ତାଜା ଖବର ଭୁବନେଶ୍ୱର : ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱରେ ଅଦଳ ବଦଳ। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦେବଗଡ଼ ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱ। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱ। December 13, 2019
ତାଜା ଖବର ଆନନ୍ଦପୁର: ଘସିପୁରା ଥାନା କାଦବାହାଳୀ ଗାଁରେ ୫ ଟିକିଆ ହାତୀପଲଙ୍କ ଉପଦ୍ରବ । ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । December 13, 2019
ତାଜା ଖବର ଭଦ୍ରକ: ଭଣ୍ଡାରିପୋଖରୀ ଥାନା ବୈତରଣୀ ନଦୀରୁ ବାଲି ଉଠାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଭୁଜାଲି ମାଡ଼ରେ ୨ ଗୁରୁତର, କଟକ ମେଡିକାଲ ସ୍ଥାନାନ୍ତର । ମଣିନାଥପୁର ଓ ମୁଢ଼ାପଦା ବାଲି ମାଫିଆଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ସୂଚନା । December 13, 2019
ତାଜା ଖବର ଢେଙ୍କାନାଳ: ଜେଲରୁ ବିଚାରାଧୀନ କଏଦୀ ଚମ୍ପଟ । ଲୁଙ୍ଗି ସାହାଯ୍ୟରେ ପାଚେରୀ ଡେଇଁ ଫେରାର୍ । ୧୫ ଦିନ ତଳେ ଏକ ଦୁଷ୍କର୍ମ ମାମଲାରେ ଭୁବନ ଥାନା ଅଞ୍ଚଳରୁ ଗିରଫ କରିଥିଲା ପୋଲିସ । December 13, 2019
ତାଜା ଖବର ରାଉରକେଲା : ଓଡ଼ିଶା ହକି ବିଶ୍ୱକପ୍-୨୦୨୩ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ଓ ହକି ଇଣ୍ଡିଆର ଅଧିକାରୀ ରାଉରକେଲା ଗସ୍ତ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ୟେଦ୍ଦୁଲା ବିଜୟଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ହକି ବିଶ୍ୱକପର କିଛି ମ୍ୟାଚ୍ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବାରୁ ଏନେଇ ସେମାନେ ବିଭିନ୍ନ ସ୍ଥାନ ବୁଲିଥିଲେ। December 13, 2019
ତାଜା ଖବର ଭୁବନେଶ୍ୱର : ନାଗରିକତା ସଂଶୋଧନ ବିଲ୍-୨୦୧୯ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ପରେ ରାଜ୍ୟରେ ସଦଭାବନା ବଜାୟ ରଖିବାକୁ ବିଭିନ୍ନ ମୁସଲମାନ୍ ସଂପ୍ରଦାୟର ନେତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁରର ମୁସଲିମ୍ ନେତା ଲୋକସେବା ଭବନରେ ପହଞ୍ଚିଛନ୍ତି। December 13, 2019
ତାଜା ଖବର ନୂଆଦିଲ୍ଲୀ : ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ତଦନ୍ତ କରିବେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୩ ଜଣିଆ କମିଟି । ପୂର୍ବତନ ବିଚାରପତି ଭି.ଏସ୍ ସିରପୁକାର କମିଟିର ଅଧ୍ୟକ୍ଷ ରହିବେ। ଅନ୍ୟ କୌଣସି କୋର୍ଟ କିମ୍ୱା ଅଧିକାରୀ ଏହାର ତଦନ୍ତ ନକରିବାକୁ କୋର୍ଟଙ୍କ ନିର୍ଦ୍ଦେଶ,୬ ମାସ ମଧ୍ୟରେ ରିପୋର୍ଟ ଦେବ କମିଟି । December 12, 2019
ତାଜା ଖବର ଭୁବନେଶ୍ୱର : ମୋ-ସରକାର ଅଧିନକୁ ଆସିଲା କୃଷି ବିଭାଗ । ଚାଷୀଙ୍କ ସମସ୍ୟା ଦୂର କରିବା ସହ ଆୟ ଦୁଇ ଗୁଣା ପାଇଁ ବ୍ୟବସ୍ଥା କରାଯିବ। ଅନେକ ଉନ୍ନୟନ ମୂଳକ ପଦକ୍ଷେପ ନେବେ ସରକାର। ଚାଷୀଙ୍କ ସହ ସମ୍ମାନର ସହିତ କଥା ହେବେ ସରକାରୀ ଅଧିକାରୀ । କମ୍ ସମୟ ମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ ନେଇ ସଚିବ ସୌରଭ ଗର୍ଗଙ୍କ ସୂଚନା। December 12, 2019
ତାଜା ଖବର ଭୁବନେଶ୍ୱର : ଡିସେମ୍ବର ୧୪ରେ ଦିଲ୍ଲୀରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୂଳପତିଙ୍କ ସମ୍ମିଳନୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ଯୋଗଦେବେ । ୪୬ଟି ବିଶ୍ୱବିଦ୍ୟାଳୟର କୂଳପତି ଓ ନିର୍ଦ୍ଦେଶକ ଏଥିରେ ସାମିଲ ହେବେ । December 12, 2019
ତାଜା ଖବର ଢ଼ାକା : ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ୍ ମୋମେନ୍ ତାଙ୍କର ଭାରତ ଗସ୍ତ ବାତିଲ୍ କରିଥିବା ସୂଚନା । ଡିସେମ୍ବର ୧୨ରୁ ୧୪ ଯାଏଁ ଭାରତ ଗସ୍ତରେ ଆସିଥାନ୍ତେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ । December 12, 2019