ତାଜା ଖବର ଯାଜପୁର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା । ଆଜି ଧର୍ମଶାଳା ଗସ୍ତରେ ଆସୁଛନ୍ତି ବିଜେପିର ଏକ ପ୍ରତିନିଧି ଦଳ । ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ହରିଦାସପୁର ଘଟଣା ସ୍ଥଳ ଗସ୍ତ କରିବେ । ସ୍ମିତାରାଣୀଙ୍କ ପରିବାରକୁ ଭେଟିବେ ଏବଂ ସ୍ଥିତି ପରଖିବେ। November 1, 2019 ')}
ତାଜା ଖବର ଆଜି ଖୋଲିଲା ଶିମିଳିପାଳ ପ୍ରଥମ ଦିନରେ ବାରିପଦାର ପିଠାବତା ଗେଟ ଦେଇ ୧୫ଟି ଗାଡ଼ିରେ ୧୦୧ ଜଣ ପର୍ଯ୍ୟଟକ ଭିତରେ ପ୍ରବେଶ କରିଥିଲେ, ସେଥି ମଧ୍ୟରୁ ଜମ୍ମୁ-କଶ୍ମୀରରୁ ୩ ଜଣ ପର୍ଯ୍ୟଟକ ଯାଇଛନ୍ତି । ସକାଳ ୭ରୁ ୯ ଘଟିକା ପର୍ଯ୍ୟନ୍ତ ଟିକଟ ବିକ୍ରି କରାଯିବ । ସେହିପରି ଯଶିପୁର କାଲିଆଣି ଗେଟ୍ ମଧ୍ୟ ଆଜି ଠାରୁ ଖୋଲାଯାଇଛି । November 1, 2019 ')}
ତାଜା ଖବର କଟକ : ଆଜି ହାଇକୋର୍ଟ ଓକିଲଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ନିଆଯିବ ବଡ଼ ନିଷ୍ପତି , ଆଇନଜୀବୀଙ୍କ ଆନ୍ଦୋଳନ ନେଇ ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ଓ ବାର କାଉନସିଲ ଅଫ୍ ଇଣ୍ଡିଆ November 1, 2019 ')}
ତାଜା ଖବର ଯାଜପୁର: କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ କାରଖାନାରେ ଶ୍ରମିକ ଅଶାନ୍ତି ବକେୟା ଦରମା ଦାବିରେ ଶ୍ରମିକଙ୍କ ଆନ୍ଦୋଳନ। କାରଖାନା ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ଶତାଧିକ ଶ୍ରମିକ November 1, 2019 ')}
ତାଜା ଖବର ରାୟଗଡା : ଆଜି ରାୟଗଡା ଗସ୍ତରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଜିଲ୍ଲା ଶିକ୍ଷା ବିଭାଗ ଓ ସର୍ଵଶିକ୍ଷା ଅଭିଯାନ କର୍ତ୍ତୃପକ୍ଷଙ୍କ ସହ ବୈଠକ କରିବେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଏହା ସହ କୌଣସି ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । November 1, 2019 ')}
ତାଜା ଖବର ବାଲେଶ୍ୱର : ନୀଳଗିରି ବ୍ଲକ ମାଟିଆଳି ପଞ୍ଚାୟତ ବଇଁଚା ଗାଁରେ ୬ଟି ହାତୀଙ୍କ ଉତ୍ପାତ ଧାନ କ୍ଷେତରେ ପାଚିଲା ଧାନ ନଷ୍ଟ, ଲୋକେ ଆତଙ୍କିତ November 1, 2019 ')}
ତାଜା ଖବର ଝାଡ଼ଖଣ୍ଡର ୮୧ ବିଧାନସଭା ଆସନ ପାଇଁ ୫ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ନଭେମ୍ୱର-୩୦ରେ ୧୩ ଆସନ, ଡିସେମ୍ବର-୭ରେ ୨୦ ଆସନ, ଡିସେମ୍ବର-୧୨ରେ ୧୭ ଆସନ, ଡିସେମ୍ବର-୧୬ରେ ୧୫ ଆସନ ଓ ଡିସେମ୍ବର ୨୦ରେ ୧୬ଟି ଆସନରେ ହେବ ମତଦାନ। ଡିସେମ୍ବର ୨୩ରେ ହେବ ଭୋଟ୍ ଗଣତି । November 1, 2019 ')}
ତାଜା ଖବର ଭଦ୍ରକ: ଭଦ୍ରକ: ଦୁର୍ନୀତି ଅଭିଯୋଗରେ ପ୍ରାଣୀଧନ ଚିକିତ୍ସାଳୟର କନିଷ୍ଠ କିରାଣୀ ବିଜୟ କୁମାର ଧଳଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ । November 1, 2019 ')}
ତାଜା ଖବର ପୁରୀ: ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ । ଫୋଏନିକ୍ସ ଫାଉଣ୍ଡେସନ୍ ସହଯୋଗରେ ଏହି ବିକାଶ କାର୍ଯ୍ୟ କରାଯିବ । November 1, 2019 ')}
ତାଜା ଖବର ସ୍ୱର୍ଗଦ୍ୱାର ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଜୁ ବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ସ୍ୱର୍ଗଦ୍ୱାରରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା ସେ ସବୁ ଏବେ ଓଡି଼ଶାବାସୀଙ୍କ ସେବାରେ ଲାଗିବ । November 1, 2019 ')}