ବହୁଛି ଝାଞ୍ଜି ପବନ, ଜଳୁଛି ଉପକୂଳ

1 min read

ଭୁବନେଶ୍ୱର: ଆଜି ଜଳୁଛି ଉପକୂଳ ଓଡ଼ିଶା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ମିଲିବ ନାହିଁ ନିସ୍ତାର । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ଆସୁଥିବା ଶୁଷ୍କ ପବନ ପାଇଁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଉପକୂଳ ଓଡ଼ିଶାର ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏଭଳି ଝାଞ୍ଜି ପବନ ଏବଂ ଟାଣ ଖରାରେ ବାହାରକୁ ନବାହାରିବା ପାଇଁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଅତି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଓଡିଶାକୁ ଆସୁଥିବା ଶୁଷ୍କ ଗରମ ପନବ ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇଥିବା କୁହାଯାଇଛି ।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୩ ରୁ ୫ଡିଗ୍ରୀ ତାପମାତ୍ରା ବଢିବ । ୩ ଦିନ ପରେ ରାଜ୍ୟରେ ପୁଣି ପାଣିପାଗରେ ପରିବର୍ତ୍ତନ ଆସିବ । ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାକୁ ସାମୁଦ୍ରିକ ପବନର ପ୍ରବାହ ବଢିବ । ଫଳରେ ତାପମାତ୍ରା କମିବା ସହ ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

Leave a Reply