ଜାହାଙ୍ଗୀରପୁରୀ ହିଂସା ଅଭିଯୁକ୍ତଙ୍କ ବିରୋଧରେ କଡ଼ା ଆକ୍ସନ, ଅବୈଧ ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା ଜାରି

1 min read

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ଅଭିଯୁକ୍ତଙ୍କ ବିରୋଧରେ ମ୍ୟୁନିସିପାଲିଟିର କଡ଼ା ଆକ୍ସନ । ଜାହାଙ୍ଗୀରପୁରୀରେ ଚାଲିଲା ବୁଲଡୋଜର । ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡ ପରେ ଆକ୍ସନ ମୁଡରେ ନର୍ଥ ଦିଲ୍ଲୀ ମ୍ୟୁନିସିପାଲିଟି । ଆଜି ସକାଳୁ ଜାହାଙ୍ଗୀରପୁରୀରେ ବୁଲଡୋଜର ପହଞ୍ଚି ଅବୈଧ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି । ବେଆଇନ ନିର୍ମାଣ ଭାଙ୍ଗିବା ପୂର୍ବରୁ ଜାହାଙ୍ଗୀରପୁରୀରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ହୋଇଥିଲା ।

ଏବେ ୯ଟି ବୁଲଡୋଜର ଯୋଗେ ସରକାରୀ ଜମି ଉପରୁ ଜବରଦଖଲ ହଟିବା କାର୍ଯ୍ୟ ଜାରି ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାହାଙ୍ଗୀରପୁରୀରେ ୧୫ ଶହରୁ ଊର୍ଦ୍ଧ୍ବ ପୋଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ସ୍ପେଶାଲ ପୋଲିସ କମିସନର ଓ ମେୟରଙ୍କ ଉପସ୍ଥିତିରେ ଜାରି ରହିଛି ଉଚ୍ଛେଦ କାର୍ଯ୍ୟ । ସେପଟେ ଜାହାଙ୍ଗୀରପୁରୀ ହିଂସାର ମୁଖ୍ୟ ଅଭିଯୁକ୍ତ ଅନସାର ଘର ପଶ୍ଚିମବଙ୍ଗର ହଳଦିଆଠାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।