ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍, ରାଜ୍ୟସଭାରେ ହେବ ଆଗତ

1 min read

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି । ଆଗତ ବିଲ୍ ଉପରେ ପ୍ରାୟ ୧୨ ଘଣ୍ଟା ଆଲୋଚନା ପରେ ମଧ୍ୟରାତ୍ରିରେ ଅନୁମୋଦନ ମିଳିଛି । ବିଲ୍ ସପକ୍ଷରେ ୩୧୧ ସଦସ୍ୟଙ୍କ ସମର୍ଥନ ଥିବାବେଳେ ୮୦ ଜଣ ସଦସ୍ୟ ବିରୋଧ କରିଥିଲେ । ପରେ ବିଲକୁ  ରାଜ୍ୟସଭାରେ ଆଗତ କରାଯିବ । ତେବେ, ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଲ୍ ପାସ୍ କରାଇବା ଦିଗରେ ଆଞ୍ଚଳିକ ଦଳଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ।

https://nandighoshatv.combjd-stands-with-citizen-amendment-bill/

Courtesy- LSTV

ତେବେ, ବିଲକୁ ନେଇ ବିରୋଧୀ ଉଠାଇଥିବା ସମସ୍ତ ପ୍ରଶ୍ନକୁ ଟାଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଧର୍ମ ଆଧାରରେ କାହା ସହ ଭେଦଭାବ କରାଯାଇନାହିଁ । ଭାରତରେ ରହୁଥିବା ନାଗରିକ ଏହି ବିଲ୍ ଦ୍ୱାରା ପ୍ରଭାବିତ ହେବେନାହିଁ । କିନ୍ତୁ, ଏହା ଅନୁପ୍ରବେଶ ବିରୋଧୀ । ବିଲ୍ ଅନ୍ୟ କାହାରି ବିରୋଧରେ ଭେଦଭାବ କରୁଥିବା ପ୍ରମାଣିତ ହେଲେ ପ୍ରତ୍ୟାହାର କରାଯିବ ବୋଲି ଶାହ କହିଛନ୍ତି ।

Courtesy- LSTV

ବିଲକୁ କୌଣସି ମତେ ରାଜ୍ୟସଭାରେ ଆଗତ କରି ଅନୁମୋଦନ କରିବାକୁ ବିଜେପି ଅଣ୍ଟା ଭିଡ଼ିଛି । ୧୦ ଓ ୧୧ ତାରିଖ ୨ଦିନ ଦଳର ସମସ୍ତ ସାଂସଦ ରାଜ୍ୟସଭାରେ ଉପସ୍ଥିତ ରହିବାକୁ ବିଜେପି ହ୍ୱିପ୍ ଜାରି କରିଛି । ରାଜ୍ୟସଭାରେ ବିଲ୍ ପାସ୍ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ଏହା ଆଇନରେ ପରିଣତ ହେବ ।

ବିଲ୍ ଲୋକସଭାରେ ପାସ୍ ହେବା ପରେ ଟ୍ୱିଟ୍ କରି ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଲକୁ ନେଇ ସାଂସଦଙ୍କ ରହିଥିବା ଶଂସୟକୁ ଶାହ ଦୂର କରିପାରିଥିବା ମୋଦି କହିଛନ୍ତି ।

https://nandighoshatv.comnational-citizenship-amendment-bill-introduced-in-lok-sabha/

Leave a Reply