କନେଷ୍ଠବଳ ଚାକିରି ସହ UPSC ପାଇଁ ପ୍ରସ୍ତୁତି, ୭ଥର ଫେଲ ପରେ ପାଇଲେ ସଫଳତା

1 min read

ନୂଆଦିଲ୍ଲୀ : ପେଶାରେ ପୋଲିସ କନେଷ୍ଠବଳ । କିନ୍ତୁ ନିଜ ନିଷ୍ଠା ଓ ପରିଶ୍ରମ ବଳରେ ୟୁପିଏସସି ଭଳି କଠିନ ପରୀକ୍ଷାରେ ସଫଳତା ହାସଲ କରିପାରିଛନ୍ତି । ୧୬ ଏପ୍ରିଲ ୨୦୨୪ରେ UPSC ରେଜଲ୍ଟ  ଜାରି ହେବା ପରେ ସାମ୍ନାକୁ ଆସିଲା ଜଣେ ସଫଳ ପରୀକ୍ଷାର୍ଥୀଙ୍କ କାହାଣୀ । ନିଜ ଆର୍ଥିକବସ୍ଥା ସଙ୍ଗୀନ ହେବା ସର୍ତ୍ତ୍ୱେ , ବାରମ୍ୱାର ବିଫଳ ହେବା ପରେ ବି ନିଜ ସ୍ୱପ୍ନ ସାକାର କରିବାକୁ ସେ କେବେ ପଛଘୁଞ୍ଚା ଦେଇ ନଥିଲେ ସେ ।

ଏ ହେଉଛନ୍ତି ରାଜସ୍ଥାନ ଦୌସା ଜିଲ୍ଲାର ରାମ ଭଜନ । ବାପା, ମା ଦୁହେଁ ଦିନ ମଜୁରିଆ । ପିଲା ଦିନରୁ ସେ ମଧ୍ୟ ପଥର ଭାଙ୍ଗି ୨ ପଇସା ରୋଜଗାର କରୁଥିଲେ  । ପରେ ସେ ନିଜ ପ୍ରଚେଷ୍ଠା ବଳରେ ଦିଲ୍ଲୀ ପୋଲିସରେ କନେଷ୍ଠବଳ ଚାକିରି ପାଇଲେ । ଏହା ପରେ ବହୁ ପରିଶ୍ରମ ଏବଂ ୭ଥର ବିଫଳତା ପରେ ଦୁନିଆର ସବୁଠୁ କଠିନ ପରୀକ୍ଷା ପାସ୍ କରିପାରିଛନ୍ତି । ଏବେ ତାଙ୍କ ସଫଳତାକୁ ନେଇ ସେ ସବୁଠି ଚର୍ଚ୍ଚାରେ ।

ପୋଲିସରେ ଚାକିରି କରିବା ସହିତ ସେ UPSC ପାଇଁ ପ୍ରସ୍ତୁତି କରୁଥିଲେ  । ହେଲେ ୭ ଥର ବିଫଳ ହେବା ପରେ ମଧ୍ୟ ସେ ନିଜ ମନୋବଳକୁ ଦୃଢ କରି ୮ମ ଥର ପାଇଁ ପରୀକ୍ଷା ଦେଇଥିଲେ ଏବଂ ଶେଷରେ ସଫଳତା ହାସଲ କରିଥିଲେ  । ନିଜେ ଡ୍ୟୁଟି ପରେ ସେ ପ୍ରତିଦିନ ୭ ରୁ ୮ ଘଣ୍ଟା ପଢୁଥିବା ସେ କହିଛନ୍ତି । ପରିବାରର ଭରଣାପୋଷଣ ଏବଂ ପୋଲିସ ଚାକିରି ସହ UPSC ପାଇଁ ପ୍ରସ୍ତୁତି ହେବା ସହଜ ନଥିଲା  । ଏଥିପାଇଁ ତାଙ୍କ ପତ୍ନୀଙ୍କ ବଡ଼ ସହଯୋଗ ରହିଛି ବୋଲି ସେ କହିଛନ୍ତି ।