଦ୍ରରେ ରିଫିଲିଂ କରୁଥିଲା । ସେ ଦୀର୍ଘ ଦିନ ଧରି ଅମ୍ଳଜାନ ଯୋଗାଉଥିଲେ, ତେଣୁ ପାରେହାଟ ଅମ୍ଳଜାନ ଫିଲିଂ କେନ୍ଦ୍ରର ଲୋକମାନେ ତାଙ୍କୁ କେବେ ତାଙ୍କ ଲାଇସେନ୍ସ ମାଗିନଥିଲେ। ପୋଲିସ କହିଛି ଯେ ଅଭିଯୁକ୍ତ ସିଲିଣ୍ଡର ବିକ୍ରି କରୁଥିଲେ, କିନ୍ତୁ ଲୋକଙ୍କୁ କେବେ ବିଲ୍ ଦେଉନଥିଲେ।

Leave a Reply