ନୂଆଦିଲ୍ଲୀ: ‘ଆଜି ନୁହେଁ ତ କାଲି ତୁର୍କୀ ଏବଂ ସିରିଆରେ ୭. ୫ ତୀବ୍ରତାର ଭୂକମ୍ପ ଆସିବ’ । ତୁର୍କୀରେ ଭୂକମ୍ପ ଆସିବାର ଠିକ ଦୁଇ ଦିନ ପୂର୍ବରୁ ଏପରି ଟ୍ବିଟ କରିଥିଲେ ନେଦରଲ୍ୟାଣ୍ଡର ରିସର୍ଚ୍ଚର ଫ୍ରାଙ୍କ ହୋଗରବ୍ରିଟ୍ସ  । ଆଉ ଏହାର ଠିକ୍ ଦୁଇ ଦିନ ପରେ ଅର୍ଥାତ ୬ ଫେବୃଆରୀରେ ତୁର୍କୀ ଏବଂ ସିରିଆରେ ୭. ୮ ତୀବ୍ରତାର ଭୟଙ୍କର ଭୂକମ୍ପ ଆସିଥିଲା। ଏହି ଭୂକମ୍ପରେ ଏବେ ଯାଏ ୨୫ ହଜାର ଲୋକଙ୍କ ଜୀବନ ଯାଇ ସାରିଲାଣି ।

ଏବେ ହୋଗରବିଟ୍ସ ଭାରତକୁ ନେଇ ଏକ ଅନୁମାନ କରିଛନ୍ତି । ସେ କହିଛନ୍ତି ଭାରତରେ ବି ତୁର୍କୀ ଭଳି ଭୟଙ୍କର ଭୂକମ୍ପ ଆସିପାରେ । ଆଗାମୀ ଦିନରେ ଏସିଆର କିଛି କିଛି ଅଂଶରେ ମାଟି ତଳେ ହଲଚଲ ହେବା ସମ୍ଭାବନା ଅଛି । ଏହି ହଲଚଲ ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆରମ୍ଭ ହେଇ ଭାରତ ମହାସାଗରର ପଶ୍ଚିମ ପଟକୁ ଯାଇପାରେ । ଆଉ ଏହାର ଠିକ ମଝିରେ ରହିବ ଭାରତ । ତେଣୁ ଭାରତରେ ଭୂକମ୍ପ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । କେବଳ ଭାରତ ନୁହେଁ ଆଗାମୀ ଦିନରେ ଚୀନରେ ବି ଭୂକମ୍ପ ଆସିପାରେ ।

କିନ୍ତୁ ଏଠାରେ ହୋଗରବ୍ରିଟ୍ସ ଭୂକମ୍ପର ତୀବ୍ରତା କହିଛନ୍ତି ନା ଭୂକମ୍ପର ତାରିଖ । ହେଲେ ଏମିତି କେମିତି କହିଦେଲେ ହୋଗରବ୍ରିଟ୍ସ ? ସେ କେମିତି ଜାଣିପାରିଲେ ଯେ, ତୁର୍କୀରେ ପରି ଆଉ ଏକ ଭୂକମ୍ପ ଆସିବ ବୋଲି ।

ଏ ନେଇ ହୋଗରବ୍ରିଟ୍ସ କହିଛନ୍ତି, ସୂର୍ଯ୍ୟ ମଣ୍ଡଳ ଏବଂ ବଦଳୁଥିବା ଋତୁର ଗଣନା ଆଧାରରେ ଏହାକୁ ଅନୁମାନ କରିହେବ । ଯେତେବେଳେ ସୂର୍ଯ୍ୟ ମଣ୍ଡଳରେ ଥିବା ଗ୍ରହ ଏବଂ ଚନ୍ଦ୍ର ଏକ ବିଶେଷ ସ୍ଥରକୁ ଆସିଯାଆନ୍ତି ସେତେବେଳେ ୬ ରିକ୍ଟର ସ୍କେଲ ତୀବ୍ରତାର ଭୂକମ୍ପ ଆସିବାର ଅଧିକା ସମ୍ଭାବନା ଥାଏ ।

ଏହା ମଧ୍ୟ ସଠିକ ପୂର୍ବାନୁମାନ ନୁହେଁ ବୋଲି କହିଛନ୍ତି ହୋଗରବ୍ରିଟ୍ସ । ଭୂକମ୍ପ ଆସିବାର କେବଳ ୧୦ ସେକେଣ୍ଡ ପୂର୍ବରୁ ହିଁ ଏହାକୁ ଅନୁମାନ କରାଯାଇପାରେ । ଏ ନେଇ ଜ୍ୟୋତିଷ ଶାସ୍ତ୍ର ଏବଂ ଗ୍ରହଙ୍କ ଚଳନକୁ ନେଇ ମଧ୍ୟ ପୂର୍ବାନୁମାନ କରାଯାଇପାରେ । କିନ୍ତୁ ଏ ନେଇ ବୈଜ୍ଞାନିକ କାରଣ ଏବେ ଯାଏ ଆସିନାହିଁ ।

ଏ ନେଇ ଜେଏନୟୁର ଏକ ପ୍ରଫେସର କହିଛନ୍ତି ଯେ, ପୃଥିବୀରେ ଭୂକମ୍ପ ଏବଂ ଗ୍ରହଙ୍କ ଚଳନର କିଛି ସିଧା ସମ୍ପର୍କ ନାହିଁ । କିନ୍ତୁ ବର୍ଷାଦିନେ ପୃଥିବୀରେ ହେଉଥିବା ଅଦଳବଦଳ ଟିକେ ଅଧିକା ହୁଏ । ସେତେବେଳେ ଭୂସ୍ଖଳନ ହୋଇଥାଏ ।

କିନ୍ତୁ ତୁର୍କୀ ଭୂକମ୍ପ ନେଇ ପୂର୍ବାନୁମାନ କରିଥିବା ହୋଗରବ୍ରିଟ୍ସଙ୍କ ଏହି ମନ୍ତବ୍ୟକୁ ଅଣଦେଖା କରି ହେବନି ।